Posted inଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ…

ନୂଆଦିଲ୍ଲୀ, ୯।୫ : ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୦୮ରୁ ୭୦୦ କୁ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ଏହାର କାରଣ ହେଉଛି ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ। ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଆଧାରରେ ଏମ୍‌ପିଙ୍କ ଭୋଟର ମୂଲ୍ୟ ସ୍ଥିର ହୋଇଥାଏ। ସୂତ୍ରରୁ ପ୍ରକାଶ ଯେ ୮୭ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ବର୍ତ୍ତମାନ ଭଙ୍ଗ ହୋଇଛି। ପ୍ରତ୍ୟେକ ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଜନସଂଖ୍ୟା ଅନୁଯାୟୀ ଭିନ୍ନ ଭିନ୍ନ ରହିଥାଏ। ଜାମ୍ମୁ କାଶ୍ମୀରର ବିଧାୟକଙ୍କ ଭୋଟ ମୂଲ୍ୟ ୭୨। ଫଳରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୮୭ ବିଧାୟକଙ୍କ ଭୋଟ ମୂଲ୍ୟ ମୋଟ ୬,୨୬୪ ରହିଥାଏ।

ଦେଶର ସମସ୍ତ ବିଧାନସଭା ସଦସ୍ୟଙ୍କ ଭୋଟର ମୋଟ ମୂଲ୍ୟ ହେଉଛି ୫,୪୯,୪୯୫ କିନ୍ତୁ ଏଥିରେ ଜମ୍ମୁ-କଶ୍ମୀର ବିଧାନସଭାର ଭୋଟ ମୂଲ୍ୟରେ ୬,୨୬୪ ହ୍ରାସ ପାଇବ। ଏଥର ବିଧାନସଭାର ଭୋଟର ମୋଟ ମୂଲ୍ୟ ୫,୪୩,୨୩୧ ହେବ। ଏମ୍‌ପିମାନଙ୍କର ଭୋଟ ମୂଲ୍ୟ ବିଧାନସଭାର ମୋଟ ଭୋଟ ମୂଲ୍ୟରୁ ଗଣନା କରାଯାଏ। ଗତ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୫,୪୯,୪୯୫ ଥିଲା। ଲୋକସଭା ଏବଂ ରାଜ୍ୟସଭାର ମୋଟ ୭୭୬ ଏମ୍‌ପିଙ୍କ ଦ୍ୱାରା ବିଭକ୍ତ ହେଲେ ଜଣଙ୍କର ଭୋଟ ମୂଲ୍ୟ ୭୦୮ ହୋଇଥାଏ।

କିନ୍ତୁ ଏଥର ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ହେଉଛି ୫,୪୩,୨୩୧। ତେଣୁ ଏହାକୁ ୭୭୬ ଦ୍ୱାରା ଭାଗ କଲେ ଜଣେ ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୦କୁ ହ୍ରାସ ପାଇବ। ଏହା ବ୍ୟତୀତ ଜମ୍ମୁ-କଶ୍ମୀରରେ ବିଧାନସଭା ନ ଥିବାରୁ ଚାରିଟି ରାଜ୍ୟସଭା ଆସନ ଖାଲି ରହିଛି। ଏହା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ମୂଲ୍ୟ ୨୮୦୦ ହ୍ରାସ କରିବ । ତେବେ ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟର ପ୍ରତିନିଧିତ୍ତ୍ୱ ରହିବ। ହେବ, କାରଣ ଲୋକସଭାର ଏହାର ପାଞ୍ଚଜଣ ସଦସ୍ୟ ଦେଶର ପ୍ରଥମ ନାଗରିକ ବାଛିବା ପାଇଁ ସେମାନଙ୍କ ଫ୍ରାଞ୍ଚାଇଜ ବ୍ୟବହାର କରିବାକୁ ଯୋଗ୍ୟ ହେବେ।

ଜମ୍ମୁ-କଶ୍ମୀରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସଚିବାଳୟ ଆଇନ ମନ୍ତ୍ରଣାଳୟର ପରାମର୍ଶ ଲୋଡିଛି। ତେବେ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗରେ ଏମ୍‌ପିଙ୍କ ଭୋଟ ମୂଲ୍ୟ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ପ୍ରଥମ ଘଟଣା ନୁହେଁ ଯେ ରାଜ୍ୟସଭାର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ।
୧୯୭୪ରେ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ମାର୍ଚ୍ଚରେ ନବନିର୍ମାନ ଆନ୍ଦୋଳନ ପରେ ଭଙ୍ଗ ହୋଇଯାଇଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୁଜରାଟ ବିଧାନସଭା ଗଠନ ହୋଇପାରି ନଥିଲା। ୧୯୯୭ ରାଷ୍ଟ୍ରପତି ନିର୍ବାଚନ ପରଠାରୁ,ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୦୮ ରେ ସ୍ଥିର ରହିଛି।

୧୯୫୨ରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପାଇଁ, ଏମ୍‌ପିଙ୍କ ଭୋଟର ମୂଲ୍ୟ ୪୯୪ ଥିଲା। ୧୯୫୭ ରାଷ୍ଟ୍ରପତି ନିର୍ବାଚନରେ ଏହା ସାମାନ୍ୟ ବୃଦ୍ଧି ପାଇ ୪୯୬ କୁ ବୃଦ୍ଧି ପାଇଲା, ତା’ପରେ ୧୯୬୨ରେ ୪୯୩,ଏବଂ ୧୯୬୭ ତଥା ୧୯୬୯ରେ ଏହା ୫୭୬ ଥିଲା। ୧୯୭୪ ର ରାଷ୍ଟ୍ରପତି ନିର୍ବାଚନରେ ଜଣେ ଏମ୍‌ପିଙ୍କ ଭୋଟର ମୂଲ୍ୟ ୭୨୩ ଥିଲା। ୧୯୭୭ରୁ ୧୯୯୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହା ୭୦୨ରେ ସ୍ଥିର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri