ଏଇ ଭାରତରେ

ମହାରାଷ୍ଟ୍ରର ବଡ୍‌ନର୍‌ ଭୈରଭ ଗାଁ ଦେଶସାରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁର ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଛୋଟ ବଡ଼ ୧୦୦୦ଟି ଗଡ଼ିଆ ଖୋଳିବା ସହ ଝରଣାରେ ୧୫୦ଟି ଆଡ଼ିବନ୍ଧ ବାନ୍ଧି ସେ ଅଞ୍ଚଳର ଜଳସଙ୍କଟ ଦୂର କରିପାରିଛନ୍ତି। ମୋଟରେ ସେମାନେ ୫୦ କୋଟି ଲିଟର ପାଣି ସଂରକ୍ଷଣ କରିପାରିଛନ୍ତି। ଏହାଦ୍ୱାରା ବଳକା ପାଣିରେ ଅଙ୍ଗୁର ଚାଷ କରି ପ୍ରଚୁର ଉତ୍ପାଦନ କରୁଛନ୍ତି। ୬୦୦ ଟନ୍‌ ଅଙ୍ଗୁର ବାଂଲାଦେଶ ଏବଂ ୟୁରୋପର କେତେକ ଦେଶକୁ ରପ୍ତାନି କରୁଛନ୍ତି। ନାସିକ୍‌ଠାରୁ ୪୩ କି.ମି ଦୂରରେ ଥିବା ଏହି ଗାଁରେ ପାଖାପାଖି ୨୦ ହଜାର ଲୋକ ରହୁଛନ୍ତି ଓ ୩ ହଜାରରୁ ଊର୍ଦ୍ଧ୍ୱ ଘର ରହିଛି। ପାନଚାଷ ଲାଗି ପ୍ରସିଦ୍ଧ ଏହି ଗାଁ ପୂର୍ବରୁ ଘୋର ଜଳ ସଙ୍କଟର ସମ୍ମୁଖୀନ ହେଉଥିଲା। ଫଳରେ ସେଠାରେ ୧୯୭୦ରୁ ଆରମ୍ଭ କରାଯାଇଥିବା ଅଙ୍ଗୁର ଚାଷରେ କ୍ଷତି ହେଉଥିଲା। ଏହାକୁ ଦୂର କରିବା ଲାଗି ଗ୍ରାମବାସୀ ଏକାଠି ହୋଇ ଜଳ ସଂରକ୍ଷଣ କରିବା ପରେ ଗାଁରେ ପ୍ରଚୁର ପାଣି ଉପଲବ୍ଧ ହେଉଛି । ସେମାନେ ଏବେ ପାନ ଓ ଅଙ୍ଗୁର ଚାଷ ସହ ସୋୟାବିନ୍‌, ପିଆଜ, ମକା ଏବଂ ଲଙ୍କାଚାଷ କରୁଛନ୍ତି। ଗାଁରେ ଅଧିକ ଜଳ ସଂରକ୍ଷଣ କରାଯିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇଛି। ସେମାନେ ଖୋଳିଥିବା ଗାଡିଆଗୁଡ଼ିକ ମଧ୍ୟରେ ସବୁଠୁ ବଡ଼ଟିରେ ୧ କୋଟି ଲିଟର ପାଣି ରଖାଯାଇପାରୁଛି। ଗାଁରେ ରହିଛନ୍ତି ୨୩୦୦ କୃଷକ ଓ ସେମାନେ ୭,୮୦୦ ଏକର ଜମିରେ ଚାଷ କରୁଛନ୍ତି। ଏମାନଙ୍କ ଚାଷ ପଦ୍ଧତିକୁ ଜାପାନ, ଦକ୍ଷିଣ ଆଫ୍ରିକା ଏବଂ ସ୍ପେନରୁ ଲୋକେ ଆସି ଦେଖିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri