ସ୍କୁଲ ଖୋଲିବାର ୫ ଦିନରେ ୫୪ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ଲଖନପୁର,୧୪ା୧: ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚ ମାସରୁ ସ୍କୁଲ୍‌ କଲେଜ ବନ୍ଦ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଗତ ୮ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାରୀ ଭାବେ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ କୋଭିଡ୍‌ ନିୟମ ପାଳନ କରିବାକୁ କୁହାଯାଇଛି। ସ୍କୁଲ୍‌ ଖୋଲିବାର ୫ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍କୁଲରେ ୫୪ ଛାତ୍ରୀଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ପୂର୍ବରୁ ୧୩ଜଣ ନର୍ସିଂ ଛାତ୍ରୀ ଅଛନ୍ତି। ସେହିପରି ଲଇକେରା ବ୍ଲକ୍‌ର ୩ ହାଇସ୍କୁଲରେ ୧୯ ଛାତ୍ରୀଛାତ୍ର ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ଗତ ୧୦ ତାରିଖରେ ସାଲେଟିକ୍ରା ହାଇସ୍କୁଲ୍‌ରୁ ୨, ୧୧ତାରିଖରେ ସାହାସପୁର ହାଇସ୍କୁଲ୍‌ରୁ ୯, ୧୩ ତାରିଖରେ ପାକେଲଖୋଲ ହେମସାଗର ହାଇସ୍କୁଲ୍‌ରୁ ୮ ଛାତ୍ରୀଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଭଳିସ୍ଥିତିରେ ବୁଧବାର ଗୋଟିଏ ଦିନରେ ଜିଲାରେ ୨୨ଛାତ୍ରୀଛାତ୍ର ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଏସ୍‌ପି ବିକାଶ ଚନ୍ଦ୍ର ଦାସ, ବିଡିଓ ଶଙ୍କର କେର୍କେଟା, ଅତିରିକ୍ତ ବିଡିଓ ପ୍ରମୋଦ ଦେହୁରୀ, ବିଇଓ ପ୍ରଦୀପ୍ତ ସା, ଅତିରିକ୍ତ ବିଇଓ ବିଦେଶୀ ବେହେରା ପ୍ରମୁଖ ସ୍କୁଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହି ସମ୍ପର୍କରେ ଜିଲା କୋଭିଡ୍‌ ନିୟନ୍ତ୍ରଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଗୋଲକ ବିହାରି ମଙ୍ଗରାଜଙ୍କୁ ପଚାରିବାରୁ ଜିଲାରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା’

ଭଣ୍ଡାରିପୋଖରୀ,୩।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୟାବନାପୁର ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମ୍ନୀ ମହିଳା ସୋମବାର ଏକ ଆଫ୍‌ରନ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ...

ଶହୀଦଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨।୭(ବ୍ୟୁରୋ) ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ରାଜପଥରେ ହାତୀପଲ

ଦାରିଙ୍ଗବାଡ଼ି,୫।୪: ଗଞ୍ଜାମ-କନ୍ଧମାଳ ସିମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ. ଜାତୀୟ ରାଜପଥ କଡ଼ରେ ରବିବାର ହାତୀପଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ପଲରେ ୧୨ରୁ ୧୫ଟି ହାତୀ...

ବ୍ୟାଙ୍କ ପ୍ରତିନିଧି ସାଜିବେ ମିଶନ ଶକ୍ତି ସଦସ୍ୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଆବଶ୍ୟକସ୍ଥଳେ ମିଶନ ଶକ୍ତି ସଦସ୍ୟଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଅ।...

ଭୟରେ ସ୍ବାବ୍‌ ଟେଷ୍ଟ ପାଇଁ ଯାଉନାହାନ୍ତି ଲୋକେ

କବିସୂର୍ଯ୍ୟନଗର,୧୨ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। କବିସୂର୍ଯ୍ୟନଗର ବ୍ଲକ ଓ ଏନ୍‌ଏସିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି: ବିଭାଗୀୟ ଅଧିକାରୀଙ୍କୁ ସଜାଗ ନିର୍ଦ୍ଦେଶ

ପୁରୀ ଅଫିସ,୧୭।୫: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ କରୋନା ଯେଉଁଭଳି ଭାବେ ମାଡ଼ି...

ଗୁଳିକାଣ୍ଡରେ ଓଷଧ ଦୋକାନୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଖୋର୍ଦ୍ଧାରେ ସବୁ ମେଡିସିନ୍‌ ଷ୍ଟୋର ବନ୍ଦ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ବିରୋଧ କରି...

Advertisement
Archives

Model This Week