ଏଇ ଭାରତରେ

ମହାରାଷ୍ଟ୍ରର ବଡ୍‌ନର୍‌ ଭୈରଭ ଗାଁ ଦେଶସାରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁର ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଛୋଟ ବଡ଼ ୧୦୦୦ଟି ଗଡ଼ିଆ ଖୋଳିବା ସହ ଝରଣାରେ ୧୫୦ଟି ଆଡ଼ିବନ୍ଧ ବାନ୍ଧି ସେ ଅଞ୍ଚଳର ଜଳସଙ୍କଟ ଦୂର କରିପାରିଛନ୍ତି। ମୋଟରେ ସେମାନେ ୫୦ କୋଟି ଲିଟର ପାଣି ସଂରକ୍ଷଣ କରିପାରିଛନ୍ତି। ଏହାଦ୍ୱାରା ବଳକା ପାଣିରେ ଅଙ୍ଗୁର ଚାଷ କରି ପ୍ରଚୁର ଉତ୍ପାଦନ କରୁଛନ୍ତି। ୬୦୦ ଟନ୍‌ ଅଙ୍ଗୁର ବାଂଲାଦେଶ ଏବଂ ୟୁରୋପର କେତେକ ଦେଶକୁ ରପ୍ତାନି କରୁଛନ୍ତି। ନାସିକ୍‌ଠାରୁ ୪୩ କି.ମି ଦୂରରେ ଥିବା ଏହି ଗାଁରେ ପାଖାପାଖି ୨୦ ହଜାର ଲୋକ ରହୁଛନ୍ତି ଓ ୩ ହଜାରରୁ ଊର୍ଦ୍ଧ୍ୱ ଘର ରହିଛି। ପାନଚାଷ ଲାଗି ପ୍ରସିଦ୍ଧ ଏହି ଗାଁ ପୂର୍ବରୁ ଘୋର ଜଳ ସଙ୍କଟର ସମ୍ମୁଖୀନ ହେଉଥିଲା। ଫଳରେ ସେଠାରେ ୧୯୭୦ରୁ ଆରମ୍ଭ କରାଯାଇଥିବା ଅଙ୍ଗୁର ଚାଷରେ କ୍ଷତି ହେଉଥିଲା। ଏହାକୁ ଦୂର କରିବା ଲାଗି ଗ୍ରାମବାସୀ ଏକାଠି ହୋଇ ଜଳ ସଂରକ୍ଷଣ କରିବା ପରେ ଗାଁରେ ପ୍ରଚୁର ପାଣି ଉପଲବ୍ଧ ହେଉଛି । ସେମାନେ ଏବେ ପାନ ଓ ଅଙ୍ଗୁର ଚାଷ ସହ ସୋୟାବିନ୍‌, ପିଆଜ, ମକା ଏବଂ ଲଙ୍କାଚାଷ କରୁଛନ୍ତି। ଗାଁରେ ଅଧିକ ଜଳ ସଂରକ୍ଷଣ କରାଯିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇଛି। ସେମାନେ ଖୋଳିଥିବା ଗାଡିଆଗୁଡ଼ିକ ମଧ୍ୟରେ ସବୁଠୁ ବଡ଼ଟିରେ ୧ କୋଟି ଲିଟର ପାଣି ରଖାଯାଇପାରୁଛି। ଗାଁରେ ରହିଛନ୍ତି ୨୩୦୦ କୃଷକ ଓ ସେମାନେ ୭,୮୦୦ ଏକର ଜମିରେ ଚାଷ କରୁଛନ୍ତି। ଏମାନଙ୍କ ଚାଷ ପଦ୍ଧତିକୁ ଜାପାନ, ଦକ୍ଷିଣ ଆଫ୍ରିକା ଏବଂ ସ୍ପେନରୁ ଲୋକେ ଆସି ଦେଖିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri