ଏଇ ଭାରତରେ

ଗ୍ରୀଡ୍‌ବିଦ୍ୟୁତ୍‌ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଏମିତି ଏକ ଭଲ ଖବର ନେଇ ଆସିଛନ୍ତି ଉତ୍ତରପ୍ରଦେଶର ମୟଙ୍କ ଚୌଧୁରୀ। ଗାଜିଆବାଦରେ ରହନ୍ତି ମୟଙ୍କ। ସେ ତାଙ୍କ ଘରେ ବିଗତ ଦୁଇ ବର୍ଷ ହେବ ଅନ୍‌-ଗ୍ରୀଡ୍‌ ସୋଲାର ପ୍ୟାନେଲ ଲଗାଇ ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଓ ବିଦ୍ୟୁତ ବିଲ୍‌ ବାବଦରେ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ କରିପାରିଛନ୍ତି। ତାଙ୍କ ଅଗଣାରେ ଲଗାଯାଇଥିବା ଦୁଇଟି ପ୍ୟାନେଲରୁ ଉତ୍ପାଦିତ ବିଦ୍ୟୁତ୍‌ରେ ତାଙ୍କ ଘରର ଆବଶ୍ୟକ ବିଦ୍ୟୁତ୍‌ ଭରଣା କରୁଛନ୍ତି। ଏଥିରୁ ସେ ୬,୫୦୦ ଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି। ପ୍ରଥମ ପ୍ୟାନେଲ୍‌ରେ ୮ଟି ଓ ଦ୍ୱିତୀୟରେ ୧୨ଟି ସୋଲାର ପ୍ଲେଟ୍‌ ସେ ଲଗାଇଛନ୍ତି। ଏଥିତ୍ରେ କୌଣସି ବ୍ୟାଟେରି ବି ବ୍ୟବହାର କରାଯାଇନାହିଁ। ସବୁଠୁ ବଡ଼କଥା ହେଉଛି ଏହା ବର୍ଷସାରା ବିଦ୍ୟୁତ ଯୋଗାଇ ଦେଉଛି। ପ୍ୟାନେଲ୍‌ର ଓ୍ବାରେଣ୍ଟି ୨୫ ବର୍ଷ ଓ ଇନ୍‌ଭର୍ଟର୍‌ର ଓ୍ବାରେଣ୍ଟି ୭ ବର୍ଷ ବୋଲି କହନ୍ତି ମୟଙ୍କ। ସୋଲାର ସେଟ୍‌ ପାଇଁ ୩.୫ ଲକ୍ଷ ବ୍ୟୟ କରିବାକୁ ପଡୁଛି। ପାଞ୍ଚଦିନରେ ଏହା ସମ୍ପୂର୍ଣ୍ଣ ହୋଇଯାଉଛି। ମିଟର ଇଲେକ୍ଟ୍ରି ବୋର୍ଡ ବସାଉଛି ଓ ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌ ଇଲେକ୍ଟ୍ରି ଗ୍ରୀଡ୍‌ରେ ଷ୍ଟୋର ହେଉଛି। ଏଭଳି ସୋଲାର ପ୍ୟାନେଲ ତାଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ବସାଇସାରିଛନ୍ତି ଓ ଏହାକୁ ସେ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?