ଏଇ ଭାରତରେ

ପିଲାଦିନ ଭଲରେ କଟିଗଲା ମିନାଲ ସିଂଘଭୀଙ୍କର। ତାଙ୍କୁ ଯେତେବେଳେ ବୟସ ୨୮ ସେତେବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇଗଲା। ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ତା’ପରେ ଆରମ୍ଭ କଲେ ରେଡିଓ ଉଡ଼ାନ। ଏହି ଅନ୍‌ଲାଇନ ରେଡିଓର ଏବେ ୪୫,୦୦୦ ଭିନ୍ନକ୍ଷମ ଶ୍ରୋତା ରହିଛନ୍ତି। କେବଳ ଭାରତ ନୁହେଁ, ସାରା ବିଶ୍ୱର ୧୧୯ଟି ଦେଶରେ ଏହି ଶ୍ରୋତାମାନେ ମିନାଲଙ୍କ ଦ୍ୱାରା ପରିଚାଳିତ କମ୍ୟୁନିଟି ପ୍ରୋଗ୍ରାମଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି ଓ ପରସ୍ପରକୁ ସହଯୋଗର ହାତ ବଢ଼ାଉଛନ୍ତି। ଏହି ପ୍ରୋଗ୍ରାମଗୁଡ଼ିକ ଓ୍ବେବ୍‌ସାଇଟ୍‌, ମୋବାଇଲ ଆପ୍‌, ଆଲେକ୍ସ ଏବଂ ଗୁଗଲ ହୋମ୍‌ରେ ଉପଲବ୍ଧ ହେଉଛି। ଏହାର ବିଷୟବସ୍ତୁ ହିନ୍ଦୀ, ଇଂଲିଶ, ତେଲୁଗୁ ଏବଂ କନ୍ନଡ ଭାଷାରେ କରାଯାଉଛି। ହାଇଦ୍ରାବାଦ ବାସିନ୍ଦା ମିନାଲ ଦୃଷ୍ଟିଶକ୍ତି ହରାଇବା ପରେ ୨୦୧୩ରେ ନିଜ ପ୍ରଚେଷ୍ଟାରେ ଡେପୁଟି କମିଶନର ଅଫିସରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଚାକିରି ପାଇବାକୁ ସକ୍ଷମ ହେଲେ। ୨୦୧୭ରେ ଫେସ୍‌ବୁକରୁ ଅନ୍‌ଲାଇନ ରେଡିଓ ସମ୍ପର୍କରେ ଜାଣିବା ପରେ ସେ ରେଡିଓ ଉଡ଼ାନ ଆରମ୍ଭ କରିଥିଲେ । ତାଙ୍କ ସହ ଯୋଡ଼ି ହୋଇଥିବା ଭିନ୍ନକ୍ଷମମାନଙ୍କ ମଧ୍ୟରୁ ୧୦,୦୦୦ ବିବାହ କରିସାରିଛନ୍ତି , ଅନେକେ ଚାକିରି ପାଇଛନ୍ତି, ଅନେକେ କମ୍ପ୍ୟୁଟର ସ୍କିଲ୍‌ ଶିକ୍ଷା କରିଛନ୍ତି । କିଏ ଗାୟକ ତ କିଏ ଚିତ୍ରକର ହେବା ଲାଗି ରେଡିଓ ଉଡ଼ାନରୁ ବିଭିନ୍ନ କୌଶଳ ଶିକ୍ଷା କରିପାରିଛନ୍ତି। ୪୩ ବର୍ଷୀୟା ମିନାଲ ତାଙ୍କ ଡ୍ୟୁଟି ପରେ ସମୟ ବାହାର କରି ଏହି କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri