ଏଇ ଭାରତରେ

ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ। ରାଞ୍ଚି ନିକଟବର୍ତ୍ତୀ ଏହି ଦୁଇ ଆଦିବାସୀ ଗାଁରେ ମୋଟରେ ୬୦୦ ଲୋକ ରହନ୍ତି। ସିଦ୍ଧାର୍ଥ ଏମ୍‌ଜିଏନ୍‌ଆର୍‌ଇଜିଏର କମିଶନର ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୭ରେ ସ୍ବତନ୍ତ୍ର ଭାବେ ଏହି ଦୁଇ ଗାଁର ବିକାଶ କାମ ହାତକୁ ନେଇ ଏବେ ସୁଦ୍ଧା ଗ୍ରାମବାସୀଙ୍କ ଆୟ ୫ ଗୁଣ ବଢ଼ାଇପାରିଛନ୍ତି। ଗାଁ ନିଶାମୁକ୍ତ ହୋଇଛି। ଗାଁରୁ ଅନ୍ଧବିଶ୍ୱାସ, ବାଲ୍ୟ ବିବାହ ବି ବନ୍ଦ ହୋଇପାରିଛିି ।
ସବୁ ପିଲା ପଢୁଛନ୍ତି । ଦୁଇ ଗାଁ ପୂରା ସ୍ବଚ୍ଛ ହୋଇଯାଇଛି। ପ୍ରତିଦିନ ଭୋର ୪.୪୦ରେ ଉଠି ଗ୍ରାମବାସୀ ଝାଡୁ ଧରି ସଫା କରିବାରେ ଲାଗି ପଡ଼ନ୍ତିି। ସେମାନେ ଅଳିଆ ଗୋଟାଇ ବାଉଁଶରେ ନିର୍ମିତ ୬୦ଟି ଡଷ୍ଟବିନ୍‌ରେ ପକାନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ କେତେଜଣ ଟ୍ୟୁଟର ପିଲାମାନଙ୍କୁ ପଢ଼ାନ୍ତି। ଅନ୍ୟମାନେ ସମସ୍ତେ ସେମାନଙ୍କ କ୍ଷେତରେ କାମ କରିବାକୁ ବାହାରି ଯାଆନ୍ତି। ଝରଣା ଉପରେ ପଥର ଖଞ୍ଜି ୧.୭୫ କୋଟି ଟଙ୍କାର ୭୦୦ଟି ଚେକ୍‌ଡ୍ୟାମ ନିର୍ମାଣ କରିଛନ୍ତି । ୧୮୦ ଜଣ ଗ୍ରାମବାସୀ ଲଗାତର ୭୫ ଦିନ କାମ କରି ଏହା କରିଛନ୍ତି। ଜଳସେଚନ ସୁବିଧା କରିବା ସହ ମୃତ୍ତିକା କ୍ଷୟକୁ ବି ରୋକୁଛି ଏହି ଡ୍ୟାମ୍‌। ଗାଁର ବିକାଶ କାର୍ଯ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷି, କୁକୁଡା ଓ ଗୋ ପାଳନ ପାଇଁ ବି ସାହାଯ୍ୟ ଯୋଗାଇ ଦିଆଯାଇଛି ଓ ଏଥିରୁ ସେମାନେ ପ୍ରଚୁର ଆୟ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ସିଦ୍ଧାର୍ଥ ଆଉ କିଛି ଗାଁରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ସମୟର ବନ୍ଧୁ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜକୁ ପ୍ରାୟ ୪୬ ବର୍ଷ ତଳେ ମୋ ସାଙ୍ଗେ କଲେଜରେ ପଢ଼ୁଥିବା ଏବଂ ଗତବର୍ଷ ସରକାରୀ ଚାକିରିରୁ ଅବସର ନେଇଥିବା ବନ୍ଧୁ...

ଏଇ ଭାରତରେ

ଗରିବଙ୍କୁ ସାହାଯ୍ୟ କରିବାର ଏକ ଭିନ୍ନ ତରିକା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସେଠାକାର ୪ ଜଣ ସାଙ୍ଗ ୧ ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ...

ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ...

ଅପରାଧ ଆଇନର ବିଫଳତା

ମୋର ଏକ ଉପନ୍ୟାସ ଏଇ ମାସରେ ପ୍ରକାଶିତ ହୋଇଛି ଏବଂ ଏକ କାର୍ଯ୍ୟକ୍ରମ ବି ଅଛି ଯେଉଁଠି ବସ୍ତୁବାଦୀ ଦୁନିଆରେ ସଂଶ୍ଳିଷ୍ଟ ରହି ଉପନ୍ୟାସ ଲେଖିବାର...

ଏଇ ଭାରତରେ

ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷକରି ନିଜେ ରୋଜଗାର କରିବା ସହ ଅନେକ ହଜାର କୃଷକଙ୍କ ଉପତ୍ାଦନ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି କୋଏମ୍ବାଟୁରର...

କାରୁଣ୍ୟରେ ବୟୋଜ୍ୟେଷ୍ଠ

ଡ. ଅଜୟ କୁମାର ନନ୍ଦ ଜୀବନ ଯାତ୍ରାର ଅନ୍ତିମ ତଥା ଶେଷ ପର୍ଯ୍ୟାୟରେ ଯେ କେହି ଉପନୀତ ହେଲେ, ଆମେ ସେମାନଙ୍କୁ ବୟୋଜ୍ୟେଷ୍ଠ, ବୟବୃଦ୍ଧ,ବୟସ୍କ ଆଦି...

ଏଇ ଭାରତରେ

ରୋଷେଇ ବାଦ୍‌ ଷ୍ଟୋଭ୍‌ ଓଭାନ କାମ କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହା କରି ଦେଖାଇଛନ୍ତି ଅବ୍‌ଦୁଲ କରିମ। ସେ ଏହି...

ମହାଭାରତ: ବିଜ୍ଞାନ ଓ ବାସ୍ତବତା

ଉପେନ୍ଦ୍ର ବିଶ୍ୱାଳ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ...

Advertisement
Archives

Model This Week