୪୯୧ ପାନୀୟ ଜଳ ପ୍ରକଳ୍ପରୁ ୨୭୨ ଅଚଳ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ଜିଲାରେ ପାନୀୟ ଜଳ ପ୍ରକଳ୍ପ କାହିଁକି ଫେଲ୍‌ ହେଉଛି ତା’ର କାରଣ ଖୋଜାଯାଉନି। ପ୍ରକଳ୍ପ ପରେ ପ୍ରକଳ୍ପ କରାଯାଇ ସରକାରୀ ଅନୁଦାନକୁ ବିକାଶ ନାଁରେ ହଡ଼ପ କରାଯାଉଛି। ଏବେ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୫୦୪ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନେଇ ଲୋକେ ଆଶାବାଦୀ ଅଛନ୍ତି। ହେଲେ ଜିଲାରୁ ପାନୀୟ ଜଳ ସଙ୍କଟ ଦୂର ହେବାର ନାଁ ଧରୁନି। ଜିଲାର ଭାପୁର ବ୍ଲକରେ ୪୫, ଦଶପଲ୍ଲାରେ ୬୪, ଗଣିଆରେ ୩୪, ଖଣ୍ଡପଡ଼ାରେ ୪୪, ନୟାଗଡ଼ରେ ୭୦, ନୂଆଗାଁରେ ୭୪, ଓଡ଼ ଗାଁରେ ୯୩, ରଣପୁର ବ୍ଲକରେ ୬୭ ଏପରି ୪୯୧ ପ୍ରକଳ୍ପ ରହିଛି। ଏଥିରୁ ୨୭୨ ପ୍ରକଳ୍ପ ଅଚଳ। କାଗଜପତ୍ରରେ କିନ୍ତୁ ପ୍ରକଳ୍ପ ଚାଲୁଛି। ଜିଲାର ଓଡ଼ଗାଁ ବ୍ଲକର ଡିମଶରଠାରେ ୧୨ ବର୍ଷ ହେଲା ଏକ ପାନୀୟ ଜଳ ପ୍ରକଳ୍ପ ରହିଛି। ପ୍ରକଳ୍ପରୁ ଗୋଡିପଡ଼ା ଗାଁକୁ ପାନୀୟ ଜଳ ଯୋଗାଣ ହେବ। ୧୨ ବର୍ଷ ହେଲା ପ୍ରକଳ୍ପ ଅଚଳ। ପ୍ରାୟ ବର୍ଷେ ତଳେ ଗୋଡିପଡ଼ା ମହନ୍ତସାହିକୁ ମାସେ ପାଇଁ ପାନୀୟ ଜଳ ଯୋଗାଯାଇ ପୁଣି ବନ୍ଦ କରାଯାଇଛି। ସେହିପରି ନୟାଗଡ଼ ବ୍ଲକର କାଳିକାପ୍ରସାଦ ପଞ୍ଚାୟତର ସିପାହି ଅସୁରଢ଼ିପା ପାନୀୟ ଜଳ ପକଳ୍ପ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ପ୍ରଶାସନିକ ସ୍ତରରେ ଅଥବା ଜିଲା ପରିଷଦ ସଦସ୍ୟମାନେ ନିଜ ଅଞ୍ଚଳର ଅଚଳ ଜଳ ପ୍ରକଳ୍ପ ନେଇ ଜିଲା ପରିଷଦ ବୈଠକରେ ତଥ୍ୟ ଉପସ୍ଥାପନ କଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କିପରି କାମ ଚାଲିଛି, ତା’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପଦାକୁ ଆସିପାରନ୍ତା। ଅପରପକ୍ଷେ ଭାପୁର ବ୍ଲକର ପଦ୍ମାବତୀ ନିକଟ ଟିକିରିପଡ଼ାଠାରେ ଇନ୍‌ଟେକ୍‌ ୱେଲ୍‌ କରାଗଲେ ନୟାଗଡ଼, ଖଣ୍ଡପଡ଼ା ଓ ନୂଆଗାଁ ବ୍ଲକର ୭୯ ପଞ୍ଚାୟତର ୪୯୮ ଗାଁର ଲୋକେ ଉପକୃତ ହେବେ। ଏହି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୦୩ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଚୁକ୍ତିନାମା ୫୩୦ କୋଟି ୮୭ ଲକ୍ଷରେ ହୋଇଛି। କାମ ୨୦୧୯ ଡିସେମ୍ବର ୬ରୁ ଆରମ୍ଭ ହୋଇଥିଲା। ଏହା ୨୦୨୧ ଡିସେମ୍ବର ୬ରେ ଶେଷ ହେବକଥା। କିନ୍ତୁ ଏହା ୨୦୨୩ ଜୁନ୍‌ ୭ ପର୍ଯ୍ୟନ୍ତ ବଢ଼ିଛି। ସେହିଭଳି ଦଶପଲ୍ଲା ବ୍ଲକ ଲାଗି ହୋଇଥିବା ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ୨୪୨.୭୨ କୋଟି ମଞ୍ଜୁର ହୋଇଛି।
ଏହି ପ୍ରକଳ୍ପ ଦ୍ୱାରା ୨୦ ପଞ୍ଚାୟତର ୩୬୯ ଗାଁ ପାଣି ପାଇବେ। ଏଥିପାଇଁ ପ୍ରଶାସନିକ ଅନୁମୋଦନ ମିଳିସାରିଛି। ସେହିଭଳି ଗଣିଆ ବ୍ଲକର ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଧୀନରେ ୮ ପଞ୍ଚାୟତର ୯୪ ଗାଁ ରହିଛି। ଏଥିପାଇଁ ୯୭.୬୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପ୍ରଶାସନିକ ଅନୁମୋଦନ ଶେଷ ହୋଇଛି। ନୂଆଗାଁ ବ୍ଲକର ୧୪ ପଞ୍ଚାୟତର ୧୫୮ ଗାଁ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ଲାଗି ୧୪୪.୩୩ କୋଟି ମଞ୍ଜୁର ହୋଇଛି। ଏଥିପାଇଁ ପ୍ରଶାସନିକ ଅନୁମୋଦନ ଶେଷ ହୋଇଛି। ପୁଣି ଓଡ଼ଗାଁ ବ୍ଲକର ୩୬ ଓ ରଣପୁର ବ୍ଲକର ୬ ଏପରି ୪୨ ପଞ୍ଚାୟତର ୨୨୯ ଗାଁ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ୨୩୬.୬୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିପାଇଁ ଟେଣ୍ଡର ଆମନ୍ତ୍ରିତ ହୋଇଛି। ରଣପୁର ବ୍ଲକର ୩୧ ପଞ୍ଚାୟତର ୨୦୩ ଗାଁ ପାଇଁ ୨୫୧.୮୭ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପାଇଁ ଆମନ୍ତ୍ରିତ ହୋଇଛି। ତେବେ ଦଶପଲ୍ଲା, ଗଣିଆ, ନୂଆଗାଁ, ଓଡ଼ଗାଁ ଓ ରଣପୁର ବ୍ଲକ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ଏଯାବତ୍‌ କିଛି ଖର୍ଚ୍ଚ ହୋଇନାହିଁ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ସରୋଜ କୁମାର କରଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବୃହତ୍‌ ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଅନ୍ୟପକ୍ଷେ ଯେଉଁଠି ପ୍ରକଳ୍ପ ଅଚଳ ଅଛି ତାହାକୁ ସଚଳ କରାଯାଉଛି। କେତେଗୋଟି ପ୍ରକଳ୍ପରେ ତ୍ରୁଟି ରହିଥିବା ଯୋଗୁ ସଚଳ ହୋଇପାରୁନାହିଁ ବୋଲି ସେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?