ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ଏହି ଦିନ ବିଷୁବରେଖାରେ ଅବସ୍ଥାନ କରନ୍ତି। ବର୍ଷକ ୩୬୫ ଦିନ ହେଉ ବା ୩୫୪ ଦିନ ହେଉ ସମୟ ଧାର୍ଯ୍ୟକୁ ୧/୧, ୩୬୦୦ର ବୃତ୍ତର ଧାର୍ଯ୍ୟ ରଖାଯାଏ। ଏମିତିକି ବାର୍ହ୍ୟସୂତ୍ୟ ବର୍ଷର ମାନ ୩୬୧ ପାଖାପାଖି ସମୟକୁ ସେହି ୩୬୦୦ ଆବର୍ତ୍ତନରେ ପକାଇ ଗଣନା କରାଯାଏ। ଏହାର ଅର୍ଥ ସମୟ ଦୌଡ଼ ଚକ୍ରାକାର କ୍ଷେତ୍ର। ବର୍ଷକ ଯେଉଁ ବାରମାସ ଏହା ବି ଗଣନାର ଉତ୍ସ ଏହି ମହାବିଷୁବ ସଂକ୍ରାନ୍ତିର ଉତ୍ସ ବାର। ପଞ୍ଚାଙ୍ଗ ଗଣନା ସୃଷ୍ଟିର ଆଦି ଦିନରୁ ଅର୍ଥାତ ଯୁଗର ଆଦି ଦିନରୁ ଓ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଗଣନା ସ୍ଥିର ରହିବା ଦିନରୁ କରାଯାଏ। ବିଚକ୍ଷଣ ଗଣିତ ଜ୍ୟୋତିଷୀ ଏହି ୩କୁ ସାମ୍ୟ ନକଲେ ଗଣନା ଭ୍ରମ ରହିଯାଇପାରେ। ଶକାବ୍ଦଃର ଆଦ୍ୟ ଦିନର ବାରରୁ ଆଗାମୀ ବର୍ଷର ସମସ୍ତ ରୂପରେଖ ପ୍ରସ୍ତୁତ କରାଯାଏ। ବର୍ଷା ଉପରେ କୃଷି ଓ ଜନତା ନିର୍ଭରଶୀଳ, ଏମିତି ପଶୁପକ୍ଷୀ, ବୃକ୍ଷଲତା ନିର୍ଭରଶୀଳ, ରାଜକର ନିର୍ଭରଶୀଳ। ଏଥିପାଇଁ ଏହି ଶକାବ୍ଦଃ ସିଦ୍ଧାନ୍ତରୁ ବାରମାସର ଆରମ୍ଭ ତିଥିବାର ନକ୍ଷତ୍ର ଲଗ୍ନରୁ ବହୁ ସିଦ୍ଧାନ୍ତ ସ୍ଥିର କରି ପାଞ୍ଜିରେ ଦିଆଯାଇଥାଏ। ଜ୍ୟେଷ୍ଠ ମାସର ସଂଶ୍ଳିଷ୍ଟ ବୃଷ ରବି ସ୍ଥିତିରେ ଓ ମାର୍ଗଶିର ମାସର ସଂଶ୍ଳିଷ୍ଟ ବିଛା ରବିରେ ରଖାଯାଇଥାଏ। ଏହି ଦୁଇମାସର ରବି ପ୍ରବେଶକାଳୀନ ଲଗ୍ନରୁ ସ୍ଥାନୀୟ ଖରିଫ ଓ ରବି ଫସଲର ଭାଗ୍ୟ ଅନୁମାନ ବିଚାର କରାଯାଏ। ମୃଗଶିରା ନକ୍ଷତ୍ର ଏକ ଦ୍ୱି ଦ୍ୱିପାଦ ଭଙ୍ଗ ନକ୍ଷତ୍ର। ଏହାର ପ୍ରଥମ ଦ୍ୱିପାଦ ଭଙ୍ଗର ପରେ ରବି ପ୍ରବେଶ, ୨ୟ ଦ୍ୱିପାଦ ଆରମ୍ଭରେ ମିଥୁନ ରବି ହୁଏ। ଏହା ପ୍ରତିବର୍ଷ ପାଇଁ ହୋଇଆସୁଛି। ୮ ଜୁନରୁ ୨୧ ଜୁନ ମଧ୍ୟରେ ମୃଗଶିରାରେ ରବି ରହନ୍ତି, ୨୨ ଜୁନର ଆଗପଛ ଗଣନାଦୃଷ୍ଟେ ଦିନେ ଦୁଇ ଦିନ ମଧ୍ୟରେ ଆର୍ଦ୍ରା ନକ୍ଷତ୍ରରେ ରବି ପ୍ରବେଶ କରନ୍ତି। ଏଇ ଆର୍ଦ୍ରା ଅର୍ଥ କାଉଁନ୍ଦା ଓଦା। ଏ ସମୟରୁ ମୌସୁମୀ ବର୍ଷା ଓଡ଼ିଶାରେ ଆରମ୍ଭ ହୁଏ। ପଣା ସଂକ୍ରାନ୍ତି ଅଶ୍ୱିନୀ ରବି ପ୍ରବେଶ ୧୩/୧୪ ଅପ୍ରେଲରେ ପ୍ରତ୍ୟେକ ବର୍ଷ ଏ ସମୟରେ ପଡ଼ିଆସୁଛି। ପଞ୍ଚାଙ୍ଗ ଗଣନା ପାଇଁ ବାର ସିଦ୍ଧାନ୍ତ ଏକ ଜରୁରୀ ବିଷୟ। ସିଦ୍ଧାନ୍ତ ତନ୍ତ୍ରକରଣ ତ୍ରିବିଧି ପଦ୍ଧତିକୁ ସମତା ବାର ହିଁ ରଖିପାରେ। ଅର୍ହଗଣ, ଜଣା ନ ପଡ଼ିଲେ ସ୍ଥିର ନ ହେଲେ ଗ୍ରହ ନକ୍ଷତ୍ର ତିଥି ଆଦି ସ୍ଥିର ହୋଇ ନ ପାରେ। ଅର୍ହଗଣ ଅର୍ଥ ବିଗତ ସୃଷ୍ଟ୍ୟାଦି ଯୁଗାଦି ବା ନିର୍ଦ୍ଦିଷ୍ଟ ଧାର୍ଯ୍ୟ ବର୍ଷର ପାଞ୍ଜିରୁ ଗଣନା ଦିବସର ସଂଖ୍ୟା। ଶକାବ୍ଦଃର ଆଦ୍ୟ ଦିନ ସ୍ଥିରରୁ ଅନ୍ୟ ସବୁ କ୍ରମ ସଠିକ୍‌ ହୋଇଯାଏ। ଆମ ଓଡ଼ିଶାରେ ପୁଣ୍ୟକାଳ, ଦାନ ପାଇଁ ଉଦ୍ଦିଷ୍ଟ। ସମୟ ଭୋଗ ଅନୁସାରେ ଦ୍ରବ୍ୟଦାନ ଧାର୍ଯ୍ୟ ବି ରହିଛି। ଯଥା ଶୀତଦିନେ କମ୍ବଳ, ଶୀତବସ୍ତ୍ର ଦାନ, ଖରାଦିନେ ପଥିକମାନଙ୍କୁ ଛତ୍ର ପାଣ୍ଡୋଇ (ଜୋତା ଚପଲ, କଠଉ), ପାନୀୟ, ବିଭିନ୍ନ ବିଶେଷ ପର୍ବରେ ବସ୍ତ୍ର ନିଜର ବ୍ୟକ୍ତିଗତ ଶୁଦ୍ଧି ପ୍ରକ୍ରିୟାରେ ବା ବିବାହାଦି କାର୍ଯ୍ୟରେ ଅନ୍ନ, ବସ୍ତ୍ର, ଅଳଙ୍କାର, ଶଯ୍ୟା ଦାନ କରାଯାଏ। ଗୃହାରମ୍ଭ, ଗୃହ ପ୍ରବେଶ, କନ୍ୟା ବିବାହ ଆଦିରେ ଗୋଦାନ କରାଯାଏ। ଏହି ମହାବିଷୁବ ସଂକ୍ରାନ୍ତିରେ ପାଣିପଣା ଦାନ କରାଯାଏ। ପ୍ରକୃତରେ ଯେଉଁ ଜଳକଷ୍ଟ ଅଛି ସେଠାରେ ପୁଷ୍କରିଣୀ, କୂପାଦି ଧନୀ ଜମିଦାରମାନେ ଏଇ ଦିନଠାରୁ ଖନନ କରି ଉତ୍ସର୍ଗ କରୁଥିଲେ। ଅବଢ଼ାପାଣି, ଏକ ଜଳ ଦହି ମିଶ୍ରଣର ଘୋଳ ଏହା ପଥଚାରୀଙ୍କୁ ମଧ୍ୟାହ୍ନ କାଳରେ ପ୍ରଦାନ କରାଯାଏ। ଏହି ମେଷ ରବି ଗ୍ରୀଷ୍ମଋତୁର ୧ମ ମାସ, ଏ ସମୟ ମୃତ୍ତିକା ସ୍ତରର ଜଳ ସର୍ବନିମ୍ନ ସ୍ତରଗାମୀ ହୋଇଥାଏ। ମାଟି ଶୁଖି ଠୋ ଠୋ ହୋଇଥାଏ। ବୃକ୍ଷଲତା ଜଳ ଆହରଣରେ ପ୍ରବଳ ବାଧାରେ ଥାଆନ୍ତି। ବୃକ୍ଷ ମୂଳରେ ମଳା କରି ଜଳ ସିଞ୍ଚନ କରାଯାଏ। ତୁଳସୀ ଚଉଁରାରେ ବସନ୍ତରା ଘଡ଼ି ବସାଯାଏ। ସେଥିରେ ଜଳ ଭରି ଘଡ଼ି ନିମ୍ନ ଛିଦ୍ରରେ କୁଶାଗ୍ରରେ ଟୋପା ଟୋପା ଜଳ ତୁଳସୀ ବୃକ୍ଷରେ ପକାଇ ବୃକ୍ଷକୁ ଉଜ୍ଜୀବିତ ରଖିବାକୁ ଚେଷ୍ଟା କରାଯାଏ। ବୃକ୍ଷକୁ ଜଳଦାନ ପ୍ରକୃତରେ ଏହା ଏକ ସୂଚନା।
ମଧୁଏକ ‘ରାକ୍ଷସ’ ଥିଲେ। ତା’ର ଅନ୍ତ କରିବା ବ୍ୟକ୍ତି ‘ମାଧବ’। ମଧୁମାସ ନାମ ଚୈତ୍ର ମାସର ମାଧବ ମାସ ବୈଶାଖ ମାସର ବୈଦିକ ଜ୍ୟୋତିଷରେ ବର୍ଣ୍ଣନା ଅଛି। ପକ୍ଷାନ୍ତରେ ମଧୁ ଏକ ସୁନ୍ଦର ନାମ। ବସନ୍ତ ଋତୁର ଦକ୍ଷିଣା ପବନ ପ୍ରବାହିତ ସମୟ ମହୁ ସଂଗ୍ରହର ମାସ। ବହୁ ଫୁଲ ଏ ସମୟରେ ନବପଲ୍ଲବିତ ବୃକ୍ଷରେ ଫୁଟେ। ଏଥିରେ ମହୁମାଛି ମହୁ ସଂଗ୍ରହ କରି ମଧୁଚକ୍ର ବାନ୍ଧିଥାନ୍ତି। ବର୍ତ୍ତମାନ ଝାଞ୍ଜି ବହିବା ସମୟ। ମନୁଷ୍ୟ ବୁଦ୍ଧିମାନ୍‌ ବିଚାର ଶକ୍ତିରେ ନିଜେ ବଞ୍ଚତ୍ବା ସହିତ ଅନେକଙ୍କୁ ବଞ୍ଚାଇ ଖୁସି ରଖାଇ ପାରିଲେ ପୁଣ୍ୟକର୍ମ ଧରାଯାଏ। ବୈଶାଖ ପୁଣ୍ୟ ମାସରେ ଆସେ। ଦୁଲର୍ର୍ଭ ଜଳ ପଶୁପକ୍ଷୀ ମନୁଷ୍ୟ ବୃକ୍ଷଲତାକୁ ପ୍ରଦାନ କଲେ ପୁଣ୍ୟଫଳ ମିଳିଥାଏ।
-ଅଜୟ କୁମାର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମୋଟ ସମ୍ପତ୍ତି କେତେ? ଫର୍ମ, ଫିଟନେସ, ଆୟ ଦୃଷ୍ଟିରୁ ବିଶ୍ୱର ଏକ ନମ୍ବର କ୍ରୀଡ଼ାବିତ

ନୂଆଦିଲ୍ଲୀ,୫।୧୧: ବିଶ୍ୱ କ୍ରୀଡ଼ା ଇତିହାସରେ ଏପରି କିଛି ନାମ ରହିଛି ଯାହା ସୀମା, ପିଢ଼ି ଏବଂ ରେକର୍ଡର ଊର୍ଦ୍ଧ୍ୱକୁ ଯାଇ ଇତିହାସର ସୁବର୍ଣ୍ଣ ପୃଷ୍ଠାରେ ନିଜର ସ୍ଥାନ…

BCCIର ବଡ଼ ନିଷ୍ପତ୍ତି, ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସ୍ଥାନ ପରିବର୍ତ୍ତନ

ନୂଆଦିଲ୍ଲୀ,୫।୧୧: ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

WPL 2027 ଟ୍ରଫିକୁ ନେଇ ବଡ଼ କଥା କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୫।୧୧: ମହିଳା ପ୍ରିମିୟର ଲିଗ (WPL) ୨୦୨୭ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୭ରେ ଏହାର…

‘ସେ ମୁମ୍ବାଇ ଯାଇ ଫସିଗଲେ…’ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର, ହେଲାଣି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୧: ଆଇପିଏଲ (IPL) ୨୦୨୭ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ ନାହିଁ। ତାଙ୍କର ଅନ୍ୟ ଦଳକୁ ଯିବା (ଟ୍ରେଡ ହେବା) ନେଇ ଚର୍ଚ୍ଚା…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…

ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?