ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଜୀବିକାକୁ ପଛ କରି ଦେଇଛନ୍ତି ଉତ୍ତରାଖଣ୍ଡର ଚନ୍ଦନ ନୟଲ। ନଇଁଚାଳର ନୟିଗାଁ ନିବାସୀ ଚନ୍ଦନ ଚାକିରି ଛାଡି ଜଙ୍ଗଲ ସୃଷ୍ଟି କରିବା ସହ ତା’ର ସଂରକ୍ଷଣ କରୁଛନ୍ତି।୨୦୧୪ରେ ସେ ଇଲେକ୍‌ଟ୍ରୋନିକ୍ସରେ ଶିକ୍ଷା ଶେଷ କରି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୬ରେ ଚାକିରି ଛାଡ଼ି ସେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ୧୨ ହଜାର ଗଛ ଲଗାଇ ସାରିଲେଣି। ଚନ୍ଦନଙ୍କ ବୟସ ୨୬। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଏଭଳି ଅଭିଯାନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପିଲାବେଳେ ସେ ଗଛ ଲଗାଇବାକୁ ଭଲ ପାଉଥିଲେ। ବାହାରେ ରହି ପଢିବା ସମୟରେ ବି ଛୁଟିରେ ଘରକୁ ଆସିଲେ ଗାଁ ପାଖ ଜଙ୍ଗଲ ସୁରକ୍ଷା ପାଇଁ ସମୟ ଦେଉଥିଲେ। ଗଛକୁ ତାଙ୍କର ଏମିତି ଭଲ ପାଇବା ତାଙ୍କୁ ଗଛ ମଣିଷ କରି ଦେଇଛି। ତାଙ୍କ ପାଖରେ ଚାରା କିଣିବା ପାଇଁ ଅର୍ଥର ଅଭାବ ଥିବା ହେତୁ ସେ ବନ ବିଭାଗର ସହଯୋଗ ଲୋଡୁଛନ୍ତି। ଚାରା ସେଠାରୁ ଆଣୁଛନ୍ତି ଓ ବନବିଭାଗର ନିର୍ଦ୍ଧାରିତ ଜମିରେ ଗଛ ଲଗାଉଛନ୍ତି। ଚାରା ପରିବହନ ଖର୍ଚ୍ଚ ବି ବନ ବିଭାଗ ବହନ କରୁଛି। ଚନ୍ଦନଙ୍କ ନିଷ୍ଠା ଦେଖି ଏଭଳି ସହଯୋଗ କରାଯାଉଛି ବୋଲି କହନ୍ତି ସେଠାକାର ଡିଏଫଓ। ଚନ୍ଦନଙ୍କୁ ସେମାନେ ୧୦ହଜାର ଗଛ ଯୋଗାଇ ଦେଇଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ଆଖପାଖ ଗାଁର ଲୋକମାନେ ମଧ୍ୟ ଅନୁପ୍ରାଣିତ ହୋଇ ଗଛ ଲଗାଇବାରେ ଲାଗିଗଲେଣି। ୧୨୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।ସେମାନେ ଚନ୍ଦନଙ୍କ ନେତୃତ୍ୱରେ ୧୨ ହଜାର ଗଛ ଲଗାଇବା ସହ ଉତ୍ତରାଖଣ୍ଡର ବିଭିନ୍ନ ଗାଁରେ ୩୦ ହଜାର ଚାରା ବାଣ୍ଟି ସାରିଛନ୍ତି।ସରକାର ଚନ୍ଦନଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?