ଏଇ ଭାରତରେ

ମିଲେଟ୍‌ ମିଶନ ଆରମ୍ଭ ହେବା ପରେ ମାଣ୍ଡିଆ, ବାଜରା ଆଦି ଚାଷ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ତାମିଲନାଡୁର ତିରୁଚିଲାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ଏହି ଚାଷ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସହ ମିଲେଟ୍‌ ବ୍ୟବସାୟରେ ସଫଳତା ପାଇଛନ୍ତି। ସେମାନେ ଏବେ ୫୦୦ କୃଷକଙ୍କଠାରୁ ମିଲେଟ୍‌ କିଣୁଛନ୍ତି ଓ ତାଙ୍କ ବ୍ୟବସାୟରେ ୧୮୦ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା। ପ୍ରଥମେ ଦୁଇ ଭଉଣୀ ୧୦ ଜଣ ଲୋକଙ୍କୁ ନେଇ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ସେମାନେ ଆର୍‌ଏ ଫୁଡ୍ସ ନାମରେ ସେମାନଙ୍କ ବ୍ୟବସାୟ ଜାରି ରଖିଛନ୍ତି। ଏବେ ସେମାନେ ଭାରତର ସବୁଠୁ ବଡ଼ ମିଲେଟ୍‌ ରପ୍ତାନିକାରୀ ହୋଇପାରିଛନ୍ତି। କେବଳ ଏତିକି ନୁହେଁ ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରପ୍ତାନି କରାଯାଉଛି। ଏବେ ସୁଦ୍ଧା ସେମାନେ ଆମେରିକା, ଇଂଲଣ୍ଡ, ଦୁବାଇ, ସିଙ୍ଗାପୁର ସମେତ ୩୦ଟି ଦେଶକୁ ଏହା ରପ୍ତାନି କରୁଛନ୍ତି। ସେମାନେ ୧୧ଟି ମିଲେଟ୍‌ ଫ୍ୟାକ୍ଟ୍ରି କରିବା ସହ ୨୦୨୩ରେ ୨,୭୦୦ ଟନ୍‌ ମିଲେଟ ରପ୍ତାନି କରିପାରିଛନ୍ତି ଓ ସେମାନଙ୍କ ବାର୍ଷିକ କାରବାର ୧୩୬ କୋଟି ଟଙ୍କାରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri