ଏହିଦିନ ମୁମ୍ବାଇରେ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ରଣଦୀପ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ରଣଦୀପ ହୁଡା ବିବାହ କରିଥିଲେ। ‘ଜିସମ ୨’ ଅଭିନେତା ରଣଦୀପ ମଧ୍ୟ ଏହି ଓ୍ବେଡିଂ ସିଜନରେ ତାଙ୍‌କର ସଂସାର ଗଢିଛନ୍ତି। ନଭେମ୍ବର ୨୯ରେ, ରଣଦୀପ ଗର୍ଲଫ୍ରେଣ୍ଡ ଲିନ ଲ୍ୟାଶରାମଙ୍କ ସହ ଗୁପ୍ତ ବିବାହ କରିଥିଲେ। ବର୍ତ୍ତମାନ ଦମ୍ପତିଙ୍କ ବିବାହ ରିସେପଶନ ବିଷୟରେ ଅପଡେଟ ଖବର ସାମ୍ନାକୁ ଆସିଛି। ହଁ, ଅଭିନେତା ବିବାହ ପରେ ମୁମ୍ବାଇରେ ଏକ ବିଶାଳ ରିସେପଶନ ପାର୍ଟି ଦେବାକୁ ଯାଉଛନ୍ତି। ପତ୍ନୀଙ୍କ ସହ ସେ ତାଙ୍କ ଚଳଚ୍ଚିତ୍ର ତାରକା ବନ୍ଧୁମାନଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରିବାର ଯୋଜନା ରଖିଛନ୍ତି। ୧୧ ଡିସେମ୍ବରରେ ଅଭିନେତାଙ୍କ ବିବାହ ରିସେପଶନ ଅନୁଷ୍ଠିତ ହେବାକୁ ଯାଉଛି। ଇଣ୍ଡଷ୍ଟ୍ରିର ବଡ ତାରକା ଏଥିରେ ଭାଗ ନେବାକୁ ଯାଉଛନ୍ତି।
ଏହି ବଲିଉଡ ତାରକା ମଣିପୁରରେ ବିବାହ ପରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ଦମ୍ପତି ସୋସିଆଲ ମିଡିଆରେ ଏହାର ଫଟୋ ମଧ୍ୟ ଶେୟାର କରିଥିଲେ। ରଣଦୀପ ଏବଂ ଲିନ ଏକାଠି କେକ ସମାରୋହ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତି ମୁମ୍ବାଇରେ ହେବାକୁ ଥିବା ବିବାହ ରିସେପଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନବ ବିବାହିତ ଦମ୍ପତିମାନେ ଏଥିପାଇଁ କାର୍ଡ ପଠାଇବା ଆରମ୍ଭ କରି ଦେଇଛନ୍ତି। ତେବେ ରିସେପ୍ସନ ଭେନ୍ୟୁ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଖବର ଅନୁଯାୟୀ, ରଣଦୀପ ଏବଂ ଲିନ ସେମାନଙ୍କର ସମସ୍ତ ଫିଲ୍ମ ବନ୍ଧୁଙ୍କୁ ବଲିଉଡରୁ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଉଭୟ ଦୀର୍ଘ ଦିନ ଧରି ବଲିଉଡର ଏକ ଅଂଶ ହୋଇ ସଲମାନ ଖାଁଙ୍କ ଠାରୁ ଆରମ୍ଭ କରି ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ କାମ କରିଛନ୍ତି। ଏଭଳି ପରିସ୍ଥିତିରେ ଦମ୍ପତି ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ରଣଦୀପଙ୍କ ବିବାହ ରିସେପଶନରୁ ଅତିଥି ତାଲିକା ପ୍ରକାଶ ପାଇନାହିଁ। କିନ୍ତୁ ନୁମାନ କରାଯାଉଛି ଯେ ସଲମାନ ଖାଁ, ଇମ୍ରାନ ହାସମି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ବିଜୟ ବର୍ମା, ତମନ୍ନା ଭାଟିଆଙ୍କ ପରି କଳାକାରମାନେ ନିଶ୍ଚିତ ଭାବରେ ଏହି ପାଟର୍ଇରେ ଯୋଗ ଦେବେ।
ରିସେପଶନ ପାଇଁ ଲିନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ମଣିପୁରରୁ ମୁମ୍ବାଇ ଯାତ୍ରା କରିବେ। ଏହି ଦମ୍ପତିଙ୍କ ପୋଷାକ ବିଷୟରେ କୁହାଯାଉଛି ଯେ ଲିନ ଏବଂ ରଣଦୀପ ହୁଡା ନିଜ ବିବାହ ପରି ରିସେପଶନରେ ପାରମ୍ପାରିକ ମଣିପୁରୀ ପୋଷାକ ପିନ୍ଧିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?