ଶ୍ୱାସରୁଦ୍ଧ ପାରିବାରିକ ସମ୍ପର୍କ

ମୀରା ବେଉରା

 

ଭାରତବର୍ଷ ସାଧୁ ସନ୍ନ୍ୟାସୀଙ୍କ ଦେଶ, ମୁନିଋଷିଙ୍କ ଦେଶ; ଯେଉଁଠି ପରିବାର ହିଁ ସମାଜର ମୂଳପିଣ୍ଡ ଆଉ ସେହି ପରିବାରର ଅଧିଷ୍ଠାତ୍ରୀ ଦେବୀ ହେଉଛି ନାରୀ। ପରିବାରକୁ ଏକ ପ୍ରଭାବଶାଳୀ ମୂଳ ସାମାଜିକ ପ୍ରତିଷ୍ଠାନ ରୂପେ ଗ୍ରହଣ କରାଯାଇଛି। ସମାଜର ଏକ କ୍ଷୁଦ୍ର ପ୍ରତିଛବି ହେଉଛି ପରିବାର, ଯେଉଁଠି ବ୍ୟକ୍ତିତ୍ୱର ମୂଳଦୁଆ ବା ଭିତ୍ତିପ୍ରସ୍ତର ପଡ଼ିଥାଏ। ଗୋଟିଏ ସୁସ୍ଥ ପରିବାର ସ୍ନେହ, ଶ୍ରଦ୍ଧା, ଭଲପାଇବା, ତ୍ୟାଗ, ସମ୍ମାନ, ତିତିକ୍ଷାର ଭିତ୍ତିପ୍ରସ୍ତର ଉପରେ ସର୍ବଦା ଦଣ୍ଡାୟମାନ ହୋଇଥାଏ। ଶିଶୁଟି ପ୍ରଥମେ ତା’ର ପରିବାରରୁ ହିଁ ଶିକ୍ଷାଲାଭ କରିଥାଏ। ତେଣୁ ମହାନ୍‌ ଶିକ୍ଷାବିତ୍‌ ପେଷ୍ଟାତ୍‌ଲସି ପରିବାରକୁ ହିଁ ଶିଶୁର ପ୍ରଥମ ବିଦ୍ୟାଳୟ ଏବଂ ଜନନୀକୁ ପ୍ରଥମ ଶିକ୍ଷୟିତ୍ରୀ ବୋଲି କହିଛନ୍ତି। ଶିଶୁର ବ୍ୟକ୍ତିତ୍ୱର ପରିପ୍ରକାଶ ମଧ୍ୟ ଘଟିଥାଏ ଏହି ପରିବାରରେ। ଶିକ୍ଷାସାଧନ କ୍ଷେତ୍ରରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଉପଲକ୍ଷେ ଚିନ୍ତାନାୟକ ବିନୋବାଭାବେ କହିଥିଲେ, ”ଏକ ସୁସ୍ଥ ଶିକ୍ଷା ପ୍ରଣାଳୀରେ ଗୃହ ଶିକ୍ଷାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୃହରେ ପରିଣତ ହେବା ଉଚିତ।“ ଅର୍ଥାତ୍‌ ଶିଶୁର ଚାଲିଚଳନ, ଆଚାରବ୍ୟବହାର, ନୈତିକତା, ଚରିତ୍ର ଗଠନ, ଭାବ ବିନିମୟ ଶୈଳୀ ଇତ୍ୟାଦି ପରିବାର ମାଧ୍ୟମରେ ହିଁ ହୋଇଥାଏ।
ଶିଶୁଟିଏ ତା’ର ଶାରୀରିକଶିକ୍ଷା, ବୈଦ୍ଧିକଶିକ୍ଷା, ସାମାଜିକ ଶୃଙ୍ଖଳା , ନୈତିକ ଶିକ୍ଷା, ବୃତ୍ତିଗତଶିକ୍ଷା, ନାଗରିକତା ଶିକ୍ଷା ସବୁ ପରିବାରରେ ହିଁ ଲାଭ କରିଥାଏ। ଶିଶୁ ତା’ର ବିଚାର ବୁଦ୍ଧି, ଚିନ୍ତା ଆଦି ସୃଜନଶୀଳତାକୁ ବିକାଶ କରାଇ ସେଇ ସମାଜରେ ଏକ ପୂର୍ଣ୍ଣାଙ୍ଗ ବିକଶିତ ନାଗରିକ ରୂପେ ଉଦୀୟମାନ ହୁଏ।
ବେଦରେ ପରିବାରକୁ ସ୍ବର୍ଗ ମଧ୍ୟ କୁହାଯାଏ। ସେହି ପରିବାର ହିଁ ପ୍ରୀତି, କରୁଣା, ବାତ୍ସଲ୍ୟ, ଦୟା ଆଦି ଦିବ୍ୟଗୁଣର ପ୍ରୟୋଗଶାଳା। ଏହି ଦିବ୍ୟଗୁଣଗୁଡ଼ିକୁ ଅବଲମ୍ବନ କରି ସୁନ୍ଦର ପରିବାରଟିଏ ନିର୍ମାଣ କରାଯାଏ। ବିଶାଳ ପ୍ରାସାଦରେ ବାସ କଲେ ମଧ୍ୟ ଯଦି ପରିବାରରେ ଶାନ୍ତି ନ ଥାଏ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ନ ଥାଏ, ତେବେ ତାହା ନର୍କରେ ବାସ କରିବା ସହ ସମାନ। ଗୃହର ମୁଖ୍ୟଭୂମିକା ନାରୀ ହିଁ ତୁଲାଇଥାଏ। ବୁଦ୍ଧିମତୀ ଗୃହିଣୀ ହିଁ ଯଶସ୍ବୀ ଏବଂ ବଳିଷ୍ଠ ପରିବାରଟିଏ ଗଠନ କରିବାକୁ ସକ୍ଷମ ହୋଇଥାଏ। ନାରୀ ହିଁ ଆଦର୍ଶ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ନାରୀ ସ୍ବାଧୀନତାରେ ବିଶୃଙ୍ଖଳା ବୃଦ୍ଧିପାଇ ପରିବାର ଖଣ୍ଡବିଖଣ୍ଡିତ ହେବାକୁ ଲାଗିଛି। ସେହି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟ ପରିବାର ମଧ୍ୟ ଖଣ୍ଡବିଖଣ୍ଡିତ ହେବା ଲକ୍ଷ୍ୟକରାଯାଉଛି। ନାରୀ ପ୍ରକୃତରେ ପରିବାର ରୂପୀ ଯଜ୍ଞର ବ୍ରହ୍ମା। ସତ୍ୟ ଉପରେ ହିଁ ପରିବାରଟିଏ ଦଣ୍ଡାୟମାନ। ଏହି ସତ୍ୟ ହିଁ ନାରୀର ଆଶା, ଦିଶା ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ।
ଗୃହରେ ରହି ମଧ୍ୟ ଜଣେ ନାରୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସେନାବାହିନୀର ମୁଖ୍ୟ ଆଦି ଭୂମିକା ନିର୍ବାହ କରିଥାଏ। ଯଦିଓ କର୍ମକ୍ଷେତ୍ର ନାରୀର ଗୃହ ତଥାପି ସେ ଅନେକ ଭୂମିକା ନିଭାଇଥାଏ। ସେ ପତ୍ନୀ, ଭଗ୍ନୀରୂପରେ ପୁରୁଷର ଚେତନାଶକ୍ତିକୁ ଜାଗ୍ରତ କରିଥାଏ। ସେ ପାନ୍ନାଧାଇ ରୂପରେ କେତେବେଳେ ସମାଜସେବା ତ ପୁଣି କେତେବେଳେ ରାଷ୍ଟ୍ରରକ୍ଷାର କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ଏହାକୁ ସ୍ମରଣକରି ନାରୀ ଯଦି ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଉପଲବ୍‌ଧି କରି ଗୋଟିଏ ଉତ୍ତମ ପରିବାରଟି ସୃଷ୍ଟି କରିବାରେ ସମର୍ଥ ହେବ ସେହିଦିନ ହିଁ ତା’ର ପୁନରୁତ୍ଥାନ ହେବ।
ଦୁଃଖର କଥା ହେଉଛି ପରିବାର ଆଜି ଭାଙ୍ଗି ଯାଉଛି। ବିଶ୍ୱାସରେ ଆଜି ନିଇତି ଭୂମିକମ୍ପ ସୃଷ୍ଟି ହେଉଛି। ସ୍ବାମୀ ସ୍ତ୍ରୀ ଭିତରେ ସୁସମ୍ପର୍କ ଆଜି ଭୋଗବିଳାସ ଆଡ଼କୁ ଯାଉଛି। ଭଲପାଇବା, ବିଶ୍ୱାସ ପରିବର୍ତ୍ତେ ଆଜି ତିକ୍ତତା ବୃଦ୍ଧିପାଇ ପାରିବାରିକ ଜୀବନକୁ ପୂରାପୂରି ଅଣନିଃଶ୍ୱାସୀ କରିଦେଲାଣି। ପାଶ୍ଚାତ୍ୟ ରାଷ୍ଟ୍ରର ମୋହରେ ସଭିଏ ଆକର୍ଷିତ। ଦୈହିକ ସୁଖ ମେଣ୍ଟାଇବା ପାଇଁ ଆଜି ପରିବାରଗୁଡ଼ିକ ଭାଙ୍ଗି ଖଣ୍ଡବିଖଣ୍ଡିତ ହୋଇଯାଉଛି। ପ୍ରତ୍ୟେକ ପତ୍ନୀପତି ଆଜି ଭାବିବା ଦରକାର ପରିବାର କେବଳ ଶାରୀରିକ ସୁଖ ପାଇଁ ହୋଇ ନ ଥାଏ। ପରସ୍ପର ଭିତରେ ନୈତିକ ଓ ଆଧ୍ୟାମତ୍ିକତାର ମିଳନ ହିଁ ପରିବାର ।
ସେହି ଆଧ୍ୟାମତ୍ିକ ଓ ନୈତିକତାର ମିଳନରେ ଉତ୍ତମ ସନ୍ତାନ ସୃଷ୍ଟି ହୋଇ କୁଳ ଉଦ୍ଧାର କରେ। ଦେଶପାଇଁ ଉତ୍ତମ ଶ୍ରେଷ୍ଠ ନାଗରିକ ଜନ୍ମଦେବା ନାରୀର ଅପୂର୍ବ ଅବଦାନ- ଏହା ନାରୀ କଦାପି ବିସ୍ମରିଦେବା ଉଚିତ ନୁହେଁ। ନାରୀଟିଏ ଭୋଗବାଦୀ ବଦଳେ ପୁରୁଷାର୍ଥୀ, ପରିଶ୍ରମୀ ଏବଂ ସ୍ବେଚ୍ଛାଚାରିଣୀ ପରିବର୍ତ୍ତେ ସଦାଚାରିଣୀ ହେବା ହିଁ ତା’ର ସହଜାତ ଗୁଣ ହେବା ଆବଶ୍ୟକ। ନାରୀ ନିଜର ସ୍ବରୂପକୁ ହୃଦୟଙ୍ଗମ କଲେ ହିଁ ଏ ପୃଥିବୀ ସ୍ବର୍ଗରେ ପରିଣତ ହେବ। ଆଉ ମଧ୍ୟ କନ୍ୟାକୁ ଯଦି ଉପଯୁକ୍ତ ଶିକ୍ଷା ଦିଆଯାଏ ଏବଂ ଉପଯୁକ୍ତ ସମ୍ମାନ ଦିଆଯାଏ ତେବେ ଏହି ଭାରତବର୍ଷରେ ମାତୃଶକ୍ତିର ଗୌରବ ପ୍ରତିଷ୍ଠିତ ହେବ। ଅତୀତରେ ରାଜାରାମମୋହନ ରାୟ, ଦୟାନନ୍ଦ ସରସ୍ବତୀ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଗୋବିନ୍ଦ ରାନାଡେ ପ୍ରମୁଖ ସମାଜସଂସ୍କାରକମାନେ ନାରୀ ଉପତ୍ୀଡ଼ନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ମାତ୍ର ଯେ ପର୍ଯ୍ୟନ୍ତ ହିନ୍ଦୁ ଶାସ୍ତ୍ରଗୁଡ଼ିକରେ ପକ୍ଷପାତ, ଦ୍ୱେଷପୂର୍ଣ୍ଣ ଅଂଶଗୁଡ଼ିକ ବାଦ୍‌ ଦିଆ ନ ଯିବ ବା ଏଗୁଡ଼ିକ ସଂଶୋଧିତ ନ ହେବ ସେ ପର୍ଯ୍ୟନ୍ତ ନାରୀ ପ୍ରତି ବିଦ୍ୱେଷ ଭାବ ରହିଥିବ।
ରଘୁନାଥଜୀଉ ମହାବିଦ୍ୟାଳୟ,
ଦେଉଳସାହି, କଟକ
ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?