ପ୍ରଶାନ୍ତ କିଶୋରଙ୍କ ଏହି ୪ ଭବିଷ୍ୟବାଣୀ ମିଛ ଥିଲା, କହିଲେ ମୁଁ…

ନୂଆଦିଲ୍ଲୀ,୧୦ା୬: ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ତେବେ ଏଥର ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ଏକଜିଟ୍‌ ପୋଲରେ ଭାଜପା ୩୫୦ରୁ ୪୦୦ସିଟ୍‌ ଜିତିବ ବୋଲି ଆଶା କରାଯାଉଥିଲା। ତେବେ ଭାଜପା ମାତ୍ର ୨୪୦କୁ ହ୍ରାସ ପାଇଛି। ୨୦୧୪ ଏବଂ ୨୦୧୯ ତୁଳନାରେ ଏହା ହେଉଛି ଭାଜପାର ସବୁଠାରୁ ଖରାପ ପ୍ରଦର୍ଶନ। ଏଥର କେବଳ ଏକ୍‌ଜିଟ୍‌ ପୋଲ ଭୁଲ୍‌ ପ୍ରମାଣିତ ହୋଇନାହିଁ, ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ବର୍ତ୍ତମାନ ଏହି ରାଜନୈତିକ ବିଶେଷଜ୍ଞମାନେ ସ୍କାନରକୁ ଆସିଛନ୍ତି।

ସେହିଭଳି ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଭବିଷ୍ୟବାଣୀ ଭୁଲ୍‌ ବୋଲି ଜଣାପଡ଼ିଛ। ନିର୍ବାଚନ ଫଳାଫଳ ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପ୍ରଶାନ୍ତଙ୍କୁ ପଚରାଯାଇଥିଲା ଯେ, ଲୋକ ସଭା ନିର୍ବାଚନକୁ ନେଇ ତାଙ୍କର ସମସ୍ତ ଦାବି ଏବଂ ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି କି?

ଏହି ପ୍ରଶ୍ନର ଉତ୍ତରରେ ପି.କେ ହଁ କହି ମୁଣ୍ଡ ନୁଆଁଇଥିବାର ଦେଖାଯାଇଥିଲା। ସେ କହିଲେ, ଠିକ ଅଛି … ଏଥିରେ କୌଣସି ଅହଙ୍କାର ନାହିଁ। ଯେକୌଣସି ବ୍ୟକ୍ତି ଭୁଲ୍‌ ପ୍ରମାଣିତ ହୋଇପାରନ୍ତ। ଏହି ନିର୍ବାଚନରେ ଅଖିଳେଶ ଯାଦବ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି, କିନ୍ତୁ ଗତ ନିର୍ବାଚନରେ ସେ ୪୦୦ଟି ଆସନ ପାଇବେ ବୋଲି ଦାବି କରିଥିଲେ, କିନ୍ତୁ ତାଙ୍କୁ ୧୨୫ଟି ଆସନ ମିଳିଥିଲା, ଏହାର ଅର୍ଥ ନୁହେଁ ଯେ, ସେ ତାଙ୍କର ରାଜନୈତିକ ବୁଝାମଣା ହରାଇଛନ୍ତି। ଅମିତ ଶାହା ବଙ୍ଗଳା ବିଧାନସଭା ନିର୍ବାଚନରେ ୨୦୦ଟି ଆସନ ଜିତିବାକୁ ଦାବି କରିଛନ୍ତି, କିନ୍ତୁ ଜିତି ନାହାନ୍ତି, ଏହାର ଅର୍ଥ ନୁହେଁ ଯେ, ତାଙ୍କର ରାଜନୈତିକ ବୁଝାମଣା ନାହିଁ।

ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ କହିଥିଲେ, ଆମ ସରକାର ସଂଖ୍ୟାଗରିଷ୍ଠତା ସହ ଆସୁଛନ୍ତି। କିନ୍ତୁ ଏମ୍‌ପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ହାରିଛି। ଏହାର ଅର୍ଥ ନୁହେଁ ଯେ ସେ ବୁଝିନାହାନ୍ତି। ଏହି ନିର୍ବାଚନ ବିଷୟରେ ମୁଁ କହିବି, ହଁ ମୋର ସଂଖ୍ୟା ଭୁଲ୍‌ ପ୍ରମାଣିତ ହୋଇଛି। କିନ୍ତୁ ଯେଉଁମାନେ କହୁଥିଲେ ଭାଜପା୧୮୦ଟି ଆସନ ପାଇବ ତାହା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ସେହିଭଳି ଯେଉଁମାନେ କହୁଥିଲେ ଭାଜପା ସରକାର ଆସିବେ, ସରକାର ଆସିଛନ୍ତି। ତଥାପି ଆସନ ସଂଖ୍ୟା ନିଶ୍ଚିତ ଭାବେ ଭୁଲ୍‌ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?