ଏଇ ଭାରତରେ

ଅସହାୟ ଓ ଗରିବଙ୍କ ପାଇଁ ଏକ ସମର୍ପିତ ଜୀବନ ଜିଉଛନ୍ତି ଶିମ୍‌ଲାର ସରବ୍‌ଜିତ ସିଂ। ସେ ରୋଗୀ ଓ ଅସହାୟଙ୍କ ସାହାରା ପାଲଟି ଅନ୍ୟମାନଙ୍କ ପାଇଁ ମିଶାଲ କାଏମ କରିଛନ୍ତି। ସରବ୍‌ଜିତ ଶବବାହକ ସାଜି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ବିନା ଦେୟରେ ନିଜସ୍ବ ଖର୍ଚ୍ଚରେ ତାଙ୍କ ଗାଡ଼ିରେ ନେଇ ଯଥାରୀତି ସତ୍କାର କରୁଛନ୍ତି। ଏହାଛଡ଼ା ଗରିବ ରୋଗୀଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ଏତଦ୍‌ବ୍ୟତୀତ ସେ ରୋଗୀ ଓ ଭୋକିଲାମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ନିଜ ଖର୍ଚ୍ଚରେ ମେଡିକାଲ ସହଯୋଗରେ ବ୍ଲଡ୍‌କ୍ୟାମ୍ପର ଆୟୋଜନ ମଧ୍ୟ କରୁଛନ୍ତି। ତାଙ୍କର ଶିମ୍‌ଲାରେ ଏକ ଛୋଟ ଚପଲ ଦୋକାନ ଅଛି। ସରବ୍‌ଜିତ ସିଂ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଊର୍ଦ୍ଧ୍ୱ ମୃତଦେହ ଶ୍ମଶାନକୁ ନେଇସାରିଲେଣି। ସେ ‘ଅଲ୍‌ମାଇଟ୍‌ ବ୍ଲେସିଂସ୍‌’ ସଂସ୍ଥା ଗଠନ କରି ସହରର ୪ଟି ସ୍ଥାନରେ କ୍ୟାଣ୍ଟିନ ଖୋଲିଛନ୍ତି। ପୂରା ହିମାଚଳର ବିଭିନ୍ନ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସ୍ବଜନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ତାଙ୍କୁ ଲୋକେ ବବି ନାମରେ ଜାଣନ୍ତି। ସମୟ ଥିଲା, ତାଙ୍କୁ ଲୋକେ ବି ବେଲା (ଜମା କାମ କରୁ ନ ଥିବା ଲୋକ) ଡାକୁଥିଲେ। ତେବେ ବେଲା ହୁଅନ୍ତୁ କି ବବି, କମ୍‌ ଆୟରେ ଏତେସବୁ କାର୍ଯ୍ୟ କରୁଥିବାରୁ ସେ ଶିମ୍‌ଲା କାହିଁକି ପୂରା ରାଜ୍ୟ ଓ ଦେଶରେ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri