ଜନଜାତି କଳା, ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି

ଭୁବନେଶ୍ୱର,୧୧ା୨(ଅନିଲ ଦାସ)ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ହିତାଧିକାରୀଙ୍କ ଏକ ମହାସମାବେଶ ଅନୁଷ୍ଠିତ ହୋଇଛି। ଏହି ମହାସମାବେଶକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏସ୍‌ଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି। ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଏସ୍‌ଡିସିକୁୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ୧୧ ହଜାରରୁ ଅଧିକ ପବିତ୍ର ପୂଜାସ୍ଥଳୀର ସଂରକ୍ଷଣ କରାଯାଇଛି। ଏହାବ୍ୟତୀତ ବ୍ଲକ ଓ ଜିଲା ସ୍ତରରେ ୬୦୦ରୁ ଅଧିକ କ୍ରୀଡ଼ା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରାଯାଇଛି।୨୧ଟି ଦ୍ୱିଭାଷିକ ଶବ୍ଦକୋଷ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ। ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର ‘ହୋ ସମାଜ ସାଗନ ଅକଳା’କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୂହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଛନ୍ତି। ଏହାଛଡ଼ା ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟ୍‌ର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ ସାକ୍ରେଡ ଗ୍ରୋଭସ୍‌ ଅଫ୍‌ ଟ୍ରାଇବାଲ ଓଡିଶା,ଏସ୍‌ସିଏସ୍‌ଟିଆର୍‌ଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୂତିଆଙ୍କ ‘ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଜନଜାତି’ ପୁସ୍ତକ, ଏସ୍‌ସିଏସ୍‌ଟିଆର୍‌ଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମ୍‌ଏଲ୍‌ଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସ୍‌ଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରାର ସୁରକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜନଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଛନ୍ତି।
ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି କହିଛନ୍ତି ଓଡ଼ିଶାରେ ହିଁ ଜନଜାତିମାନଙ୍କ ସ୍ବପ୍ନ ପୂରଣ ହୋଇଛି। ଜନଜାତି ଯୁବକମାନେ ଆଜି ବଡ଼ ହେବାର ସ୍ବପ୍ନ ଦେଖିପାରୁଛନ୍ତିି। ସ୍ବାଗତ ଭାଷଣ ଦେଇ ବିଭାଗୀୟ ସଚିବ ରୂପା ରୋଶନ ସାହୁ କହିଛନ୍ତି ଯେ ଜନଜାତିଙ୍କ ଅଧିକାରର ସୁରକ୍ଷା ଓ ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସ୍‌ଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୧୭୫ ବ୍ଲକକୁ ମିଶାଇ ମୋଟ ୨୩ଟି ଜିଲାରେ ୧ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଏସ୍‌ଡିସି ଅଧୀନରେ ହୋଇଥିବା ସାଂସ୍କୃତିକ ବିକାଶ କାର୍ଯ୍ୟ ପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବ୍ଲକକୁ ବର୍ଷକୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଉଛି।
ଏସ୍‌ଡିସିଗୁଡିକ ଦ୍ୱାରା ୧୧ ହଜାରରୁ ଅଧିକ ‘ପବିତ୍ର ପୀଠ’ର ସୁରକ୍ଷା, ୨,୮୩୦ଟି ଆଦିବାସୀ ସାଂସ୍କୃତିକ କ୍ଲବ ନିର୍ମାଣ, ୧,୧୩୩ଟି ଆଦିବାସୀ ହାଟର ଉନ୍ନତି, ୧,୯୩୪ଟି ସଙ୍ଗୀତ ଦଳକୁ ବାଦ୍ୟଯନ୍ତ୍ର ବଣ୍ଟନ, ୧,୩୨୬ଟି ନୃତ୍ୟ ଦଳକୁ ନୃତ୍ୟ ପୋଷାକ ପ୍ରଦାନ, ୯୪୨ଟି ଏସ୍‌ଡିସି ଚାମ୍ପିୟନଙ୍କୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ପ୍ରାୟ ୨,୮୦୯ଟି ଆଦିବାସୀ ଯୁବ କ୍ଲବ ଏବଂ ୬୦୦ରୁ ଅଧିକ ବ୍ଲକ୍‌ ଓ ଜିଲା ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ କରାଯାଇଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ୧୪,୯୨୬ ଜଣ ଆଦିବାସୀ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟ ଏବଂ ୩୬,୩୦୯ ଜଣ ଆଦିବାସୀ କାରିଗରଙ୍କୁ ଏସ୍‌ଡିସି କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି।
ଆର୍ଥିକ କ୍ଷେତ୍ରରେ ୯ଟି ପୁରୁଣା ଏସ୍‌ଡିସିକୁ ଏହାର ପ୍ରତିଷ୍ଠା ତାରିଖଠାରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ୩୯୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ୨୩ଟି ଏସ୍‌ଡିସି ଜିଲା ପାଇଁ ମୋଟ ୪୦୧.୨୫ କୋଟି ଆବଣ୍ଟନ କରାଯାଇଛି। ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏସ୍‌ଡିସିଗୁଡ଼ିକୁ ମୋଟ ୭୯୮.୨୫ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?