ଇମ୍ରାନ୍‌ଙ୍କ ମୁଣ୍ଡରେ ଚଡ଼କ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୫ା୩:୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପାକିସ୍ତାନ-ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି କି? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍‌ଦୁଲ୍‌ ହାଫିଜ୍‌ ଶେଖ୍‌ ବୁଧବାର ଅନୁଷ୍ଠିତ ଇସ୍‌ଲାମାବାଦ ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍‌ ରଜା ଗିଲାନିଙ୍କଠାରୁ ୫ ଖଣ୍ଡ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି। ଏହି ପରାଜୟକୁ ଇମ୍ରାନ୍‌ ସରକାର ଓ ତାଙ୍କ ନୀତିଗୁଡ଼ିକ ବିରୋଧରେ ଅନାସ୍ଥା ପ୍ରସ୍ତାବ ରୂପେ ଦେଖାଯାଉଛି। ଫଳରେ ବିରୋଧୀଙ୍କ ପକ୍ଷରୁ ଇମ୍ରାନ୍‌ଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଇମ୍ରାନ୍‌ ସରକାର ରହିବେ କି ନାହିଁ ତାହା ଏହି ଦିନ ଆସ୍ଥାଭୋଟ ପରେ ଜଣାପଡ଼ିବ।
ଇମ୍ରାନ୍‌ ତାଙ୍କ କ୍ୟାବିନେଟ ସହଯୋଗୀ ଅବ୍‌ଦୁଲ ହାଫିଜ୍‌ ଶେଖ୍‌ଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରଚାର କରିଥିଲେ। ଏହାସତ୍ତ୍ୱେ ଅର୍ଥମନ୍ତ୍ରୀ ହାଫିଜ୍‌ ଶେଖ୍‌ ପରାଜିତ ହୋଇଛନ୍ତି। ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନିଙ୍କ ବିଜୟ ପରେ ଅନେକ ବିରୋଧୀ ଦଳ ନେତା ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି। ସିନେଟରଙ୍କୁ ଜିତାଇବା ପାଇଁ ୧୭୨ ଖଣ୍ଡ ଭୋଟ ଆବଶ୍ୟକ ଥିବାବେଳେ ଶାସକ ପିଟିଆଇ ୧୮୨ ସଦସ୍ୟଙ୍କ ସମର୍ଥନ ହାସଲ କରିଥିବା ଦାବି କରୁଛି। କିନ୍ତୁ ଗିଲାନିଙ୍କ ସପକ୍ଷରେ ୧୬୯ ଓ ଶେଖ୍‌ଙ୍କୁ ୧୬୪ ଭୋଟ ମିଳିଥିବା ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବରିଷ୍ଠ ନେତା ଗିଲାନିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧୀ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌) ଏହି ନିର୍ବାଚନରେ ସମର୍ଥନ କରିଥିଲା।
ଇସ୍‌ଲାମାବାଦ ସିନେଟ ଆସନରେ ହାରିବା ପରେ ପିଟିଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ପାର୍ଲାମେଣ୍ଟରେ ଆସ୍ଥାଭୋଟ ଲୋଡ଼ିବେ। ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କ୍ୟୁରେଶୀ ଏହାକୁ ପାକିସ୍ତାନ ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଦିନ ଭାବେ ଅଭିହିତ କରିଛନ୍ତି। ବର୍ତ୍ତମାନ ଏପରି ସମୟ ଆସିଛି ଯେ ତୁମେ ଇମ୍ରାନ୍‌ଙ୍କ ସପକ୍ଷରେ ରହିବ ନଚେତ୍‌ ବିପକ୍ଷରେ ବୋଲି ସେ କହିଛନ୍ତି।
ବୁଧବାର ନିର୍ବାଚନରେ ୧୮ ସିଟ୍‌ ଦଖଲ କରି ପାର୍ଲାମେଣ୍ଟର ଉଚ୍ଚ ସଦନରେ ଶାସକ ପିଟିଆଇର ସଂଖ୍ୟାଗରିଷ୍ଠ ଦଳ ହୋଇଛି। ଏହାସତ୍ତ୍ୱେ ଚିନ୍ତାର ବିଷୟ ହେଉଛି ଇସ୍‌ଲାମାବାଦ ଆସନ ଜିତିବା ଲାଗି ସରକାର ନିଜ ହାତରେ ଯେଉଁ ୧୮୦ ଭୋଟ ଥିବା ମନେକରୁଥିଲେ, ତାହା ନାହିଁ ବୋଲି ଫଳାଫଳରୁ ଜଣାପଡ଼ିଛି। ଇମ୍ରାନ୍‌ ଅପମାନିତ ହୋଇ ବିଦା ହେବା ହେବା ପରିବର୍ତ୍ତେ ଆସ୍ଥାଭୋଟରେ ଶକ୍ତିପରୀକ୍ଷା ଦେବାକୁ ଉଚିତ ମଣିଛନ୍ତି। ଇମ୍ରାନ୍‌ ଆସ୍ଥାଭୋଟରେ କୌଣସି ପ୍ରକାରେ ବର୍ତ୍ତିଗଲେ ସୁଦ୍ଧା ବର୍ତ୍ତମାନ ତୁଳନାରେ ଆହୁରି ଦୁର୍ବଳ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?