ଖୁସିର ସନ୍ଧାନେ

ଉତ୍ତର ୟୁରୋପ ଅର୍ଥାତ୍‌ ସ୍କାଣ୍ଡିନେଭିଆ ଦେଶ ଯଥା ଫିନ୍‌ଲାଣ୍ଡ, ସୁଇଡେନ୍‌ ଓ ଡେନ୍‌ମାର୍କରେ ‘ହାଇଗେ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଗେର ଅର୍ଥ ହେଉଛି ପ୍ରତ୍ୟେକ ମଣିଷ ଏକ ସମୃଦ୍ଧ ଓ ସନ୍ତୋଷଜନକ ବାତାବରଣରେ ବଞ୍ଚିବା।

 

ବିଶ୍ୱ ଖୁସି (ହାପିନେସ୍‌) ରିପୋର୍ଟ ୨୦୨୨ ଏବେ ପ୍ରକାଶ ପାଇଛି। ଏଥିରେ ଫିନ୍‌ଲାଣ୍ଡ କ୍ରମାଗତ ୫ମ ଥର ସକାଶେ ତାଲିକାର ଶୀର୍ଷରେ ରହିଥିବା ବେଳେ ଆଫଗାନିସ୍ତାନ ସବା ତଳେ ରହିଛି। ଭାରତର ସ୍ଥାନ ୧୩୬ରେ ଅଛି। ସମୁଦାୟ ୧୪୬ ଦେଶ ଉପରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ବୋଲି କହୁଛି। ହେଲେ ଏହାର ନାଗରିକମାନେ ଖୁସି ଅନୁଭବ ନ କରିବା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ଚିନ୍ତାର ବିଷୟ। ଉଲ୍ଲେଖଯୋଗ୍ୟ ଯେ ପଡ଼ୋଶୀ ରାଷ୍ଟ୍ର ଚାଇନା, ନେପାଳ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ଖୁସି ତାଲିକାର ତଳେ ଆମ ଦେଶ ଅଛି। ସେହି ଦେଶଗୁଡ଼ିକ ଯଥାକ୍ରମେ ୭୨, ୮୫, ୯୪, ୧୨୧ ଏବଂ ୧୨୭ ସ୍ଥାନରେ ଅଛନ୍ତି।ମଣିଷ ଖୁସିରେ ରହିଲେ ତାହା ଦ୍ୱାରା ଉନ୍ନତିମୂଳକ କାର୍ଯ୍ୟ ସମ୍ଭବପର ହୁଏ। ଅସନ୍ତୁଷ୍ଟ ମାନବ ସମ୍ବଳ କେବେହେଲେ କାରଖାନା, କାର୍ଯ୍ୟାଳୟ, ଚିକିତ୍ସାଳୟ, ବିଦ୍ୟାଳୟଠାରୁ ଆରମ୍ଭକରି ବାସଗୃହରେ ଦକ୍ଷତା ପ୍ରଦର୍ଶନ କରିପାରନ୍ତି ନାହିଁ। ସବୁ ଉନ୍ନତିମୂଳକ କାର୍ଯ୍ୟର ମୂଳରେ ରହିଛି ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଜାତିସଂଘର ନିରନ୍ତର ବିକାଶ ସଲ୍ୟୁସନ୍ସ ନେଟଓ୍ବର୍କ ଦ୍ୱାରା ୨୦୧୨ରେ ବିଶ୍ୱ ଖୁସି ରିପୋର୍ଟ ପ୍ରଥମେ ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୦ରେ ଅନ୍ତର୍ଜାତୀୟ ଖୁସି ଦିବସ ପାଳନ ପୂର୍ବରୁ ପ୍ରକାଶିତ ରିପୋର୍ଟରେ ୧୪୬ ଦେଶର ଆନନ୍ଦାବସ୍ଥାକୁ ସ୍ଥାନିତ କରାଯାଇଛି। ଗୋଟିଏ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି), ଜୀବନ ଜିଇବାର କାଳ, ବ୍ୟକ୍ତିର ପସନ୍ଦ ଲାଗି ସ୍ବାଧୀନତା ମିଳିବା ଆଦି ବିଷୟବସ୍ତୁକୁ ବିଚାରକୁ ନିଆଯାଇ ସର୍ଭେ ମାଧ୍ୟମରେ ମତ ସଂଗ୍ରହ କରାଯାଇଥାଏ। ଦେଶ ଉପରେ ଏହିସବୁ ପ୍ରମୁଖ ଉପାଦାନ ଏକ ସକାରାତ୍ମକ ପ୍ରଭାବ ପକାଉଥିବାରୁ ନାଗରିକମାନେ ଖୁସି ରହୁଛନ୍ତି। ଆଫଗାନିସ୍ତାନ ସବୁଠାରୁ ଦୁଃଖୀ ଦେଶ ହେବା ପଛରେ ଯେଉଁସବୁ କାରଣ ଦାୟୀ ତାହା ବିଶ୍ୱବାସୀ ଭଲ ଭାବେ ଅବଗତ ଅଛନ୍ତି। ଗତବର୍ଷ ଅଗଷ୍ଟ ୧୫ରେ ଆମେରିକା ଯେଉଁଭଳି ଭାବେ ନିଜର ସୈନ୍ୟ ସେଠାରୁ ପ୍ରତ୍ୟାହାର କରିନେଲା ଓ ତାଲିବାନ ସହଜରେ କ୍ଷମତା ଦଖଲ କରିନେଲେ, ତାହାର କୁପ୍ରଭାବ ବିଶେଷକରି ମହିଳା ଓ ପିଲାମାନଙ୍କ ଉପରେ ପଡ଼ିଛି। ଅନ୍ୟପକ୍ଷରେ ଫିନ୍‌ଲାଣ୍ଡ ସବୁଠାରୁ ଖୁସି ଦେଶ ରହିଆସିଛି। ସମଗ୍ର ୟୁରୋପର ୭୦ ପ୍ରତିଶତ ଜଙ୍ଗଲ ଏହି ଦେଶରେ ରହିଛି। ସରକାର ଓ ସମାଜ ନାଗରିକଙ୍କ ସାମାଜିକ ଦାୟିତ୍ୱକୁ ପୂରଣ କରିଥାଆନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବା ସହ ଦୁର୍ନୀତି ଓ ହିଂସା ନ ଥିବାରୁ ଲୋକେ ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତର ୟୁରୋପ ଅର୍ଥାତ୍‌ ସ୍କାଣ୍ଡିନେଭିଆ ଦେଶ ଯଥା ଫିନ୍‌ଲାଣ୍ଡ, ସୁଇଡେନ୍‌ ଓ ଡେନ୍‌ମାର୍କରେ ‘ହାଇଗେ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଗେର ଅର୍ଥ ହେଉଛି ପ୍ରତ୍ୟେକ ମଣିଷ ଏକ ସମୃଦ୍ଧ ଓ ସନ୍ତୋଷଜନକ ବାତାବରଣରେ ବଞ୍ଚତ୍ବା। ସବୁ ସମୟରେ ଧନ ସମ୍ପତ୍ତି ଏବଂ ସ୍ବାର୍ଥ ପଛରେ ଦୌଡ଼ୁଥିବା ମଣିଷ ସନ୍ତୋଷଲାଭ କରିପାରେ ନାହିଁ। ଆମେ ଅନେକ ସମୟରେ ଅଳସୁଆ ବ୍ୟକ୍ତିଙ୍କୁ ସମାଲୋଚନା କରିଥାଉ। କିନ୍ତୁ ଏହି ଆଧୁନିକ ହାଇଗେ ଦୃଷ୍ଟିରୁ ଦେଖିଲେ ମାନବ ଜାତିର ସର୍ବୋଚ୍ଚ ଲକ୍ଷ୍ୟ ସବୁବେଳେ ରହିଆସିଛି ଖୁସି ଓ ସନ୍ତୁଷ୍ଟିପ୍ରାପ୍ତି। ଯଦି କେହି ପଖାଳ ଖାଇ ସୁଖନିଦ୍ରା ନେଇପାରିଲେ, ତେବେ ସେହି ସୁଖଠାରୁ ଅନ୍ୟ କୌଣସି ବିଷୟ କେବେ ହେଲେ ବଡ଼ ହୋଇପାରିବ ନାହିଁ। ଅନ୍ୟପଟେ ଏହିଭଳି ପରିସ୍ଥିତିରେ ପହଞ୍ଚତ୍ବା ସକାଶେ ଏକ ସମାଜରେ ପ୍ରତ୍ୟେକ ନାଗରିକକୁ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ଦିଆଯିବା ଜରୁରୀ। ଏହି ଲକ୍ଷ୍ୟ ହାସଲ ହେବା ପରେ ଯେକୌଣସି ବ୍ୟକ୍ତି ଅଧିକ କାର୍ଯ୍ୟ କରି ମୋଟରଗାଡ଼ି, ଟେଲିଭିଜନ୍‌, ଏୟାରକଣ୍ଡିସ୍‌ନର ଇତ୍ୟାଦି ବସ୍ତୁବାଦୀ ସାମଗ୍ରୀ କିଣିବାକୁ ଚାହିଁଲେ ତାହା ଏକ ଅସରନ୍ତି ଦୌଡ଼।
ଏହି ପ୍ରଚ୍ଛଦପଟରେ ଭାରତକୁ ଦେଖିଲେ ପୃଥିବୀର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହାର ବହୁବିଧ ସମସ୍ୟା ରହିଛି। ଏକ ବିକାଶଶୀଳ ରାଷ୍ଟ୍ର ବୋଲି ଜଗତରେ ପରିଚିତ ଥିଲେ ମଧ୍ୟ ଭାରତରେ ମୁଦ୍ରାସ୍ଫୀତି ବଢ଼ିଚାଲିବା, ଦାରିଦ୍ର୍ୟ ଓ ବେକାର ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସାମାଜିକ ବିଦ୍ୱେଷ ଦେଖାଦେଉଥିବାରୁ ନାଗରିକମାନେ ସର୍ବଦା ଭୟ, ଅସନ୍ତୋଷ ଓ ଚିନ୍ତା ଦେଇ ଗତି କରୁଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସବୁ ବର୍ଗକୁ ମିଳିପାରୁ ନ ଥିବାରୁ ସେହି ପରିବାର ଅଶାନ୍ତି ଅନୁଭବ କରୁଛନ୍ତି।
ଏବେ ଏଭଳି ଏକ ସ୍ଥିତି ସୃଷ୍ଟି କରିଦିଆଯାଇଛି, ଯେଉଁଥିରେ ଅନ୍ୟକୁ ଦୋଷ ଦେଇ ସମସ୍ତେ ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଏହାଫଳରେ କୌଣସି ପଟେ କେହି ଖୁସିଲାଭ କରିପାରୁ ନାହାନ୍ତି। ଦୋଷ ଲଦିବା ହୋଇଯାଇଛି ମୁଖ୍ୟ କାର୍ଯ୍ୟ। ସମୟ ଆସିଲାଣି ଯେତେବେଳେ କ୍ଷମତାସୀନ ବ୍ୟକ୍ତିମାନେ କେବଳ ରାସ୍ତାଘାଟ, କାରଖାନା କିମ୍ବା ବିଦ୍ୟୁତ୍‌ ସଂଯୋଗ ଭଳି ଭିତ୍ତିଭୂମି ସମ୍ପର୍କରେ ବୁଝିବା ପରିବର୍ତ୍ତେ ଲୋକଙ୍କୁ ପଚାରିବା ଦରକାର ସେମାନେ ଖୁସି ଅଛନ୍ତି ନା ନାହିଁ। ଏବଂ ସେହି ଲକ୍ଷ୍ୟରେ କାର୍ଯ୍ୟ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri