ଏଇ ଭାରତରେ

ବିପର୍ଯ୍ୟୟକୁ ସାମ୍‌ନା କରି ପୁଣି ଅଣ୍ଟାସଳଖି ସ୍ବାବଲମ୍ବୀ ହେବାରେ ଆନ୍ଧ୍ରପ୍ରଦେଶର ପାଳଗୁଟାପଲ୍ଲି ଗାଁର ମହିଳାମାନେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ପରିବେଶ ଉପଯୋଗୀ କପଡ଼ା ବ୍ୟାଗ୍‌ ତିଆରି କରି ତାହାକୁ ବିଦେଶରେ ପହଞ୍ଚାଉଛନ୍ତି। ଚିତ୍ତୋର ଜିଲାର ମରୁଡ଼ି ପ୍ରପୀଡ଼ିତ ଗଁା ପାଳଗୁଟାପଲ୍ଲିରେ ରହନ୍ତି ୬୦ଟି ପରିବାର। ୨୦୧୦ରୁ ୨୦୧୫ ଯାଏ ୫ ବର୍ଷ ମରୁଡ଼ି ଲାଗି ରହିବା ପରେ ଚାଷରେ କ୍ଷତି ହେଲା। ପୁରୁଷମାନେ କିଛି କାମ ପାଇଲେ ନାହିଁିଁ। ଅନେକ ଗାଈଗୋରୁ ବିକ୍ରିକରି ବାହାରକୁ ପଳାଇଗଲେ। କିନ୍ତୁ ସେହି ଗାଁର ସଫ୍ଟଓ୍ବେର ଇଞ୍ଜିନିୟର ଅପର୍ଣ୍ଣା କ୍ରିଷ୍ଣ ଏହାକୁ ନିରୀକ୍ଷଣ କରିବା ପରେ ଯେଉଁମାନେ ଗାଁରେ ରହିଥିଲେ, ସେମାନଙ୍କ ସହ ଆଲୋଚନା କରି କପଡ଼ା ବ୍ୟାଗ୍‌ ତିଆରି କରିବାକୁ ପ୍ରୋତ୍ସାହିତ କରିଥିଲେ। ନିଜେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ଅପର୍ଣ୍ଣା ପ୍ରଥମେ ୪ ଜଣ ମହିଳାଙ୍କୁ ନେଇ ବ୍ୟାଗ୍‌ ତିଆରି କରିଥିଲେ। ବର୍ତ୍ତମାନ ଏହି କାର୍ଯ୍ୟରେ ଅନେକ ମହିଳା ଯୋଗଦେଇ ରୋଜଗାର କରୁଛନ୍ତି। ସେମାନେ ୫୦ ପ୍ରକାର ବ୍ୟାଗ ତିଆରି କରି ଦେଶ ବିଦେଶରେ ୫୦,୦୦୦ ବ୍ୟାଗ୍‌ ବିକ୍ରି କରିସାରିଲେଣି। ସେମାନଙ୍କ ହାତ ତିଆରି ବ୍ୟାଗ୍‌ ଇଂଲଣ୍ଡ, ଆମେରିକା ଏବଂ କାନାଡ଼ାରେ ପହଞ୍ଚତ୍ପାରିଛି। ମହିଳାମାନେ ଏବେ ମାସକୁ ୫,୦୦୦ ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?