ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ୪୯୦ ଡଲାର ଲାଗୁ କରାଯାଇଛି। ଘରୋଇ ଯୋଗାଣ ବଢ଼ାଇବା ପାଇଁ ୨୦୨୩ ଜୁଲାଇ ୨୦ରେ ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଅଣ-ବାସ୍‌ମତି ଧଳା ଚାଉଳ କ୍ଷେତ୍ରରେ ରପ୍ତାନି ନୀତିରେ ସଂଶୋଧନ କରାଯାଇଥିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ଏକ ବିଜ୍ଞପ୍ତିରେ କହିଛି। ଏହାସହ ସରକାର ଉଷୁନା ଚାଉଳ ଉପରେ ରପ୍ତାନି ଶୁଳ୍କକୁ ୨୦% ରୁ ୧୦% କୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ କୃଷକମାନେ ନୂତନ ଫସଲ ଅମଳ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି। ରପ୍ତାନି ଶୁଳ୍କ ହ୍ରାସ ଭାରତର ରପ୍ତାନି ମୂଲ୍ୟ ହ୍ରାସ କରିବା ସହ ପରିବହନ ପରିମାଣ ବୃଦ୍ଧି କରିବ ଏବଂ ଥାଇଲାଣ୍ଡ, ଭିଏଟ୍‌ନାମ, ପାକିସ୍ତାନ ଏବଂ ମ୍ୟାନ୍‌ମାର ଭଳି ପ୍ରତିନ୍ଦ୍ୱନ୍ଦ୍ୱୀ ଦେଶକୁ ମଧ୍ୟ ଏହାର ମୂଲ୍ୟ ହ୍ରାସ କରିବାକୁ ବାଧ୍ୟ କରିବ ବୋଲି ଆଶା କରାଯାଉଛି। ୨୦୨୩ ମସିହାରେ ଭାରତ ସାଧାରଣ ବୃଷ୍ଟିପାତ ହେତୁ ଫସଲ ନଷ୍ଟ ଯୋଗୁ ଉଷୁନା ଚାଉଳ ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରିଥିଲା। ବ୍ରାଉନ ରାଇସ୍‌ ଏବଂ ଧାନ ଉପରେ ରପ୍ତାନି ଶୁଳ୍କକୁ ୧୦% କୁ ହ୍ରାସ କରିବାକୁ ସରକାର ନିକଟରେ ଘୋଷଣା କରିଛନ୍ତି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆରବିଆଇର ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏମ୍‌ପିସି ୫୧ତମ ବୈଠକରେ ଆଲୋଚନା ପରେ ରେପୋ...

ସୋନାଲିକାର ସର୍ବୋଚ୍ଚ ଘରୋଇ ୱାଇଟିଡି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୯।୧୦: ଚଳିତ ଆର୍ଥିକ ବର୍ଷରେ ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ ଏକ ନୂତନ କାର୍ଯ୍ୟଦକ୍ଷତା ବେଞ୍ଚମାର୍କ ସ୍ଥାପନ କରିଛି। ଏପରିକି ପାର୍ବଣ...

ପାର୍ବଣ ଶପିଙ୍ଗ୍‌ରେ ସୋସିଆଲ ମିଡିଆର ପ୍ରଭାବ

ନୂଆଦିଲ୍ଲୀ,୯।୧୦: ଚଳିତ ପାର୍ବଣ ଋତୁରେ ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ଇ କମର୍ସ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଶପରମାନେ ସୋସିଆଲ ମିଡିଆକୁ ବେଶ୍‌ ଗୁରୁତ୍ୱ ଦେଇଥିଲେ।...

କ୍ରେଡିଟ୍ କାର୍ଡ ଉପରେ ଫି ବଢ଼ାଇଲା ଏସବିଆଇ: ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୮।୧୦: ଖୁବଶୀଘ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢାଇବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ...

ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri