ଏଇ ଭାରତରେ

ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍‌.କେ.। ଯିବା ସମୟରେ ଗୁଗଲ୍‌ ମ୍ୟାପ୍‌ ଥିଲା ତାଙ୍କ ଗାଇଡ୍‌। ଏଥିପାଇଁ ତାଙ୍କୁ ୧୦୦ ଦିନ ଲାଗିଛି। କେରଳର ଥ୍ରିସୁର୍‌ରୁ ବାହାରି ଜମ୍ମୁକଶ୍ମୀରରେ ପହଞ୍ଚିବା ଯାଏ ବାଟରେ କେବଳ ଚା’ବିକି ତାଙ୍କ ଖର୍ଚ୍ଚ ଉଠାଇଛନ୍ତି। ନିଧିନଙ୍କ ବୟସ ଏବେ ୨୩। ସେ ୩,୩୦୦ କି.ମି. ରାସ୍ତା ଅତିକ୍ରମ କରିପାରିଛନ୍ତି। ପ୍ରତିଦିନ ସକାଳ ୫.୩୦ରେ ସେ ତାଙ୍କ ଯାତ୍ରା ଆରମ୍ଭ କରନ୍ତି ଓ ଅପରାହ୍ନ ୪ଟା ଯାଏ ସାଇକେଲ ଚଳାନ୍ତି। ସୁବିଧାରେ ଚା’କରିବା ପାଇଁ ପାଣି ଓ କ୍ଷୀର ମିଳୁଥିତ୍ବା କୌଣସି ଏକ ଦୋକାନ ନିକଟରେ ଅଟକନ୍ତି। ବ୍ୟାଗରେ ନେଇଥିବା ଷ୍ଟୋଭ୍‌ ଓ ଚିନି,ଚା’ପାଉଡରରେ ୩୫ କପ୍‌ ଚା’ କରି ଏକ ଫ୍ଲାଶରେ ରଖିଥାନ୍ତି। ଚା’ ବିକି ଦିନକୁ ସେ ପାଖାପାଖି ୩୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଖାଦ୍ୟ ଓ ଯାତ୍ରା ଲାଗି ଅନ୍ୟ ଆବଶ୍ୟକୀୟ ଜିନିଷ କିଣିଥାଆନ୍ତି। ବିନା ଚା’ରେ ଅନେକ ଲୋକ ତାଙ୍କୁ ଟଙ୍କା ବି ଦିଅନ୍ତି। ଚା’ବିକିବା ପରେ ନିଧିନ ନିକଟସ୍ଥ ପେଟ୍ରୋଲ ପମ୍ପ୍‌ରେ ଟେଣ୍ଟ ପକାଇ ରାତି କାଟନ୍ତି। ଅନେକ ସମୟରେ ଗୁଗଲ ମ୍ୟାପ ଫେଲ୍‌ ହେଲେ ସ୍ଥାନୀୟ ଲୋକମାନେ ତାଙ୍କୁ ବାଟ ବତାଇ ଦିଅନ୍ତି ବୋଲି କହନ୍ତି ନିଧିନ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍‌

ଭାବଗ୍ରାହୀ ରାଉତ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି,...

ଇମ୍ୟୁନିଟି ବେପାର

ରୁଦ୍ର ପ୍ରସନ୍ନ ରଥ କରୋନା କାଳରେ ଯେଉଁ କେତୋଟି ଶବ୍ଦ ବେଶ୍‌ ଜୋରରେ ଶୁଣିବାକୁ ମିଳୁଛି ତାହା ମଧ୍ୟରୁ ବୋଧହୁଏ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା...

ଓଡ଼ିଆ ସାହିତ୍ୟରେ ବ୍ରଜନାଥ

କବି ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ହେଉଛନ୍ତି ଅଷ୍ଟାଦଶ ଶତକର ମହାନ୍‌ କବି। ପୂର୍ବ ଭାରତୀୟ ସାହିତ୍ୟ ଜଗତର ପ୍ରଥମ ଗଦ୍ୟସ୍ରଷ୍ଟା। ପ୍ରଥମ ଓଡ଼ିଆ ସମର କବି।...

ମୃତ୍ୟୁପଥରେ ନଦୀ

ବିଚିତ୍ର ବିଶ୍ୱାଳ ଖରାଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ। ଖରାଦିନେ...

Dillip Cherian

କଡ଼ା ପଦକ୍ଷେପ

ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର...

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ।...

ପରିବର୍ତ୍ତନ ଅପେକ୍ଷାରେ

ଭାରତରେ ଲକ୍‌ଡାଉନ ୩ ମେ’ରେ ଶେଷ ହେଉଛି। କିନ୍ତୁ ୪ ମେ’ କିମ୍ବା ଏହାପରେ ସମ୍ଭବତଃ ପରିସ୍ଥିତି ସମାନ ନ ଥିବ। ଜୁନ୍‌ରେ ସ୍କୁଲ୍‌ ଖୋଲିବାକୁ...

‘ସୋଲୋ’ର ସ୍ରଷ୍ଟା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ...

Advertisement
Archives

Model This Week