ଏଇ ଭାରତରେ

ପିଲାଦିନ ଭଲରେ କଟିଗଲା ମିନାଲ ସିଂଘଭୀଙ୍କର। ତାଙ୍କୁ ଯେତେବେଳେ ବୟସ ୨୮ ସେତେବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇଗଲା। ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ତା’ପରେ ଆରମ୍ଭ କଲେ ରେଡିଓ ଉଡ଼ାନ। ଏହି ଅନ୍‌ଲାଇନ ରେଡିଓର ଏବେ ୪୫,୦୦୦ ଭିନ୍ନକ୍ଷମ ଶ୍ରୋତା ରହିଛନ୍ତି। କେବଳ ଭାରତ ନୁହେଁ, ସାରା ବିଶ୍ୱର ୧୧୯ଟି ଦେଶରେ ଏହି ଶ୍ରୋତାମାନେ ମିନାଲଙ୍କ ଦ୍ୱାରା ପରିଚାଳିତ କମ୍ୟୁନିଟି ପ୍ରୋଗ୍ରାମଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି ଓ ପରସ୍ପରକୁ ସହଯୋଗର ହାତ ବଢ଼ାଉଛନ୍ତି। ଏହି ପ୍ରୋଗ୍ରାମଗୁଡ଼ିକ ଓ୍ବେବ୍‌ସାଇଟ୍‌, ମୋବାଇଲ ଆପ୍‌, ଆଲେକ୍ସ ଏବଂ ଗୁଗଲ ହୋମ୍‌ରେ ଉପଲବ୍ଧ ହେଉଛି। ଏହାର ବିଷୟବସ୍ତୁ ହିନ୍ଦୀ, ଇଂଲିଶ, ତେଲୁଗୁ ଏବଂ କନ୍ନଡ ଭାଷାରେ କରାଯାଉଛି। ହାଇଦ୍ରାବାଦ ବାସିନ୍ଦା ମିନାଲ ଦୃଷ୍ଟିଶକ୍ତି ହରାଇବା ପରେ ୨୦୧୩ରେ ନିଜ ପ୍ରଚେଷ୍ଟାରେ ଡେପୁଟି କମିଶନର ଅଫିସରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଚାକିରି ପାଇବାକୁ ସକ୍ଷମ ହେଲେ। ୨୦୧୭ରେ ଫେସ୍‌ବୁକରୁ ଅନ୍‌ଲାଇନ ରେଡିଓ ସମ୍ପର୍କରେ ଜାଣିବା ପରେ ସେ ରେଡିଓ ଉଡ଼ାନ ଆରମ୍ଭ କରିଥିଲେ । ତାଙ୍କ ସହ ଯୋଡ଼ି ହୋଇଥିବା ଭିନ୍ନକ୍ଷମମାନଙ୍କ ମଧ୍ୟରୁ ୧୦,୦୦୦ ବିବାହ କରିସାରିଛନ୍ତି , ଅନେକେ ଚାକିରି ପାଇଛନ୍ତି, ଅନେକେ କମ୍ପ୍ୟୁଟର ସ୍କିଲ୍‌ ଶିକ୍ଷା କରିଛନ୍ତି । କିଏ ଗାୟକ ତ କିଏ ଚିତ୍ରକର ହେବା ଲାଗି ରେଡିଓ ଉଡ଼ାନରୁ ବିଭିନ୍ନ କୌଶଳ ଶିକ୍ଷା କରିପାରିଛନ୍ତି। ୪୩ ବର୍ଷୀୟା ମିନାଲ ତାଙ୍କ ଡ୍ୟୁଟି ପରେ ସମୟ ବାହାର କରି ଏହି କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri