ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ। ରାଞ୍ଚି ନିକଟବର୍ତ୍ତୀ ଏହି ଦୁଇ ଆଦିବାସୀ ଗାଁରେ ମୋଟରେ ୬୦୦ ଲୋକ ରହନ୍ତି। ସିଦ୍ଧାର୍ଥ ଏମ୍ଜିଏନ୍ଆର୍ଇଜିଏର କମିଶନର ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୭ରେ ସ୍ବତନ୍ତ୍ର ଭାବେ ଏହି ଦୁଇ ଗାଁର ବିକାଶ କାମ ହାତକୁ ନେଇ ଏବେ ସୁଦ୍ଧା ଗ୍ରାମବାସୀଙ୍କ ଆୟ ୫ ଗୁଣ ବଢ଼ାଇପାରିଛନ୍ତି। ଗାଁ ନିଶାମୁକ୍ତ ହୋଇଛି। ଗାଁରୁ ଅନ୍ଧବିଶ୍ୱାସ, ବାଲ୍ୟ ବିବାହ ବି ବନ୍ଦ ହୋଇପାରିଛିି ।
ସବୁ ପିଲା ପଢୁଛନ୍ତି । ଦୁଇ ଗାଁ ପୂରା ସ୍ବଚ୍ଛ ହୋଇଯାଇଛି। ପ୍ରତିଦିନ ଭୋର ୪.୪୦ରେ ଉଠି ଗ୍ରାମବାସୀ ଝାଡୁ ଧରି ସଫା କରିବାରେ ଲାଗି ପଡ଼ନ୍ତିି। ସେମାନେ ଅଳିଆ ଗୋଟାଇ ବାଉଁଶରେ ନିର୍ମିତ ୬୦ଟି ଡଷ୍ଟବିନ୍ରେ ପକାନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ କେତେଜଣ ଟ୍ୟୁଟର ପିଲାମାନଙ୍କୁ ପଢ଼ାନ୍ତି। ଅନ୍ୟମାନେ ସମସ୍ତେ ସେମାନଙ୍କ କ୍ଷେତରେ କାମ କରିବାକୁ ବାହାରି ଯାଆନ୍ତି। ଝରଣା ଉପରେ ପଥର ଖଞ୍ଜି ୧.୭୫ କୋଟି ଟଙ୍କାର ୭୦୦ଟି ଚେକ୍ଡ୍ୟାମ ନିର୍ମାଣ କରିଛନ୍ତି । ୧୮୦ ଜଣ ଗ୍ରାମବାସୀ ଲଗାତର ୭୫ ଦିନ କାମ କରି ଏହା କରିଛନ୍ତି। ଜଳସେଚନ ସୁବିଧା କରିବା ସହ ମୃତ୍ତିକା କ୍ଷୟକୁ ବି ରୋକୁଛି ଏହି ଡ୍ୟାମ୍। ଗାଁର ବିକାଶ କାର୍ଯ୍ୟରେ ଏମ୍ଜିଏନ୍ଆର୍ଇଜିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷି, କୁକୁଡା ଓ ଗୋ ପାଳନ ପାଇଁ ବି ସାହାଯ୍ୟ ଯୋଗାଇ ଦିଆଯାଇଛି ଓ ଏଥିରୁ ସେମାନେ ପ୍ରଚୁର ଆୟ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ସିଦ୍ଧାର୍ଥ ଆଉ କିଛି ଗାଁରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିଛନ୍ତି।
ଏଆଇ ସୁରକ୍ଷା ଚିନ୍ତା
ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ) ଲଞ୍ଚ କରିବ ନାହିଁ।…
ଗଣତନ୍ତ୍ରର ରାଜତନ୍ତ୍ରୀକରଣ
ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…
କଠୋର ଆଭିମୁଖ୍ୟ
ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍’…
ଏଇ ଭାରତରେ
ତାମିଲନାଡୁର ସତ୍ୟମଙ୍ଗଳମ୍ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…
ବିକାଶ ବେଦିରେ ବଳି
ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…
ନିଜକୁ ଚିହ୍ନିବା
ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…
ଡାଟା ସେଣ୍ଟରକୁ ବିରୋଧ
ଦି ଗ୍ରେଟ୍ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍ କାମୁସ ଏହି ଶବ୍ଦ ପ୍ରଥମେ…
ନୀତିର ଠିକାଦାର
ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

