ଚିତ୍ରଡ଼ା ପଞ୍ଚାୟତ ହେଲା ଶଟ୍‌ ଡାଉନ

ଚିତ୍ରଡ଼ା,୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତକୁ ସରପଞ୍ଚ ଦୁଲାରୀ ମାରାଣ୍ଡି ଆସନ୍ତା ୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ଜଣେ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି। ତେବେ ଶଟ୍‌ ଡାଉନ ଯୋଗୁ ରାଖୀ ବ୍ୟବସାୟୀ ଏବଂ ମିଠା ଦୋକାନୀ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଚିତ୍ରଡ଼ା ବଜାରରେ ରାଖୀ ଦୋକାନ ଖୋଲିବା ଲାଗି ସ୍ଥାନୀୟ ତହସିଲଦାର ୬ ଜଣଙ୍କୁ ଅନୁମତି ଦେଇଥିଲେ। ସେମାନେ ପ୍ରତ୍ୟେକ ୧୫ରୁ ୨୦ ହଜାର ଟଙ୍କା ଲେଖାଏଁ ରାଖୀ କିଣି ଦୋକାନ ଖୋଲିଥିଲେ। ହେଲେ ଶଟ୍‌ ଡାଉନ ଯୋଗୁ ସେମାନଙ୍କ ବେପାର ଠପ୍‌ ହୋଇପଡ଼ିଛି। ସେହିପରି ମିଠା ବ୍ୟବସାୟୀ ଜୟ କିଶୋର ସାହୁ ରାଖି ପୂର୍ଣ୍ଣମୀ ଲାଗି ୭୦ କେ.ଜି ଛେନା ଆଣି ମିଠା ତିଆରି କରିଥିଲେ। ଶଟ୍‌ ଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଜିନିଷ ନଷ୍ଟ ହେବ ବୋଲି ସେ କହିଛନ୍ତି। ରବିବାର ସନ୍ଧ୍ୟାରେ ଶଟ୍‌ ଡାଉନ୍‌ ଲାଗି ପ୍ରଚାର କରାଯାଉଥିବା ବେଳେ ଦୋକାନୀମାନେ ପ୍ରଚାର ଗାଡ଼ିକୁ ଅଟକାଇ ଥିଲେ। ବ୍ୟବସାୟୀ ସଂଘ ସମ୍ପାଦକ ସୀମାନ୍ତ ବାରିକ ଦୋକାନ ଖୋଲା ରଖିବା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ। ସୋମବାର ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଏସମ୍ପର୍କରେ ବୁଦ୍ଧିଜୀବୀ ସନ୍ତୋଷ କୁମାର ବେହେରା କୁହନ୍ତି ଗହ୍ମାପୂର୍ଣ୍ଣିମା ଥିବାରୁ ପଞ୍ଚାୟତକୁ ଶଟ ଡାଉନ ଘୋଷଣା କରିବା ଅପେକ୍ଷା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିଲେ ଭଲ ହୋଇଥାନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ...

 ବ୍ଲକସ୍ତରୀୟ ମିଶନ ଶକ୍ତି ଋଣମେଳା

ପୁରୁଷୋତ୍ତମପୁର,୮/୨(ଡିଏନ୍ଏ ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  ପୁରୁଷୋତ୍ତମପୁର ତାରା ତାରିଣି କଲେଜ ପଡିଆରେ ମିଶନ ଶକ୍ତି ଯୋଜନାରେ ବ୍ଲକ ସ୍ତରୀୟ ଋଣ ପ୍ରଦାନ ମେଳା...

ପ୍ରେମିକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଭାପୁର, ୧୧।୮(ଡି.ଏନ୍‌.ଏ.) – ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଜରିପାଳ ଛକରୁ ଜଣେ ଅସହାୟ ଯୁବତୀ (୧୮ବର୍ଷ)ଙ୍କୁ ଶନିବାର ପୋଲିସ ଉଦ୍ଧାର କରିଛି।...

ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

ଭଣ୍ଡାରିପୋଖରୀ, ୨୫।୭ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ଜୋରାଗଡିଆ-ଭାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ...

ଲମ୍ବୁଛି ଜାଲ ଶିକ୍ଷକଙ୍କ ତାଲିକା,ପୁଣି ଧରାପଡ଼ିଲେ ଆଉ ୫ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ,୧୮ା୧୨- ଗଞ୍ଜାମ ଜିଲାରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକଙ୍କ ତାଲିକା। ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ୍‌ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଏବେ...

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା,...

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା...

ବେଆଇନ ବାଲିଘାଟରେ ୧୪୪ ଧାରା ଜାରି

ଚଣ୍ଡିଖୋଲ,୭ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅଧୀନରେ ବେଆଇନ ବାଲିଘାଟ ଚାଲିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ମଙ୍ଗଳବାର ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କେଲୁଅ ନଦୀର...

Advertisement
Archives

Model This Week