ଏଇ ଭାରତରେ

ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍‌.କେ.। ଯିବା ସମୟରେ ଗୁଗଲ୍‌ ମ୍ୟାପ୍‌ ଥିଲା ତାଙ୍କ ଗାଇଡ୍‌। ଏଥିପାଇଁ ତାଙ୍କୁ ୧୦୦ ଦିନ ଲାଗିଛି। କେରଳର ଥ୍ରିସୁର୍‌ରୁ ବାହାରି ଜମ୍ମୁକଶ୍ମୀରରେ ପହଞ୍ଚିବା ଯାଏ ବାଟରେ କେବଳ ଚା’ବିକି ତାଙ୍କ ଖର୍ଚ୍ଚ ଉଠାଇଛନ୍ତି। ନିଧିନଙ୍କ ବୟସ ଏବେ ୨୩। ସେ ୩,୩୦୦ କି.ମି. ରାସ୍ତା ଅତିକ୍ରମ କରିପାରିଛନ୍ତି। ପ୍ରତିଦିନ ସକାଳ ୫.୩୦ରେ ସେ ତାଙ୍କ ଯାତ୍ରା ଆରମ୍ଭ କରନ୍ତି ଓ ଅପରାହ୍ନ ୪ଟା ଯାଏ ସାଇକେଲ ଚଳାନ୍ତି। ସୁବିଧାରେ ଚା’କରିବା ପାଇଁ ପାଣି ଓ କ୍ଷୀର ମିଳୁଥିତ୍ବା କୌଣସି ଏକ ଦୋକାନ ନିକଟରେ ଅଟକନ୍ତି। ବ୍ୟାଗରେ ନେଇଥିବା ଷ୍ଟୋଭ୍‌ ଓ ଚିନି,ଚା’ପାଉଡରରେ ୩୫ କପ୍‌ ଚା’ କରି ଏକ ଫ୍ଲାଶରେ ରଖିଥାନ୍ତି। ଚା’ ବିକି ଦିନକୁ ସେ ପାଖାପାଖି ୩୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଖାଦ୍ୟ ଓ ଯାତ୍ରା ଲାଗି ଅନ୍ୟ ଆବଶ୍ୟକୀୟ ଜିନିଷ କିଣିଥାଆନ୍ତି। ବିନା ଚା’ରେ ଅନେକ ଲୋକ ତାଙ୍କୁ ଟଙ୍କା ବି ଦିଅନ୍ତି। ଚା’ବିକିବା ପରେ ନିଧିନ ନିକଟସ୍ଥ ପେଟ୍ରୋଲ ପମ୍ପ୍‌ରେ ଟେଣ୍ଟ ପକାଇ ରାତି କାଟନ୍ତି। ଅନେକ ସମୟରେ ଗୁଗଲ ମ୍ୟାପ ଫେଲ୍‌ ହେଲେ ସ୍ଥାନୀୟ ଲୋକମାନେ ତାଙ୍କୁ ବାଟ ବତାଇ ଦିଅନ୍ତି ବୋଲି କହନ୍ତି ନିଧିନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?