ଏଇ ଭାରତରେ

ଅଭାବୀ ପେଟର ଜ୍ୱଳାକୁ ଚିହ୍ନୁଥିବା ବ୍ୟକ୍ତି ଦୁନିଆରେ ବିରଳ। ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଶିବମ ସୋନି। ସେ ଇନ୍ଦୋରରେ ଏକ ହଙ୍ଗର ଲାଙ୍ଗର ଖୋଲିଛନ୍ତି। ପ୍ରତିଦିନ ସେଠାରେ ଲୋକମାନଙ୍କୁ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଶିବମ୍‌ଙ୍କ ବୟସ ୨୪। କରୋନା ମହାମାରୀ ପୂର୍ବରୁ ସେ ଏକ ରେସ୍ତୋରାଁ ଖୋଲିଥିତ୍ଲେ। ସେ ତାଙ୍କ ସାଙ୍ଗମାନଙ୍କ ଠାରୁ ୨୦ ହଜାର ଟଙ୍କା ଉଧାର ଆଣି ଏହା ଆରମ୍ଭ କରିଥିଲେ। ଲକ୍‌ଡାଉନ ପରେ ଇନ୍ଦୋରରୁ ୪୦୦ କି.ମି. ଦୂର ତାଙ୍କ ଗାଁ ସିକନ୍ଦକୁ ସେ ଫେର ପାରି ନ ଥିଲେ। ସେତେବେଳେ ତାଙ୍କ ପାଖରେ ଥିଲା କେବଳ ୫୦୦ ଟଙ୍କା । ରୋସ୍ତୋରାଁ ବନ୍ଦ ହେବା ପରେ ସେ ରାସ୍ତାରେ ଲୋକମାନେ ଦେଉଥିତ୍ବା ଖାଦ୍ୟ ଖାଉଥିତ୍ଲେ ଓ ଷ୍ଟେଶନରେ ଶୋଉଥିଲେ। ଏମିତି କି ଉପାସ ବି ରହିଛନ୍ତି। ସେତେବେଳେ ଜୀବନର ମୂଲ୍ୟ ଓ ପେଟର ଜ୍ୱଳା ଅନୁଭବ କରିଥିତ୍ଲେ ଶିବମ। ଲକ୍‌ଡାଉନ ପରେ ଦିନରେ ଏକ ସରକାରୀ ହସ୍ପିଟାଲରେ ଓ ରାତିରେ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ଟଙ୍କା ସଞ୍ଚି ରୋସ୍ତୋରାଁର ନାମ ବଦଳାଇ ହଙ୍ଗର ଲଙ୍ଗର ଆରମ୍ଭ କରିଥିଲେ। ପ୍ରତିଦିନ ଲଙ୍ଗରରେ ୫୦୦ ଜଣ ଖାଉଛନ୍ତି। ଯେଉଁମାନେ ଖାଦ୍ୟର ମୂଲ୍ୟ ଦେବା ଭଳି ଯୋଗ୍ୟ ସେମାନଙ୍କଠାରୁ ସେ ୧୦ ଟଙ୍କା ନେଉଛନ୍ତିି । ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଖାଉଥିବା ଲୋକମାନଙ୍କ ମଧ୍ୟରୁ ଶହେରୁ ଦେଢ଼ଶହ ଲୋକ ତାଙ୍କୁ ଏହି ସେବା ଲାଗି ଟଙ୍କା ଦାନ କରୁଛନ୍ତି। ଇନ୍ଦୋରର ବିଭିନ୍ନ ସ୍ଥାନରେ ଗରିବମାନଙ୍କୁ ୫ ଟଙ୍କାରେ ମିଲ ଦେବା ପାଇଁ ସେ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?