କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’ ସର୍ତ୍ତ ମାଧ୍ୟମରେ କେନ୍ଦ୍ରକୁ ଫେରିବାକୁ ବାରଣ କରାଯିବା ଏକ ଶକ୍ତ ସଙ୍କେତ ବୋଲି କୁହାଯାଇପାରେ। ସାମ୍ପ୍ରତିକ ପଦକ୍ଷେପ ସ୍ବରୂପ ୩ ଜଣ ଯୁଗ୍ମ ସଚିବ ଅଜୟ ନାଗଭୂଷଣ ଏମ୍‌ଏନ୍‌, ସତ୍ୟ ପ୍ରତାପ ସିଂ ଏବଂ ଆଶିଷ କୁମାର ଗୁପ୍ତାଙ୍କୁ ସମୟ ପୂର୍ବରୁ ନିଜ କ୍ୟାଡରକୁ ଫେରାଇ ଦିଆଯାଇଛି ଏବଂ ସେମାନଙ୍କ ଉପରେ ବର୍ଦ୍ଧିତ କୁଲିଂ-ଅଫ୍‌ ଲାଗୁ କରାଯାଇଛି। ବ୍ୟକ୍ତିଗତ କାରଣରୁ ନିର୍ଦ୍ଦେଶକ ଏସ୍‌. ଶରତ ରାଓଙ୍କୁ ମଧ୍ୟ ଫେରାଇ ଦିଆଯାଇଛି। ସାମଗ୍ରିକ ଭାବେ ଏହି ଆଦେଶଗୁଡ଼ିକ ଡେପୁଟେଶନ ପରିଚାଳନାରେ କେନ୍ଦ୍ରର ଏକ କଠୋର ଆଭିମୁଖ୍ୟକୁ ସୂଚାଉଛି। ବର୍ଦ୍ଧିତ କୁଲିଂ-ଅଫ୍‌ ସର୍ତ୍ତ ଜଣେ ଅଧିକାରୀଙ୍କୁ ଦୀର୍ଘ ସମୟ ପାଇଁ କେନ୍ଦ୍ରୀୟ ନିଯୁକ୍ତିରୁ ଦୂରେଇ ରଖେ ଏବଂ ସେମାନଙ୍କର କ୍ୟାରିୟରକୁ ପ୍ରଭାବିତ କରିପାରେ। ଚଳିତ ବର୍ଷ ଏଭଳି ଅନ୍ୟ କେତେକ ମାମଲା ଦେଖିବାକୁ ମିଳିଛି, ଯେଉଁଥିରେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ନିଜ କ୍ୟାଡରକୁ ପଠାଇ ଦିଆଯାଇଛି। ଅମଲାତନ୍ତ୍ର ପାଇଁ ଏହା ବାର୍ତ୍ତା ଦିଏ ଯେ, କେନ୍ଦ୍ରୀୟ ଡେପୁଟେଶନ ଏକ ସୁଯୋଗ, ସ୍ବତନ୍ତ୍ର ଅଧିକାର ନୁହେଁ। ଦିଲ୍ଲୀରେ ନିଯୁକ୍ତିକୁ କ୍ୟାରିୟର ଗ୍ୟାରେଣ୍ଟି କିମ୍ବା ଏକ ଆରାମଦାୟକ ସ୍ଥାନ ବୋଲି ଗ୍ରହଣ କରାଯାଇପାରିବ ନାହିଁ। ତେବେ ବର୍ଦ୍ଧିତ କୁଲିଂ-ଅଫ୍‌ରେ ଅଧିକାରୀମାନେ ଶୀଘ୍ର ଦିଲ୍ଲୀ ଫେରିବାର ସମ୍ଭାବନା ନ ଥିବାରୁ ରାଜ୍ୟଗୁଡ଼ିକୁ ସେମାନଙ୍କୁ ଗ୍ରହଣ କରିବାକୁ ହେବ, ସେମାନଙ୍କ ଅଭିଜ୍ଞତାକୁ ବିନିଯୋଗ କରିବାକୁ ପଡ଼ିବ। ସବୁଠାରୁ ବଡ଼ ସଙ୍କେତ ହେଉଛି ନିୟନ୍ତ୍ରଣର। କେନ୍ଦ୍ର ଡେପୁଟେଶନରେ କିଏ ଆସିବ ତାହା ଉପରେ କେବଳ ଗୁରୁତ୍ୱ ଦେଉନି, ବରଂ କିଏ ରହିବ ଏବଂ କିଏ ଦ୍ୱିତୀୟ ଥର ଦିଲ୍ଲୀ ଆସିବାକୁ ସୁଯୋଗ ପାଇବ ନାହିଁ, ତାହା ସ୍ଥିର କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ୁଛି।
କାର୍ଯ୍ୟକାଳ ବୃଦ୍ଧିରେ ସମସ୍ୟା
ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ଏମ୍‌.କେ. ଯାଦବଙ୍କ କାର୍ଯ୍ୟକାଳ ଆସାମ ସରକାର ତୃତୀୟ ଥର ବୃଦ୍ଧି କରିଛନ୍ତି। ଏହା ଉପରେ ଗୁଆହାଟୀ ଉଚ୍ଚ ନ୍ୟାୟାଳୟଙ୍କ ଯାଞ୍ଚ ପ୍ରଶାସନିକ ସ୍ତରରେ ଥିବା ଅସନ୍ତୋଷକୁ ସାମ୍ନାକୁ ଆଣିଛି। ଫେବୃଆରୀ ୨୦୨୪ରେ ଯାଦବ ପିସିସିଏଫ୍‌ ଏବଂ ଫରେଷ୍ଟ ପୋର୍ସର ମୁଖ୍ୟ ଭାବରେ ଅବସର ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସ୍ବତନ୍ତ୍ର ମୁଖ୍ୟ ସଚିବ (ବନ) ଭାବେ ପୁନଃନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କ କାର୍ଯ୍ୟକାଳ ଦୁଇଥର ବୃଦ୍ଧି କରାଯାଇଛି ଏବଂ ମେ’ ୨୦୨୬ରେ ନୂଆ ସରକାର ଦାୟିତ୍ୱ ନେବା ପରେ ମଧ୍ୟ ଏହା ହୋଇଛି। ଏହା ଉପରେ ସରକାରଙ୍କ ସ୍ପଷ୍ଟୀକରଣ ହେଉଛି, ଆସାମର ନିଜସ୍ବ ନିର୍ଦ୍ଦେଶାବଳୀ (୨୦୧୮)ଅନୁଯାୟୀ, ଅବସରପ୍ରାପ୍ତ ଅଧିକାରୀଙ୍କୁ କେବଳ ବିରଳ ତଥା ବ୍ୟତିକ୍ରମ ସ୍ଥିତିରେ ହିଁ ପୁନଃନିଯୁକ୍ତି ଦିଆଯାଇପାରିବ। ତେବେ ଯାଦବଙ୍କର ୩ ଥର କାର୍ଯ୍ୟକାଳ ବୃଦ୍ଧି କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଥିବା ଜଣାପଡ଼ୁଛି। ଏହା ଜଣାଶୁଣା ଯେ, ସରକାର ସବୁବେଳେ ପରିଚିତ ଏବଂ ବିଶ୍ୱସ୍ତ ଅଧିକାରୀଙ୍କୁ ପସନ୍ଦ କରିଥାନ୍ତି। କିନ୍ତୁ ଅବସର ପରେ ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି ଏକ ଅସ୍ବସ୍ତିକର ପ୍ରୋତ୍ସାହନ ବ୍ୟବସ୍ଥା। ଏହା ବ୍ୟବସ୍ଥାଗତ ସ୍ବାଧୀନତା ଏବଂ ଉତ୍ତରାଧିକାର ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଯେତେବେଳେ ଗୋଟିଏ ସରକାର ଏକ କ୍ଷମତାଶାଳୀ ପଦବୀରେ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି କରନ୍ତି, ସେତେବେଳେ ସଂସ୍ଥା ବଦଳରେ ବ୍ୟକ୍ତିକୈନ୍ଦିକ ଶାସନର ଏକ ସମାନ୍ତରାଳ ମଡେଲ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଅଦାଲତ ଶେଷରେ ଯାଦବଙ୍କ ମାମଲାର ଆଇନଗତ ସମାଧାନ କରିପାରନ୍ତି। କିନ୍ତୁ ପ୍ରଶ୍ନ ହେଉଛି, କାର୍ଯ୍ୟରତ ଅଧିକାରୀଙ୍କର ସମ୍ପୂର୍ଣ୍ଣ କ୍ୟାଡର ଥାଇ ମଧ୍ୟ ଏକ ରାଜ୍ୟକୁ ବାରମ୍ବାର ସେହି ସମାନ ଅବସରପ୍ରାପ୍ତ ଅଧିକାରୀଙ୍କର ଆବଶ୍ୟକତା କାହିଁକି ପଡୁଛି।
ବ୍ୟବସ୍ଥା ବିରୋଧୀ ସ୍ବର
ଉତ୍ତର ପ୍ରଦେଶର ଆଇଏଏସ୍‌ ଅଧିକାରୀ ରିଙ୍କୁ ସିଂହ ରାହୀଙ୍କ ସାମ୍ପ୍ରତିକ ଅଭିଯୋଗଗୁଡ଼ିକ ଭାରତର ପ୍ରଶାସନିକ ବ୍ୟବସ୍ଥାରେ ଥିବା ଏକ ଅସ୍ବସ୍ତିକର ସ୍ଥିତିକୁ ସୂଚିତ କରେ। ରାହୀ ଯୋଗୀ ସରକାରଙ୍କ ଅଧୀନରେ ଦୁର୍ନୀତି, ପ୍ରଶାସନିକ ହସ୍ତକ୍ଷେପ ଓ ନିର୍ଯାତନା ନେଇ ବାରମ୍ବାର ଅଭିଯୋଗ କରିଛନ୍ତି ଏବଂ ନିଜର ଅସନ୍ତୋଷକୁ ପଦାରେ ପ୍ରକାଶ କରିଛନ୍ତି। ତାଙ୍କର ସର୍ବଶେଷ ଅଭିଯୋଗ ସରକାରୀ ଗାଡ଼ି ଆଉଟସୋର୍ସିଂ ଏବଂ ତାଙ୍କୁ ଟାର୍ଗେଟ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ କଥିତ ପ୍ରୟାସ ଉପରେ ଆଧାରିତ। ଏହି ଅଭିଯୋଗଗୁଡ଼ିକ କେବଳ ଅଭିଯୋଗ ହୋଇ ରହିଛି। ଏହାର ନିରପେକ୍ଷ ଯାଞ୍ଚ ହେବା ଆବଶ୍ୟକ, ତୁରନ୍ତ ଖାରଜ କରାଯିବା ଉଚିତ ନୁହେଁ। ନିଶ୍ଚିତ ଭାବରେ ଭିନ୍ନମତ ପ୍ରକାଶ କରିବାକୁ ଅନୁଶାସନହୀନତା କୁହାଯାଇପାରିବ ନାହଁ। ସର୍ବସାଧାରଣରେ ନିଜକୁ ବଡ଼ ଦର୍ଶାଇବା ଭାବନାକୁ ମଧ୍ୟ ନ୍ୟାୟୋଚିତ ପ୍ରକ୍ରିୟାର ବିକଳ୍ପ ବୋଲି ଧରାଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ପାଇଁ ଏହା ବ୍ୟବସ୍ଥାଗତ ବିଶ୍ୱସନୀୟତାର ଏକ ପରୀକ୍ଷା। ଯଦି ରାହୀ ଭୁଲ୍‌, ତେବେ ଏକ ନିରପେକ୍ଷ ତଦନ୍ତ ମାଧ୍ୟମରେ ତାହା ପ୍ରମାଣିତ କରାଯାଇ ତାଙ୍କୁ ଉତ୍ତରଦାୟୀ କରାଯାଉ। ଯଦି ତାଙ୍କ ଅଭିଯୋଗରେ ସତ୍ୟତା ଅଛି, ତେବେ ଦୋଷୀମାନଙ୍କୁ ବି ପରିଣାମ ଭୋଗିବାକୁ ହେବ। ଏହା କରା ନ ଗଲେ ଜଣାପଡ଼ିବ ଯେ, ପ୍ରଶାସନ ନିଜ ଲୋକଙ୍କୁ ସୁରକ୍ଷା ଦେଉଛି। ସିଭିଲ ସର୍ଭିସେସ ପାଇଁ ବାର୍ତ୍ତା ହେଉଛି, ଭିନ୍ନମତ ପ୍ରକାଶ କରିବା ଅନୁଶାସନହୀନତା ନୁହେଁ, ହେଲେ ସରକାରୀ ପଦବୀ ସର୍ବସାଧାରଣରେ କାହାକୁ ବଡ଼ ଦର୍ଶାଇବାର ସ୍ବାଧୀନତା ଦେଇ ନ ଥାଏ। ଅଧିକାରୀମାନଙ୍କୁ ଭୁଲ୍‌ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ସୁରକ୍ଷିତ ମାଧ୍ୟମ ଆବଶ୍ୟକ; ସେହିପରି ସରକାରଙ୍କୁ ମଧ୍ୟ ଶୃଙ୍ଖଳା ରକ୍ଷା କରିବା ପାଇଁ ଅଧିକାର ରହିବା ଦରକାର।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?