ଶିଶୁ ପ୍ରତି ସମ୍ବେଦନହୀନ କାହିଁକି

ଡ.ବିଧୁପ୍ରଭା ରଥ

 

 

ଶିଶୁ ମାନବ ସମାଜକୁ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସୁସ୍ଥ ମା’ ସୁସ୍ଥ ଶିଶୁ ହିଁ ବିକଶିତ ଓଡ଼ିଶା ଓ ଭାରତର ପ୍ରତିରୂପ ବୋଲି ଉଭୟ ରାଜ୍ୟ ଓ ଦେଶକୁ ଚଳାଉଥିବା ସରକାରମାନେ ପ୍ରତିଦିନ ଘୋଷଣା କରୁଛନ୍ତି। ଆମ ଦେଶର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ‘ସୁପୋଷଣ ଦିବସ’ କାର୍ଯ୍ୟକ୍ରମ ଚାଲୁଛି। ଯାହାଦ୍ୱାରା ଶିଶୁ, କିଶୋରୀ ଓ ମହିଳାମାନେ କୁପୋଷଣର ଶିକାର ହେବେ ନାହିଁ। ଯଥେଷ୍ଟ ପରିମାଣରେ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ପ୍ରତିଷେଧକ ଟିକାଦାନ ଦ୍ୱାରା କୁପୋଷଣକୁ ସମ୍ପୂର୍ଣ୍ଣ ଲୁପ୍ତ କରିିଦିଆଯାଇ ପାରିବ। ଏହି ଉଦ୍ଦେଶ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ‘ପୋଷଣ ମାସ’ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଶିଶୁ, ଗର୍ଭବତୀ, ପ୍ରସୂତି ମହିଳାମାନଙ୍କର ସ୍ବାସ୍ଥ୍ୟ ପୁଷ୍ଟିର ଯତ୍ନ, ସନ୍ତୁଳିତ ଆହାର, ନିୟମିତ ଗର୍ଭାବସ୍ଥାର ପରୀକ୍ଷଣ, ପ୍ରତିଷେଧକ ଟିକାଦାନ, ଶିଶୁ ଜନ୍ମପରେ ସ୍ତନ୍ୟପାନ, ତା’ର ଓଜନ ଓ ଉଚ୍ଚତାର ପରିମାପକ, କିଶୋରୀମାନଙ୍କର ସ୍ବାସ୍ଥ୍ୟର ଉନ୍ନତି ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନିଆଯାଏ। କିନ୍ତୁ ଦୁଃଖର କଥା ବର୍ତ୍ତମାନ ରାଜ୍ୟରେ ଚାଲୁଥିବା ୭୪ଟି ‘ଶିଶୁ ସଦନ’କୁ ବନ୍ଦ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ୭୪ଟି ଶିଶୁ ସଦନ କେନ୍ଦ୍ରରେ ୧୨୦ପ୍ରତିଶତରୁ ଅଧିକ ଅନ୍ତେବାସୀ ରହିଛନ୍ତି। ଓଡ଼ିଶା ସରକାରଙ୍କର ମହିଳା ଶିଶୁ ବିକାଶ ଅଧୀନରେ ଥିବା ଶିଶୁ ସୁରକ୍ଷା ଆରୋଗ୍ୟ ପକ୍ଷରୁ ଏହି ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ ଦର୍ଶାଯାଇଛି ଯେଉଁ ଶିଶୁ ଯତ୍ନ ଅନୁଷ୍ଠାନରେ ୭୫ ପ୍ରତିଶତରୁ କମ୍‌ ଅନ୍ତେବାସୀ ରହିଥିବେ ସେଗୁଡ଼ିକୁ ଦଶଦିନ ମଧ୍ୟରେ ବନ୍ଦ କରିଦିଆଯିବ। ମହିଳା ଶିଶୁ ବିକାଶ ବିଭାଗୀୟ କଟକଣା ଅନୁସାରେ ୨୦୨୩ ନଭେମ୍ବର ସୁଦ୍ଧା ୭୪ଟି ଶିଶୁ ଯନତ୍ କେନ୍ଦ୍ରରେ ୭୫ ପ୍ରତିଶତରୁ କମ୍‌ ଶିଶୁ ରହିଛନ୍ତି। ଅର୍ଥାତ୍‌ ଏହି କେନ୍ଦ୍ରଗୁଡ଼ିକ ବନ୍ଦ ହେବାକୁ ଯାଉଛି। କିନ୍ତୁ ସରକାରଙ୍କ ବିଭାଗ କହୁଛି ଯେ ୮୬ଟି ଶିଶୁ କେନ୍ଦ୍ରରେ ୧୨୦ରୁ ୧୫୦ ପ୍ରତିଶତ ଶିଶୁ ରହିଛନ୍ତି। ଏହି ଶିଶୁ ଯନତ୍ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଗଲେ ୨୫୪୭ ଶିଶୁ କେଉଁଠି ରହିବେ? କ’ଣ ହେବ ସେମାନଙ୍କର ଯତ୍ନ, ବର୍ତ୍ତମାନ ଓ ଭବିଷ୍ୟତ। ସାଧାରଣତଃ ଏହି ଶିଶୁମାନେ ଅନାଥ, ଛାଡ଼ପତ୍ର ହୋଇଥିବା ଏକକ ଅଭିଭାବକ, ଅବିବାହିତା କୁମାରୀ ମାତୃତ୍ୱ, ଗଣବଳାତ୍କାର ଦ୍ୱାରା ଜନ୍ମଲାଭ କରିଥିବା ଅବହେଳିତ ସ୍ଥିତିରୁ ଉଦ୍ଧାର ହୋଇ ସରକାରଙ୍କର ଉକ୍ତ କେନ୍ଦ୍ରଗୁଡ଼ିକୁ ଆସିଥାନ୍ତି। ଏହି ଶିଶୁମାନଙ୍କୁ ତିନିବର୍ଷ ହେଲାପରେ ସେମାନଙ୍କୁ ସ୍ଥାନୀୟ ଅଙ୍ଗନଓ୍ବାଡି କେନ୍ଦ୍ର ସହିତ ସଂଶ୍ଳିଷ୍ଟ କରାଯାଇ ତାଙ୍କ ଖାଦ୍ୟ ପୁଷ୍ଟିର ଯତ୍ନ ନିଆଯାଇଥାଏ। ପାଞ୍ଚବର୍ଷ ପୂରିଲା ପରେ ଏହି ଶିଶୁମାନେ ବିଦ୍ୟାଳୟକୁ ଯାଇଥାନ୍ତି।
କିନ୍ତୁ ପରିତାପର ବିଷୟ ଯେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅତ୍ୟାବଶ୍ୟକ ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ଶିଶୁମାନଙ୍କ ଉପସ୍ଥିତି ଅଭାବରୁ ବନ୍ଦକରି ଦେଉଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ହେବାପରେ ଓଡ଼ିଶା ସରକାର ସର୍ବପ୍ରଥମେ ରାଜ୍ୟର ୧୪ ହଜାର ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ ସେଥିରୁ ୬ ହଜାର ବିଦ୍ୟାଳୟ ବନ୍ଦ ହୋଇସାରିଛି। ଆମ ରାଜ୍ୟରେ ଶିକ୍ଷାନୀତି ଆସିବା ପୂର୍ବରୁ ହିଁ ସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ଓ ମିଶ୍ରଣ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏହି ନୀତି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ, ଅନ୍ୟାୟ ଓ ଅସାମ୍ବିଧାନିକ ବୋଲି ବର୍ଣ୍ଣନା କରି ସାରା ରାଜ୍ୟରେ ବହୁ ଅଭିଭାବକ, ସାମାଜିକ କମୀ, ଛାତ୍ରୀଛାତ୍ର, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସ୍କୁଲ ସୁରକ୍ଷା କମିଟିର ଜନସାଧାରଣ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରିଥିଲେ। ଏହି ସମୟରେ ଭାରତରେ ମଧ୍ୟ ଜାତୀୟ ଶିକ୍ଷା ନୀତିକୁ ନେଇ ଆନ୍ଦୋଳନ ଜୋରଦାର ହୋଇଥିଲା। ଏହି ବିଦ୍ୟାଳୟ ବନ୍ଦ ପାଇଁ ଅନେକ ମାମଲା ଉଚ୍ଚନ୍ୟାୟାଳୟରେ ଦାଏର କରାଯାଇଥିଲା। ଉଚ୍ଚନ୍ୟାୟାଳୟ ସବୁ ପକ୍ଷର ଅଭିଯୋଗ ଶୁଣିଲାପରେ ତାଙ୍କର ରାୟ ଶୁଣାଇଥିଲେ ଯେ, ”ରାଜ୍ୟ ସରକାରଙ୍କର ଏହି ବିଜ୍ଞପ୍ତି ଆଇନ ସମର୍ଥିତ ନୁହେଁ। ସରକାରଙ୍କର ବିଜ୍ଞପ୍ତି ସମ୍ବିଧାନର ଧାରା ‘୨୧ଏ’ଏବଂ ଶିକ୍ଷା ଅଧିକାର ଆଇନ ୨୦୦୯ ଓ ନିୟମ ୨୦୧୦ ଅନୁଯାୟୀ ବିରୁଦ୍ଧାଚରଣ କରୁଛି। ଏଭଳି ପରିସ୍ଥିତିରେ ବିଭିନ୍ନ ବର୍ଗର ବିଦ୍ୟାଳୟର ଏକତ୍ରୀକରଣ ମିଶ୍ରଣ ପାଇଁ ପ୍ରସ୍ତାବିତ ପଦ୍ଧତି ଗ୍ରହଣୀୟ ହୋଇପାରିବ ନାହିଁ।“
୨୦୦୯ ଶିକ୍ଷା ଅଧିକାର ଆଇନ ଓ ନିୟମ ୨୦୧୦ ଅନୁସାରେ ଅନ୍ତତଃ ଜଣେ ଶିଶୁ ଓ କିଶୋର ପାଇଁ ପହଞ୍ଚତ୍ ପାରୁଥିବା ଏକ କିଲୋମିଟର ଦୂରତା ଭିତରେ ଗୋଟିଏ ବିଦ୍ୟାଳୟ ଉପଲବ୍ଧ ହେବା ଉଚିତ। ଯେଉଁଠାରେ ଏତିକି ଦୂରତା ସ୍ଥାନୀୟ ବାସିନ୍ଦାଙ୍କର ଆବଶ୍ୟକତାକୁ ପୂରଣ କରୁଛି, ସେତେବେଳେ ସେଗୁଡ଼ିକୁ ରାଜ୍ୟ ସରକାର ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ, ବିଦ୍ୟାଳୟ ଏକତ୍ରୀକରଣ କହି ବନ୍ଦ କରିପାରିବେ ନାହିଁ। କାହିଁକି ଛାତ୍ର ସଂଖ୍ୟା କମିଛି ତାହାର ଅନେକ କାରଣ ରହିଛି। ସେହିସବୁ ମୂଳ ଅସୁବିଧାଗୁଡ଼ିକର ଯଥାର୍ଥ ବାସ୍ତବ ନିରାକରଣ ନ କରି ବିଦ୍ୟାଳୟ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ରାଜ୍ୟ ସରକାର ହୃଦ୍‌ବୋଧ କରିବା ନିହାତି ଆବଶ୍ୟକ। ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ବର୍ତ୍ତମାନ ଶିଶୁମାନେ ପାଞ୍ଚବର୍ଷ ପରିବର୍ତ୍ତେ ଆଠବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା ଲାଭ କରିବେ। କିନ୍ତୁ ଦେଶରେ ୧୩.୬ ଲକ୍ଷ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୩.୬୨ ଲକ୍ଷ ଅଙ୍ଗନଓ୍ବାଡି କେନ୍ଦ୍ରରେ ଉପଯୁକ୍ତ ଗୃହ, ଶୌଚାଳୟ, ପାନୀୟ ଜଳର ସୁବିଧା ନାହିଁ। ବିଦ୍ୟାଳୟଗୁଡ଼ିକରେ ହଜାର ହଜାର ସଂଖ୍ୟକ ଶିକ୍ଷକ ପଦବୀ ଖାଲିପଡ଼ିଛି। ମୁଖ୍ୟତଃ ପ୍ରତ୍ୟେକ ସାହି ବା ମହଲ୍ଲାରେ ଅଙ୍ଗନଓ୍ବାଡି କେନ୍ଦ୍ର ରହିବା କଥା। ସାରା ଦେଶରେ ୪୦ ଲକ୍ଷ ସାହି, ପଡ଼ା ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଆଜିର ଆବଶ୍ୟକତାକୁ ଦେଖିଲେ ଆହୁରି ୨୭ ଲକ୍ଷ ଅଙ୍ଗନଓ୍ବାଡି କେନ୍ଦ୍ର ତିଆରି ହେବାର ଆବଶ୍ୟକତା ରହିଛି। କିନ୍ତୁ ପରିତାପର ବିଷୟ ହେଉଛି ଯେଉଁ ଅଙ୍ଗନଓ୍ବାଡି କର୍ମୀ, ସହାୟିକାମାନେ ଶିଶୁମାନଙ୍କର ଉନ୍ନତିର ଦାୟିତ୍ୱ ନେଇଛନ୍ତି ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ୟ ଦରମା ବାବଦରେ ନ ପାଇ ମଜୁରି ବା ପାରିତୋଷିକ ଭାବରେ ପାଉଛନ୍ତି। ସେମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି। ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି , ଶିଶୁଯନତ୍ ଭଳି ଜନକଲ୍ୟାଣକାରୀ ଯୋଜନାକୁ ରୁଗ୍‌ଣ କରିଦେଇଛନ୍ତି।
ଆଜିର ଏହି ପରିସ୍ଥିତିର ପରିଣାମ ସ୍ବରୂପ ଆଗାମୀ ଦିନଗୁଡ଼ିକରେ ରାଜ୍ୟରୁ ଅଧିକ ସଂଖ୍ୟାରେ ଶିଶୁବିକ୍ରି, କିଶୋର/କିଶୋରୀମାନଙ୍କୁ ‘ମାନବ ଚାଲାଣ’ ଦ୍ୱାରା ବିଭିନ୍ନ ସ୍ଥାନକୁ ପେଟର ଭୋକପାଇଁ ଜୋର ଜବରଦସ୍ତ ଯିବାକୁ ହେବ। ସେମାନେ ସମସ୍ତ ପ୍ରକାର ଅମାନବୀୟ, ଅମାନୁଷିକ, ଯୌନଗତ, ଆର୍ଥିକ, ମାନସିକ, ଶାରୀରିକ ଶୋଷଣର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରିବେ। ସେମାନଙ୍କ ପାଇଁ ଏକ ସୁସ୍ଥ ନିରାପଦ ସମାଜର ସ୍ବପ୍ନ ଚିରକାଳ କେବଳ ଚିତ୍ରପଟଟିଏ ହୋଇ ରହିଯିବ।
ଗାନ୍ଧୀନଗର ବ୍ରହ୍ମପୁର, ମୋ:୯୪୩୭୨୬୦୬୯୬


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?