ଏଇ ଭାରତରେ

ପରିବା ବିକ୍ରି କରି ପରିବାର ଚଳାଉଥିବା ମା’ଙ୍କ ସ୍ବପ୍ନ ପୂରଣ କରିବା ଲାଗି ଗାଁରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ୩୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେବା ଯୋଗାଇ ଆସୁଛନ୍ତି ଡା. ଅଜୟ ମିଶ୍ରା। କୋଲକାତାର ହସପୁକୁର ଅଞ୍ଚଳରେ ରହୁଛନ୍ତି ଅଜୟ ଏବଂ ତାଙ୍କ ମା’। ୧୯୭୧ରେ ତାଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରୁ ବଞ୍ଚିତ ହେବା ଯୋଗୁ ତାଙ୍କର ଏଭଳି ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମା’ ଶୁଭାସିନୀ ମିଶ୍ରା ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହ ଅଜୟଙ୍କୁ ଡାକ୍ତରୀ ପଢ଼ାଇଥିଲେ। ଚିକିତ୍ସା ଅଭାବରୁ ଅଜୟଙ୍କ ପିତାଙ୍କ ମୃତ୍ୟୁ ଘଟିଥିବାରୁ ଗାଁର ଗରିବ ଲୋକେ କେମିତି ସୁବିଧାରେ ଚିକିତ୍ସା ସେବା ପାଇବେ ସେଥିପାଇଁ ଏକ ହସ୍ପିଟାଲ କରିବା ଥିଲା ଶୁଭାସିନୀଙ୍କ ଲକ୍ଷ୍ୟ। ତେବେ ଅଜୟ ଡାକ୍ତରୀ ପାଠ ଶେଷ କରିବା ପରେ ଚାକିରି ନ କରି ମାଟି ଛପରଘରେ ପ୍ରଥମେ ଚିକିତ୍ସା ଆରମ୍ଭ କରିଥିଲେ। ୧୯୯୩ରେ ୮୦୦୦ ଟଙ୍କା ପାଣ୍ଠି ଯୋଗାଡ କରି ପକ୍କା ଘର କରିବା ସହ ହସ୍ପିଟାଲର ନାମ ରଖିଥିଲେ ‘ହ୍ୟୁମାନିଟି ହସ୍ପିଟାଲ’। ୩୦ ବର୍ଷ ହେଲା ଅଜୟ ଏହି ହସ୍ପିଟାଲ କେବେ ବନ୍ଦ କରିନାହାନ୍ତି। କେବଳ ତାଙ୍କ ଗାଁ ନୁହେଁ, ବରଂ ଆଖପାଖର ଗରିବ ଲୋକମାନଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri