Posted inଜାତୀୟ

ରାଜସ୍ଥାନରେ କଂଗ୍ରେସ-ଭାଜପା ଛକାପଞ୍ଝା

ଜୟପୁର,୨୬ା୭(ପି.ଟି.): ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜୟପୁର ସମେତ ସମସ୍ତ ଜିଲା ସଦର ମହକୁମାରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଭାଜପା ବିରୋଧରେ ସ୍ଲୋଗାନ ଦେବା ସହ ରାଜ୍ୟପାଳ ତୁରନ୍ତ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିଲେ। ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ସୁଯୋଗ ଦିଆଯାଉନି। ଭାଜପାର ଏହି ଷଡ଼ଯନ୍ତ୍ର କଦାପି ସଫଳ ହେବନାହିଁ। ଆବଶ୍ୟକ ପଡ଼ିଲେ ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ଗେହଲଟ କଂଗ୍ରେସ ବିଧାୟକମାନଙ୍କୁ କହିଛନ୍ତିି। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପିକେଟିଂ କରିବାକୁ ପଡ଼ିଲେ ମଧ୍ୟ ସେଥିପାଇଁ ପ୍ରସ୍ତୁତ ରହିବାକୁ ଗେହଲଟ ତାଙ୍କ ବିଧାୟକମାନଙ୍କୁ କହିଛନ୍ତି।
ସଚିନ ପାଇଲଟଙ୍କ ନେତୃତ୍ୱରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ରାଜସ୍ଥାନ ହାଇକୋର୍ଟ ସାମୟିକ ସୁରକ୍ଷା ଦେବା ପରେ ସୋମବାର ବିଧାନସଭା ଅଧିବେଶନ ଡାକିବା ଦାବିରେ ଶୁକ୍ରବାର ଗେହଲଟ ଓ କଂଗ୍ରେସ ବିଧାୟକମାନେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ବାସଭବନରେ ଦୀର୍ଘସମୟ ଧାରଣାରେ ବସିଥିଲେ। ସେ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ବିଧାନସଭା ଅଧିବେଶନ ଡାକିବା ପାଇଁ ସାଧାରଣତଃ ୨୧ଦିନିଆ ନୋଟିସ ଆବଶ୍ୟକ ହୋଇଥାଏ। କ୍ୟାବିନେଟ ନୋଟ୍‌ରେ ଅଧିବେଶନ ଡାକିବା ଲାଗି ତାରିଖ ଉଲ୍ଲେଖ ନ ଥିବା ରାଜ୍ୟପାଳ କହିବା ସହ କରୋନା ସ୍ଥିତିକୁ ଧ୍ୟାନରେ ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଗେହଲଟ କଂଗ୍ରେସ ବିଧାୟକମାନଙ୍କ ସହ ବୈଠକ କରିବା ସହ କ୍ୟାବିନେଟ ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଚାପର ବଶବର୍ତ୍ତୀ ହୋଇ ରାଜ୍ୟପାଳ ଅଧିବେଶନକୁ ବିଳମ୍ବ କରାଉଥିବା ସେ ଅଭିଯୋଗ କରିଥିଲେ। ପୁନର୍ବାର ସେ ରାଜ୍ୟପାଳଙ୍କୁ ଭେଟି ସାନି ଅନୁରୋଧ ପତ୍ର ଦେବେ ବୋଲି ଜଣାପଡ଼ିଛି। ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।
ସେପଟେ ରାଜସ୍ଥାନ ଭାଜପା ସଭାପତି ସତୀଶ ପୁନିଆ ଏବଂ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ୍ର କଟାରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଶନିବାର ଭେଟି କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ରାଜସ୍ଥାନରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିବା ପୁନିଆ ରାଜଭବନରୁ ଫେରିବା ପରେ ଖବରଦାତାମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନାଟକବାଜି ଚଳାଇବା ସହ ରାଜ୍ୟପାଳଙ୍କୁ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭାଜପା ନେତା ସମାଲୋଚନା କରିଛନ୍ତି। ରାଜଭବନରେ ଧାରଣାରେ ବସିବା ଏକ ନାଟକବାଜି। ରାଜସ୍ଥାନରେ କରୋନା ମହାମାରୀ ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ଏହାକୁ ଗୁରୁତର ସହ ନିଆଯିବା ଆବଶ୍ୟକ ବୋଲି ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ରାତ୍ର ଅଭିଯାନ ବିରୋଧରେ ଶରଦ ପାଓ୍ବାରଙ୍କ ରାଜନୀତି

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ...

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ,...

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା...

ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢ଼ାଇଲେ ଥମିବ ବଳାତ୍କାର: ମହାରାଷ୍ଟ୍ର ରାଜ୍ୟପାଳ

ନାଗପୁର,୨୦।୧୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇଲେ ବଳାତ୍କାର ଥମିଯିବ ବୋଲି...

ପାକିସ୍ତାନ ଜେଲ୍‌ରେ ୩୨୪ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍‌ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି।...

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ...

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧...

କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ...

Coronavirus Update


Archives

Model This Week

Why Dharitri