ଏଇ ଭାରତରେ

ବାଉଁଶରେ ନିର୍ମିତ ବିଭିନ୍ନ ଉପକରଣ ଦେଖିଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଚାଲିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା। ବିହାର ସମସ୍ତିପୁର ବାସିନ୍ଦା ଅମରେଶ କୁଶଓ୍ବା ଏଭଳି ସାଇକେଲ ନିର୍ମାଣ କରିଛନ୍ତି। ସେ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରକୁ ଆସୁଥିବା ଲୁହାସାଇକେଲର ମଡେଲକୁ ଦେଖି ବାଉଁଶରେ ସେଭଳି ସାଇକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିଜସ୍ବ ଉଦ୍ୟମ ଓ ଜ୍ଞାନକୌଶଳ ଉପଯୋଗ କରି ମାତ୍ର ୨୫ ଦିନରେ ବାଉଁଶରେ ସାଇକେଲ ନିର୍ମାଣ ଶେଷ କରିଛନ୍ତି। ଏହି ସାଇକେଲର ମୂଲ୍ୟ ୫୦୦ ଟଙ୍କା। ଏହାକୁ ସେ ୧୫ ଅଗଷ୍ଟରେ ଲଞ୍ଚ୍‌ କରିଥିଲେ। ଏହି ସାଇକେଲର ଟାୟାର ରବର ହୋଇଥିବାବେଳେ ଆଉ ସବୁ ପାର୍ଟସ୍‌ ବାଉଁଶରେ ନିର୍ମିତ। ନାମୀଦାମୀ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ସାଇକେଲ ମୂଲ୍ୟ ପାଖାପାଖି ୧୦,୦୦୦ ଟଙ୍କା ହୋଇଥିବାରୁ ଗରିବ ଲୋକେ ବାଉଁଶ ସାଇକେଲ ସହଜରେ କଣିପାରିବେ ବୋଲି କୁହନ୍ତି ଅମରେଶ। ଏବେ ଏହି ସାଇକେଲ ଦେଖିବାକୁ ବିହାରର ବିଭିନ୍ନ ଅଞ୍ଚଳରୁ ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri