ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୬ା୧୨-ବିଶିଷ୍ଟ ଅଭିନେତା ତଥା ବହୁ ଲୋକପ୍ରିୟ ଗୀତର ସ୍ରଷ୍ଟା ନେତ୍ରାନନ୍ଦ ବାରିକ (୬୮)ଙ୍କ ରବିବାର ଅପରାହ୍ନରେ ତାଙ୍କ ବଲାଙ୍ଗୀର ସଦର ବ୍ଲକ ଖୁଜେନ୍‌ପାଲି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିନେମା ଓ କଳାପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଭୁଖା, ଶଲାବୁଢ଼ା, ଶଲାବୁଢ଼ାର ବଦ୍‌ଲା, ଆଦିମ ବିଚାର, ପାହାଡର ଲୁହ, ବଦ୍‌ଲା, ପାର୍ବତୀଗିରି, ଜୟ ଜଗନ୍ନାଥରେ ବିଭିନ୍ନ ଚରିତ୍ରରେ ସେ ନିଖୁଣ ଅଭିନୟ କରିଥିଲେ। ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ଆକାଶବାଣୀ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ଲୋକପ୍ରିୟ ସମ୍ବଲପୁରୀ-କୋଶଲୀ ଗୀତ ଫଟାଇ ଖାଇଲି ବେଲ ଏବଂ ସଜନୀ ଗୀତର ସେ ସ୍ରଷ୍ଟା ଥିଲେ। ଅନେକ ଚଳଚ୍ଚିତ୍ରରେ ସେ ଆର୍ଟ ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୋପାଳ ପ୍ରଧାନ, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଗଭୀର ଶୋକପ୍ରକାଶ କରିଛନ୍ତି ା ସୋମବାର ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୫ଶହ ଟଙ୍କା ଭତ୍ତା ପାଇଁ ଦେଢ଼ଶହ ଟଙ୍କା ରିକ୍ସାଭଡ଼ା

ଲୋଇସିଂହା,୧୦ା୫(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ନୂଆପଡାର ଜଣେ ବୃଦ୍ଧା ୫ ଶହ ଟଙ୍କ ଭତ୍ତା ପାଇଁ ୧୫୦ ଟଙ୍କା ରିକ୍ସା ଭଡା କରିବା...

ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୦ା୧ : ସର୍ବଭାରତୀୟସ୍ତରୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ରବିବାର ଉଦ୍‌ଘାଟିତ ହୋଇଛି ା ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ...

କରୁଥିଲେ ଡକାୟତି ଯୋଜନା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

  ବଲାଙ୍ଗୀର ଅଫିସ,୮ା୧୧: ବଲାଙ୍ଗୀର ସହରରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ପୋଲିସକୁ ଅଭିଯୁକ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି...

ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ

ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା...

ଭଡାଘରୁ ମିସ୍ତ୍ରୀଙ୍କ ମୃତଦେହ ଜବତ

ବଲାଙ୍ଗୀର ଅଫିସ,୫।୩: ବଲାଙ୍ଗୀର ସହର ଗେଟ ସରୋବରପଡାରେ ଏକ ଭଡାଘରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ମୃତ...

କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧ ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା...

ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି।...

ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ...

Advertisement
Archives

Model This Week