ଏଇ ଭାରତରେ

କାଠ, ବେତ, ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ ଚେୟାରରେ ସମସ୍ତେ ବସିଛନ୍ତି। କିନ୍ତୁ ଏବେ ବାଉଁଶ ଚେୟାରରେ ବସି ଆରାମ କରିବେ। ଗୁଜରାଟର ଅଙ୍କିତ କୁମାର ଛଙ୍ଗଓ୍ବାଲ ଏମିତିକା ବାଉଁଶ ଚେୟାର ତିଆରି କରିଛନ୍ତି। ଏହାକୁ ଭାରତର ପ୍ରଥମ ବାଉଁଶ ଚେୟାର ପାଣ୍ଟେଟ ମିଳିଛିି। ଅଙ୍କିତ ବାମ୍ବୁସା କିସମର ବାଉଁଶରେ ଏହାକୁ ତିଆରି କରିଛନ୍ତି, କାରଣ ଏହି ବାଉଁଶ ଅନ୍ୟଠାରୁ ମଜଭୁତ। ଏହି ଚେୟାର ୧୫୦ କେ.ଜି. ଓଜନ ସମ୍ଭାଳିପାରିବ ଓ ଏହାର ସମୟକାଳ ୨୦ ବର୍ଷ । ଅଙ୍କିତ ବୀର ନର୍ମଦା ସାଉଥ ଗୁଜରାଟ ୟୁନିଭର୍ସିଟିରେ ଇଣ୍ଟେରିୟର ଡିଜାଇନରେ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। ୨୦୧୯ରେ ମଣିପୁରରେ ଓ୍ବାଲର୍‌ଡ ବାମ୍ବୋ ଓ୍ବାର୍କଶପ୍‌ରେ ଯୋଗଦେବା ସମୟରେ ସେ ଏଭଳି ଚେୟାର ତିଆରି କରିବାକୁ ନିଷ୍ପତ୍ତିି ନେଇଥିଲେ। ୨୦୨୧ରେ ତାଙ୍କର କେତେଜଣ ଛାତ୍ର ଓ ୪ଜଣ ସ୍ଥାନୀୟ ବାଉଁଶ କାରିଗରଙ୍କ ସହାୟତାରେ ଏହାର ଏକ ପ୍ରତିକୃତି ପ୍ରସ୍ତୁତ କରିଥିଲେ। ଏହାର ଡିଜାଇନ ଚୂଡ଼ାନ୍ତ କରିବାକୁ ଅଙ୍କିତଙ୍କୁ ୨ ବର୍ଷ ଲାଗିଯାଇଥିଲା। ବିଭିନ୍ନଆଡୁ ଏଥିପାଇଁ ଅର୍ଡର ଆସୁଥିଲେ ବି ସେ ଏହାର ବ୍ୟବସାୟ ଆରମ୍ଭ କରିନାହାନ୍ତି। ଏହି ଚେୟାର ତିଆରି ପାଇଁ ସେ କାରିଗରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?