Posted inଜାତୀୟ

ଭାରତ ଆଂଶିକ ସ୍ବାଧୀନ

ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ ଗଣତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟ ଉପରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଆମେରିକା ସରକାରଙ୍କ ପାଣ୍ଠିରେ ପରିଚାଳିତ ଏନ୍‌ଜିଓ ଫ୍ରିଡମ୍‌ ହାଉସ୍‌ ପକ୍ଷରୁ ପ୍ରତିବର୍ଷ ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ବିବରଣୀ ପ୍ରକାଶ ପାଇଥାଏ। ଏହାର ଚଳିତ ବର୍ଷ ରିପୋର୍ଟର ଶୀର୍ଷକ ରହିଛି ‘ଫ୍ରିଡମ୍‌ ଇନ୍‌ ଦି ଓ୍ବାଲର୍‌ଡ ୨୦୨୧-ଡେମୋକ୍ରାସି ଅଣ୍ଡର ସିଏଜ୍‌’। ଏଥିରେ କୁହାଯାଇଛି ଯେ ଭାରତର ବୈଶ୍ୱିକ ଗଣତାନ୍ତ୍ରିକ ମାପଦଣ୍ଡ ଛବି ଖରାପ ହୋଇଯାଇଥିବାରୁ ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଉପର ପାହ୍ୟାରୁ ଏହି ଦେଶ ତଳକୁ ଖସିଥାଇପାରେ। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ୨୦୧୮, ୨୦୧୯, ୨୦୨୦ରେ ଭାରତ ସ୍ବାଧୀନ ର଼୍ୟାଙ୍କରେ ଥିଲା, ଯଦିଓ ଏହି ଅବଧି ମଧ୍ୟରେ ୧୦୦ ସ୍କେଲରୁ ଏହାର ସ୍କୋର ୭୭ରୁ ୭୧କୁ ଖସିଥିଲା। କିନ୍ତୁ ସଦ୍ୟ ରିପୋର୍ଟରେ ଭାରତ ଆହୁରି ତଳକୁ ଖସି ୬୭ତମ ସ୍ଥାନରେ ରହିଛି।
ପଦାବନତିର ଏହି ଧାରା ବିଶେଷକରି ୨୦୧୯ରେ ତ୍ୱରାନ୍ବିତ ହୋଇଥିଲା। କେନ୍ଦ୍ର ସରକାର ଏବଂ ରାଜ୍ୟସ୍ତରରେ ସରକାରଙ୍କ ସହଯୋଗୀମାନେ ୨୦୨୦ରେ ସମାଲୋଚକଙ୍କୁ ଟାର୍ଗେଟ କରିବା ବଢ଼ାଇଦେଇଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁ ଭାରତରେ ଲକ୍ଷ ଲକ୍ଷ ଆଭ୍ୟନ୍ତରୀଣ ପ୍ରବାସୀ ଶ୍ରମିକଙ୍କ ବିପଜ୍ଜନକ ଓ ଅଣଯୋଜନାବଦ୍ଧ ବିସ୍ଥାପନ ହୋଇଥିଲା। ଗଣତାନ୍ତ୍ରିକ ପରମ୍ପରାର ଏକ ଚାମ୍ପିୟନ୍‌ ରୂପେ କାର୍ଯ୍ୟ କରି ଚାଇନା ଭଳି ଏକନାୟକତ୍ୱବାଦୀ ପ୍ରଭାବକୁ ହ୍ରାସ କରିବା ପରିବର୍ତ୍ତେ ଭାରତର ସରକାର ଓ ଶାସକ ଦଳ ଦେଶକୁ ସ୍ବେଚ୍ଛାଚାରିତା ଆଡ଼କୁ ଟାଣିନେଇଛନ୍ତି। ସେହିପରି ନ୍ୟାୟପାଳିକାର ସ୍ବାଧୀନତା ମଧ୍ୟ ସଙ୍କୁଚିତ ହୋଇଛି। ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଦଙ୍ଗା ବେଳେ ପ୍ରାଣ ହରାଇଥିବା ୫୦ ଜଣଙ୍କ ମଧ୍ୟରୁ ଅଧିକାଂଶ ମୁସ୍‌ଲିମ। ଏହି ହିଂସା ସମୟରେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ନେଇ ତାଗିଦ କରିଥିବା ଜଣେ ବିଚାରପତିଙ୍କୁ ତୁରନ୍ତ ବଦଳି କରାଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ଉଦାହରଣ ଦିଆଯାଇଛି। ଭାରତ ସରକାର ଅନେକ ବୈଷମ୍ୟ ସୃଷ୍ଟିକାରୀ ନୀତି ଆଣିଛନ୍ତି। ଫଳରେ ଖବରଦାତା, ଏନ୍‌ଜିଓ ଏବଂ ସରକାରଙ୍କ ସମାଲୋଚକମାନଙ୍କୁ ହଇରାଣ ବହୁ ପରିମାଣରେ ବଢ଼ିଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀର ଭୂମିରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ବୀରଭୂମିଠାରେ କଂଗ୍ରେସର ମଧ୍ୟକାଳୀନ ଅଧ୍ୟକ୍ଷ ତଥା ରାଜୀବଙ୍କ ସ୍ତ୍ରୀ...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା...

ମୋଦିଙ୍କ ମନ କିଣିଲେ ୮ ବର୍ଷର ଶିଶୁକନ୍ୟା

ନୂଆଦିଲ୍ଲୀ,୨୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଛୋଟ...

ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା...

ଘରେ ପହଞ୍ଚିବ ଔଷଧ

ନୂଆଦିଲ୍ଲୀ,୨୭ା୩: ଦେଶରେ କରୋନା ଭାଇରସ୍‌ ସଂକ୍ରମ ବଢ଼ିବାରେ ଲାଗିଥିବାରୁ ଔଷଧଗୁଡ଼ିକର ହୋମ୍‌ ଡେଲିଭରିକୁ କେନ୍ଦ୍ର ସରକାର ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ...

ଅଧ୍ୟକ୍ଷ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ରାହୁଲ ଚିନ୍ତା କରିବା ଆବଶ୍ୟକ: ବିରପ୍ପା ମୋଇଲୀ

ବେଙ୍ଗାଲୁର୍‌,୮।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ବିରପ୍ପା ମୋଇଲୀ। ରାହୁଲ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ଚିନ୍ତା କରିବା...

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ...

Advertisement
Archives

Model This Week