ଏଇ ଭାରତରେ

ମିଲେଟ୍‌ ମିଶନ ଆରମ୍ଭ ହେବା ପରେ ମାଣ୍ଡିଆ, ବାଜରା ଆଦି ଚାଷ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ତାମିଲନାଡୁର ତିରୁଚିଲାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ଏହି ଚାଷ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସହ ମିଲେଟ୍‌ ବ୍ୟବସାୟରେ ସଫଳତା ପାଇଛନ୍ତି। ସେମାନେ ଏବେ ୫୦୦ କୃଷକଙ୍କଠାରୁ ମିଲେଟ୍‌ କିଣୁଛନ୍ତି ଓ ତାଙ୍କ ବ୍ୟବସାୟରେ ୧୮୦ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା। ପ୍ରଥମେ ଦୁଇ ଭଉଣୀ ୧୦ ଜଣ ଲୋକଙ୍କୁ ନେଇ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ସେମାନେ ଆର୍‌ଏ ଫୁଡ୍ସ ନାମରେ ସେମାନଙ୍କ ବ୍ୟବସାୟ ଜାରି ରଖିଛନ୍ତି। ଏବେ ସେମାନେ ଭାରତର ସବୁଠୁ ବଡ଼ ମିଲେଟ୍‌ ରପ୍ତାନିକାରୀ ହୋଇପାରିଛନ୍ତି। କେବଳ ଏତିକି ନୁହେଁ ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରପ୍ତାନି କରାଯାଉଛି। ଏବେ ସୁଦ୍ଧା ସେମାନେ ଆମେରିକା, ଇଂଲଣ୍ଡ, ଦୁବାଇ, ସିଙ୍ଗାପୁର ସମେତ ୩୦ଟି ଦେଶକୁ ଏହା ରପ୍ତାନି କରୁଛନ୍ତି। ସେମାନେ ୧୧ଟି ମିଲେଟ୍‌ ଫ୍ୟାକ୍ଟ୍ରି କରିବା ସହ ୨୦୨୩ରେ ୨,୭୦୦ ଟନ୍‌ ମିଲେଟ ରପ୍ତାନି କରିପାରିଛନ୍ତି ଓ ସେମାନଙ୍କ ବାର୍ଷିକ କାରବାର ୧୩୬ କୋଟି ଟଙ୍କାରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri