ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର

ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଅଞ୍ଚଳରେ ଏହି ଘଟଣା ଘଟିଛି।
ସ୍ବାମୀଙ୍କ ଅଭିଯୋଗ ଆନୁଯାୟୀ, ତାଙ୍କ ଘର ଭିତରକୁ ଜଣେ ବାହାର ବ୍ୟକ୍ତିଙ୍କ ପ୍ରବେଶକୁ ସେ ବିରୋଧ କରିଥିଲେ। ଏହି କଥାକୁ ନେଇ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏଥିରେ ତାଙ୍କର ସ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏବେ ସେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ସ୍ବାମୀଙ୍କ ପକ୍ଷରୁ ବଡ଼ବିଲ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ ,୧୯ା୪-କରୋନା ଦୃଷ୍ଟିରୁ ସାରା ଭାରତରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ରାଜ୍ୟର ସମସ୍ତ ମଦ...

୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି...

କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ

ନରସିଂହପୁର,୨୮ା୫(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ଜନଗଣନା ସ୍ଥଗିତ ରଖିବାକୁ ନିବେଦନ

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଏପ୍ରିଲରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ...

ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ...

ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ

ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ...

କରୋନା ସାଙ୍ଗକୁ କାଳବୈଶାଖୀ: ଚାଷୀ ସର୍ବସ୍ବାନ୍ତ

ବାରିପଦା ଅଫିସ, ୨୬ା୪-ମହାମାରୀ କରୋନା ଲାଗି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଥିବା ବେଳେ ବେଡି ଉପରେ କୋରଡା ମାଡ ସଦୃଶ ଚାଷୀଙ୍କ ପାଇଁ ସର୍ବନାଶ କାରଣ...

ତୁମେଶ୍ୱରଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧପଡାରେ ରହୁଥିବା ଅରକ୍ଷିତ ନାଏକଙ୍କ ମଝିଆ ପୁଅ ତୁମେଶ୍ୱର(୫)। ପାଞ୍ଚବର୍ଷର ହୋଇଥିଲେ...

Advertisement


Archives

Model This Week

Why Dharitri