ଏଇ ଭାରତରେ

ପରିଣତ ବୟସରେ ବିଶ୍ରାମ ଶରୀର ପାଇଁ ଅପରିହାର୍ଯ୍ୟ। କିନ୍ତୁ ଦିଲ୍ଲୀର ଏକ ଦମ୍ପତି ଯୋଗେଶ୍ୱର ଓ ସୁଷମା ଭାଲ୍ଲାଙ୍କ ନିଆରା ସଉକ ସେମାନଙ୍କ ବୟସକୁ ପଛରେ ପକାଇ ଦେଇଛି। ବୟସ ସେମାନଙ୍କ ପାଇଁ ଏକ ସଂଖ୍ୟା ପାଲଟିଛି। ଯୋଗେଶ୍ୱରଙ୍କ ବୟସ ୭୩ ହୋଇଥିବାବେଳେ ସୁଷମାଙ୍କ ବୟସ ୬୯। ସେମାନେ ବିବାହ ପରେ ହନିମୁନ ଲାଗି ପ୍ରଥମେ ବାଇକ୍‌ରେ ଶ୍ରୀନଗର ଯାଇଥିଲେ। ପରେ ଯୋଗେଶ୍ୱର ଚାକିରିରୁ ଶୀଘ୍ର ଅବସର ନେଇ ତାଙ୍କ ବାଇକ୍‌ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଏକାଠି ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌ରେ ଭୁଟାନ, ନେପାଳ, ଲେହ, ଲଦାଖ ବୁଲିସାରିଛନ୍ତି। କେବଳ ଏତିକି ନୁହେଁ, ଏହି ଦମ୍ପତି ବେଲ୍‌ଜିୟମ, ଦୁବାଇ, ଫ୍ରାନ୍ସ, କାତାର, ରୋମ, ସିଙ୍ଗାପୁର, ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ତୁର୍କୀ, ଭିଏନା ସମେତ ୨୨ଟି ଦେଶ ଭ୍ରମଣ କରିସାରିଲେଣି। ପରିଣତ ବୟସରେ ଯୋଗେଶ୍ୱରଙ୍କ ଏପରି ଦୁର୍ବାର ପ୍ରୟାସକୁ ସମସ୍ତେ ତାରିଫ କରନ୍ତି। ୨୦୨୧ରେ ଯୋଗେଶ୍ୱରଙ୍କ ଆଣ୍ଠୁ ରିପ୍ଲେସ୍‌ମେଣ୍ଟ ସର୍ଜରି ହୋଇଥିଲା। ସମସ୍ତେ ଭାବିଥିଲେ ସେ ଆଉ ଦୂର ଯାତ୍ରାକୁ ମନ ବଳାଇବେ ନାହିଁ। ହେଲେ ସେ କିଛିଦିନର ବିରତି ପରେ ପୁଣି ସାହାସ ଜୁଟାଇଥିଲେ। ଏବେ ସେ ସଫଳତା ପୂର୍ବତକ ଦୂରଯାତ୍ରା ଜାରି ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri