ପୁରୀ, ଭୁବନେଶ୍ୱର, କଟକ ଲୋକ ସଭା ପ୍ରାର୍ଥୀ ବଦଳାଇପାରେ ବିଜେଡି

ଭୁବନେଶ୍ୱର,୨୯।୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଆଦର୍ଶ ଆଚରଣ  ବିଧି ଲାଗୁ ହୋଇଯାଇପାରେ।  ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟିକେଟବଣ୍ଟା ଓ ଦଳବଦଳ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଷଷ୍ଠଥର ଲାଗି ସରକାର ଗଢ଼ିବା ପାଇଁ ଏଥର ବିଜେଡି ଅଣ୍ଟା ଭିଡ଼ିଛି। ଦୀର୍ଘବର୍ଷ ସରକାରରେ ରହିସାରିଥିବା କାରଣରୁ ଶାସକ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି। ସେହି କ୍ରମରେ ଦେଖିଲେ ପୁରୀ, ଭୁବନେଶ୍ୱର ଓ କଟକ ଲୋକ ସଭା ଆସନରେ ବିଜେଡି କେଉଁମାନଙ୍କୁ ପ୍ରାର୍ଥୀ କରୁଛି ଏବଂ ସେନେଇ ନାମ କେବେ ଘୋଷଣା ହେବ, ତା’ ଉପରେ ସମସ୍ତଙ୍କ ନଜର। ଉପକୂଳ ଓଡ଼ିଶାର ଏହି ଚର୍ଚ୍ଚିତ ଲୋକ ସଭା ଆସନରେ ବିଜେଡି ନୂଆ ମୁହଁ ଦେଇପାରେ ବୋଲି ଆଲୋଚନା ହେଉଛି। ଏନେଇ ଶାସକ ଦଳର ଦ୍ୱିତୀୟ, ତୃତୀୟ ଧାଡ଼ିର ନେତା ଓ କର୍ମୀମାନେ ଜାଣିସାରିଥିବା ବେଳେ କେବଳ ବିଧିବଦ୍ଧ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା।
ପୁରୀରୁ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଭୁବନେଶ୍ୱରରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ କଟକରୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏଚ୍‌ଆର୍‌ ହେଡ୍‌ ଭାବେ କାର୍ଯ୍ୟ କରିଥିବା ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ଲୋକ ସଭା ଟିକେଟ ଦେବ ବୋଲି ଦଳ ଭିତରେ ଆଲୋଚନା ହେବା ଆରମ୍ଭ ହୋଇଗଲାଣି। ଏହିସବୁ ଲୋକ ସଭା ଅଧୀନ ବିଧାୟକମାନେ ଦଳରୁ କେଉଁମାନେ ଏମ୍‌ପି ହେବେ ସେନେଇ ଖୁଲମଖୁଲା ଗପିବା ଆରମ୍ଭ କରିଦେଲେଣି। ପୁରୀରୁ ପିନାକୀ ମିଶ୍ର ଏବେ ଏମ୍‌ପି ଅଛନ୍ତି। ଏଥର ତାଙ୍କ ସ୍ଥାନରେ ଶାସକ ଦଳ ପକ୍ଷରୁ ଅରୂପ ପଟ୍ଟନାୟକଙ୍କୁ ଟିକେଟ ମିଳିପାରେ। ପିନାକୀ ପୁରୀ ଲୋକ ସଭା ଆସନରୁ ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରେ ଜିତିଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କଠାରୁ ୧୧,୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ତେବେ ଅରୂପଙ୍କ ନିଜ ଗାଁ ପୁରୀ ଜିଲା ପିପିଲି ନିର୍ବାଚନମଣ୍ଡଳୀରେ। ଅନ୍ୟପଟେ ଅରୂପ ଗତଥର ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ଭାଜପା ଏହି ଆସନରୁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା। ଅପରାଜିତା ୨୩,୮୩୯ ଖଣ୍ଡ ଭୋଟ ବ୍ୟବଧାନରେ ଅରୂପଙ୍କୁ ହରାଇଥିଲେ।  ଗତଥର ଅରୂପ ଏବଂ ଅପରାଜିତା ସେମାନଙ୍କ ରାଜନୈତିକ କ୍ୟାରିୟରର ପ୍ରଥମ ଇଂନିସ୍‌ ଆରମ୍ଭ କରିଥିଲେ। ଏବେ ଏହି ଆସନରୁ ଦଳ ଅରୂପଙ୍କ ସ୍ଥାନରେ ଶ୍ରୀମୟୀ ମିଶ୍ରଙ୍କୁ ଟିକେଟ ଦେବ ବୋଲି ଯୋଜନା କରିଥିବା କୁହାଯାଉଛି।  ଶ୍ରୀମୟୀ ମଧ୍ୟ ଦୁଇ ମାସରୁ ଅଧିକ  ହେଲା ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଲେଣି। ଅନୁରୂପ ଭାବେ କଟକ ଲୋକ ସଭା ଆସନରୁ ଭର୍ତ୍ତୃହରି ମହତାବ ୬ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ଲଗାତର ୨୬ ବର୍ଷ ହେଲା ସେ ଏହି ଆସନରୁ ଏମ୍‌ପି ଭାବେ ଅଛନ୍ତି। ଏଥର କିନ୍ତୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ଟିକେଟ ପାଇବା ନେଇ ଆଲୋଚନା ପ୍ରବଳ ମାତ୍ରାରେ ଚାଲିଛି। ଯଦି ଏଭଳି ଘଟେ, ତେବେ ଭର୍ତ୍ତୃହରିଙ୍କୁ ଦଳ ଟିକେଟ ଦେବ ନା ନାହିଁ ସେକଥା ମଧ୍ୟ ସ୍ପଷ୍ଟ ହୋଇଯିବ ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?