ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫। ସେ ସକ୍ରିୟ ଭାବେ ଏବେ ପିଲାଙ୍କୁ ଖେଳ ଶିଖାଇବା ସହ ନିଜକୁ ଫିଟ୍‌ ରଖିଛନ୍ତି। ନତୂନ ଗାଁରେ ୧ ଏପ୍ରିଲ ୧୯୪୧ରେ ଜନ୍ମିତ ଅନ୍ଧୁରାମ ଜରିରୋଡ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇତିହାସ, ଭୂଗୋଳ ପଢ଼ାଉଥିବା ସମୟରେ ୧୯୬୫ରେ ଫିଜିକାଲ ଫିଟ୍‌ନେସ୍‌ ଉପରେ ପ୍ରଶିକ୍ଷଣ ନେଇଥିଲେ। ପରେ ସେ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପରେ ଖୋ ଖୋ ଶିଖାଇବାକୁ ଆରମ୍ଭ କରିଥିଲେ। ୧୯୬୭ ମସିହାରୁ ସେ ଏହି ପଦକ୍ଷେପ ନେଇଥିଲେ ଓ ବିଭିନ୍ନ ସରକାରୀ ପ୍ରଶିକ୍ଷଣରେ ପିଲାଙ୍କୁ ଏହି ଖେଳ ବିଷୟରେ ଶିକ୍ଷା ଦେଇଥିଲେ। ଏପରିକି ୧୯୯୯ରୁ ସେ ଚାକିରିରୁ ଅବସର ନେବା ପରେ ବିଭିନ୍ନ ଖେଳ ପଡ଼ିଆରେ ପ୍ରଶିକ୍ଷଣ ଦେଉଛନ୍ତି। ତେବେ ୧୯୬୭ରୁ ଦୀର୍ଘ ୬ ଦଶନ୍ଧି ମଧ୍ୟରେ ସେ ୧୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଖୋ ଖୋ ପ୍ରଶିକ୍ଷଣ ଦେଇସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକେ ଜିଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିସାରିଛନ୍ତି। ୮୫ ବର୍ଷ ବୟସରେ ସେ ମଧ୍ୟ ଜିଲା ସ୍ତରରେ ୭୦ ଏବଂ ୭୫ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଆୟୋଜିତ ୧୦,୦୦୦ ଓ ୫,୦୦୦ ମିଟର ଦୌଡ଼ରେ ପଦକ ହାସଲ କରିଛନ୍ତି। ଅନ୍ଧୁରାମ ଫିଟ୍‌ ରହିବା ପାଇଁ ପ୍ରତିଦିନ ସକାଳ ୫.୩୦ରୁ ଉଠି ୧୦ କିଲୋମିଟର ଦୌଡୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri