Posted inଜାତୀୟ

ଭାରତ ଆଂଶିକ ସ୍ବାଧୀନ

ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ ଗଣତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟ ଉପରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଆମେରିକା ସରକାରଙ୍କ ପାଣ୍ଠିରେ ପରିଚାଳିତ ଏନ୍‌ଜିଓ ଫ୍ରିଡମ୍‌ ହାଉସ୍‌ ପକ୍ଷରୁ ପ୍ରତିବର୍ଷ ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ବିବରଣୀ ପ୍ରକାଶ ପାଇଥାଏ। ଏହାର ଚଳିତ ବର୍ଷ ରିପୋର୍ଟର ଶୀର୍ଷକ ରହିଛି ‘ଫ୍ରିଡମ୍‌ ଇନ୍‌ ଦି ଓ୍ବାଲର୍‌ଡ ୨୦୨୧-ଡେମୋକ୍ରାସି ଅଣ୍ଡର ସିଏଜ୍‌’। ଏଥିରେ କୁହାଯାଇଛି ଯେ ଭାରତର ବୈଶ୍ୱିକ ଗଣତାନ୍ତ୍ରିକ ମାପଦଣ୍ଡ ଛବି ଖରାପ ହୋଇଯାଇଥିବାରୁ ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଉପର ପାହ୍ୟାରୁ ଏହି ଦେଶ ତଳକୁ ଖସିଥାଇପାରେ। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ୨୦୧୮, ୨୦୧୯, ୨୦୨୦ରେ ଭାରତ ସ୍ବାଧୀନ ର଼୍ୟାଙ୍କରେ ଥିଲା, ଯଦିଓ ଏହି ଅବଧି ମଧ୍ୟରେ ୧୦୦ ସ୍କେଲରୁ ଏହାର ସ୍କୋର ୭୭ରୁ ୭୧କୁ ଖସିଥିଲା। କିନ୍ତୁ ସଦ୍ୟ ରିପୋର୍ଟରେ ଭାରତ ଆହୁରି ତଳକୁ ଖସି ୬୭ତମ ସ୍ଥାନରେ ରହିଛି।
ପଦାବନତିର ଏହି ଧାରା ବିଶେଷକରି ୨୦୧୯ରେ ତ୍ୱରାନ୍ବିତ ହୋଇଥିଲା। କେନ୍ଦ୍ର ସରକାର ଏବଂ ରାଜ୍ୟସ୍ତରରେ ସରକାରଙ୍କ ସହଯୋଗୀମାନେ ୨୦୨୦ରେ ସମାଲୋଚକଙ୍କୁ ଟାର୍ଗେଟ କରିବା ବଢ଼ାଇଦେଇଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁ ଭାରତରେ ଲକ୍ଷ ଲକ୍ଷ ଆଭ୍ୟନ୍ତରୀଣ ପ୍ରବାସୀ ଶ୍ରମିକଙ୍କ ବିପଜ୍ଜନକ ଓ ଅଣଯୋଜନାବଦ୍ଧ ବିସ୍ଥାପନ ହୋଇଥିଲା। ଗଣତାନ୍ତ୍ରିକ ପରମ୍ପରାର ଏକ ଚାମ୍ପିୟନ୍‌ ରୂପେ କାର୍ଯ୍ୟ କରି ଚାଇନା ଭଳି ଏକନାୟକତ୍ୱବାଦୀ ପ୍ରଭାବକୁ ହ୍ରାସ କରିବା ପରିବର୍ତ୍ତେ ଭାରତର ସରକାର ଓ ଶାସକ ଦଳ ଦେଶକୁ ସ୍ବେଚ୍ଛାଚାରିତା ଆଡ଼କୁ ଟାଣିନେଇଛନ୍ତି। ସେହିପରି ନ୍ୟାୟପାଳିକାର ସ୍ବାଧୀନତା ମଧ୍ୟ ସଙ୍କୁଚିତ ହୋଇଛି। ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଦଙ୍ଗା ବେଳେ ପ୍ରାଣ ହରାଇଥିବା ୫୦ ଜଣଙ୍କ ମଧ୍ୟରୁ ଅଧିକାଂଶ ମୁସ୍‌ଲିମ। ଏହି ହିଂସା ସମୟରେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ନେଇ ତାଗିଦ କରିଥିବା ଜଣେ ବିଚାରପତିଙ୍କୁ ତୁରନ୍ତ ବଦଳି କରାଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ଉଦାହରଣ ଦିଆଯାଇଛି। ଭାରତ ସରକାର ଅନେକ ବୈଷମ୍ୟ ସୃଷ୍ଟିକାରୀ ନୀତି ଆଣିଛନ୍ତି। ଫଳରେ ଖବରଦାତା, ଏନ୍‌ଜିଓ ଏବଂ ସରକାରଙ୍କ ସମାଲୋଚକମାନଙ୍କୁ ହଇରାଣ ବହୁ ପରିମାଣରେ ବଢ଼ିଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?