Posted inଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ…

ନୂଆଦିଲ୍ଲୀ, ୯।୫ : ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୦୮ରୁ ୭୦୦ କୁ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ଏହାର କାରଣ ହେଉଛି ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ। ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଆଧାରରେ ଏମ୍‌ପିଙ୍କ ଭୋଟର ମୂଲ୍ୟ ସ୍ଥିର ହୋଇଥାଏ। ସୂତ୍ରରୁ ପ୍ରକାଶ ଯେ ୮୭ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ବର୍ତ୍ତମାନ ଭଙ୍ଗ ହୋଇଛି। ପ୍ରତ୍ୟେକ ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଜନସଂଖ୍ୟା ଅନୁଯାୟୀ ଭିନ୍ନ ଭିନ୍ନ ରହିଥାଏ। ଜାମ୍ମୁ କାଶ୍ମୀରର ବିଧାୟକଙ୍କ ଭୋଟ ମୂଲ୍ୟ ୭୨। ଫଳରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୮୭ ବିଧାୟକଙ୍କ ଭୋଟ ମୂଲ୍ୟ ମୋଟ ୬,୨୬୪ ରହିଥାଏ।

ଦେଶର ସମସ୍ତ ବିଧାନସଭା ସଦସ୍ୟଙ୍କ ଭୋଟର ମୋଟ ମୂଲ୍ୟ ହେଉଛି ୫,୪୯,୪୯୫ କିନ୍ତୁ ଏଥିରେ ଜମ୍ମୁ-କଶ୍ମୀର ବିଧାନସଭାର ଭୋଟ ମୂଲ୍ୟରେ ୬,୨୬୪ ହ୍ରାସ ପାଇବ। ଏଥର ବିଧାନସଭାର ଭୋଟର ମୋଟ ମୂଲ୍ୟ ୫,୪୩,୨୩୧ ହେବ। ଏମ୍‌ପିମାନଙ୍କର ଭୋଟ ମୂଲ୍ୟ ବିଧାନସଭାର ମୋଟ ଭୋଟ ମୂଲ୍ୟରୁ ଗଣନା କରାଯାଏ। ଗତ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୫,୪୯,୪୯୫ ଥିଲା। ଲୋକସଭା ଏବଂ ରାଜ୍ୟସଭାର ମୋଟ ୭୭୬ ଏମ୍‌ପିଙ୍କ ଦ୍ୱାରା ବିଭକ୍ତ ହେଲେ ଜଣଙ୍କର ଭୋଟ ମୂଲ୍ୟ ୭୦୮ ହୋଇଥାଏ।

କିନ୍ତୁ ଏଥର ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ହେଉଛି ୫,୪୩,୨୩୧। ତେଣୁ ଏହାକୁ ୭୭୬ ଦ୍ୱାରା ଭାଗ କଲେ ଜଣେ ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୦କୁ ହ୍ରାସ ପାଇବ। ଏହା ବ୍ୟତୀତ ଜମ୍ମୁ-କଶ୍ମୀରରେ ବିଧାନସଭା ନ ଥିବାରୁ ଚାରିଟି ରାଜ୍ୟସଭା ଆସନ ଖାଲି ରହିଛି। ଏହା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ମୂଲ୍ୟ ୨୮୦୦ ହ୍ରାସ କରିବ । ତେବେ ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟର ପ୍ରତିନିଧିତ୍ତ୍ୱ ରହିବ। ହେବ, କାରଣ ଲୋକସଭାର ଏହାର ପାଞ୍ଚଜଣ ସଦସ୍ୟ ଦେଶର ପ୍ରଥମ ନାଗରିକ ବାଛିବା ପାଇଁ ସେମାନଙ୍କ ଫ୍ରାଞ୍ଚାଇଜ ବ୍ୟବହାର କରିବାକୁ ଯୋଗ୍ୟ ହେବେ।

ଜମ୍ମୁ-କଶ୍ମୀରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସଚିବାଳୟ ଆଇନ ମନ୍ତ୍ରଣାଳୟର ପରାମର୍ଶ ଲୋଡିଛି। ତେବେ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗରେ ଏମ୍‌ପିଙ୍କ ଭୋଟ ମୂଲ୍ୟ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ପ୍ରଥମ ଘଟଣା ନୁହେଁ ଯେ ରାଜ୍ୟସଭାର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ।
୧୯୭୪ରେ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ମାର୍ଚ୍ଚରେ ନବନିର୍ମାନ ଆନ୍ଦୋଳନ ପରେ ଭଙ୍ଗ ହୋଇଯାଇଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୁଜରାଟ ବିଧାନସଭା ଗଠନ ହୋଇପାରି ନଥିଲା। ୧୯୯୭ ରାଷ୍ଟ୍ରପତି ନିର୍ବାଚନ ପରଠାରୁ,ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୦୮ ରେ ସ୍ଥିର ରହିଛି।

୧୯୫୨ରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପାଇଁ, ଏମ୍‌ପିଙ୍କ ଭୋଟର ମୂଲ୍ୟ ୪୯୪ ଥିଲା। ୧୯୫୭ ରାଷ୍ଟ୍ରପତି ନିର୍ବାଚନରେ ଏହା ସାମାନ୍ୟ ବୃଦ୍ଧି ପାଇ ୪୯୬ କୁ ବୃଦ୍ଧି ପାଇଲା, ତା’ପରେ ୧୯୬୨ରେ ୪୯୩,ଏବଂ ୧୯୬୭ ତଥା ୧୯୬୯ରେ ଏହା ୫୭୬ ଥିଲା। ୧୯୭୪ ର ରାଷ୍ଟ୍ରପତି ନିର୍ବାଚନରେ ଜଣେ ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୨୩ ଥିଲା। ୧୯୭୭ରୁ ୧୯୯୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହା ୭୦୨ରେ ସ୍ଥିର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?