ଏଇ ଭାରତରେ

ଗରିବ ଓ ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ଗୁରୁଗାଁଓର ସଜନ ଭିର୍‌। ସେ ବ୍ୟବହୃତ ପୋଷାକ ଓ କନା ସଂଗ୍ରହ କରି ସେଥିରେ ବ୍ୟାଗ୍‌, କମ୍ବଳ ଓ ଡଗ୍‌ ବେଡ୍‌ ତିଆରି କରୁଛନ୍ତି। ସେ ୩୦ ପ୍ରକାର ବ୍ୟାଗ୍‌ ଓ କମ୍ବଳ ପ୍ରସ୍ତୁତ କରୁଛନ୍ତି। ଶିକ୍ଷା ଶେଷ କରି ସେ ଭଲ ଚାକିରି କରିଥିଲେ ଓ ୨୦୧୫ରେ ତାହାକୁ ଛାଡ଼ି ଏହା ଜାରି ରଖିଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସଜନ ‘କ୍ଲଥେସ୍‌ ବକ୍ସ ଫାଉଣ୍ଡେଶନ’ ଗଠନ କରିଛନ୍ତି। ସଜନ ଓ ତାଙ୍କ ଟିମ୍‌ ପ୍ରତିଦିନ କୌଣସି ଏକ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ଯାଇ ସେଠାରେ ବସ୍ତ୍ର ବାଣ୍ଟୁଛନ୍ତି। ସେମାନେ ଲୋକଙ୍କଠାରୁ ଟି-ଶାର୍ଟ, ପ୍ୟାଣ୍ଟ ସଂଗ୍ରହ କରି ତାହାକୁ ନିର୍ମାଶ ସ୍ଥଳୀରେ ଶ୍ରମିକମାନଙ୍କୁ ବି ଦେଉଛନ୍ତି। ପ୍ରତି କେ.ଜି. ପୋଷାକକୁ ପୁନଃ ବ୍ୟବହାର ଉପଯୋଗୀ କରିବା ଦ୍ୱାରା ୩୧ କେ.ଜି. କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ ରୋକାଯାଇପାରୁଛି ବୋଲି କହନ୍ତି ୩୨ ବର୍ଷୀୟ ସଜନ। ଏହି ହିସାବରେ ଏବେ ସୁଦ୍ଧା ତାଙ୍କ ସଂସ୍ଥା ୭,୪୬,୦୦୦ କେ.ଜି. ବ୍ୟବହୃତ କନା ବା ପୋଷାକ ସଂଗ୍ରହ ଓ ବଣ୍ଟନ କରି ୨୩,୧୨୬ ଟନ କାର୍ବନ ନିର୍ଗମନ ରୋକିପାରିଛନ୍ତି। ଏହି କାର୍ଯ୍ୟରେ ସେ ଅନେକ ଲୋକଙ୍କୁ ଦୈନିକ ୪୦୦ ଟଙ୍କା ମଜୁରିରେ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri