ବ୍ରହ୍ମପୁରରେ ୧୭ ପ୍ରତିଶତ ନେଇଛନ୍ତି ପ୍ରିକସନ ଡୋଜ୍‌

ଛତ୍ରପୁର,୨୪୮(ଡିଏନଏ ):  ନଗର ସ୍ବାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବହିର୍ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବିଶେଷଜ୍ଞ, କାୟାକଳ୍ପ ଯୋଜନା, ଇ- ସଞ୍ଜୀବନୀ ପରାମର୍ଶ, ଖୁସି ଯୋଜନା, ଟିକାକରଣ, ଘରକୁ ଘର ବୁଲି ପରିବାର ସର୍ବେକ୍ଷଣ, ପ୍ରତ୍ୟେକ ମାସରେ ମୋବାଇଲ ହେଲଥ ୟୁନିଟକୁ ଆସୁଥିବା ରୋଗୀଙ୍କ ଉପସ୍ଥାନ, ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ବଜେଟ ଓ ଖର୍ଚ୍ଚ ହିସାବ ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ଚିହ୍ନଟ ହୋଇଥିବା କୋଭିଡ୍‌ କେସ୍‌ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ୧୮ ବର୍ଷରୁ ଊଦ୍ଧର୍‌ବ ବୟସର ବ୍ୟକ୍ତିଙ୍କୁ ୧୧୩ ପ୍ରତିଶତ ଟିକାକରଣ ଏବଂ ୧୫ ବର୍ଷରୁ ୧୭ ବର୍ଷ ପିଲାଙ୍କୁ ୬୧ ପ୍ରତିଶତ ଏବଂ ୧୨ରୁ ୧୪ ବର୍ଷ ପିଲାଙ୍କୁ ୬୭ ପ୍ରତିଶତ ପ୍ରଥମ ଡୋଜ ଟିକା ଦିଆଯାଇଛି। ସେହିପରି ୧୮ ବର୍ଷରୁ ଊଦ୍ଧର୍‌ବ ବୟସର ବ୍ୟକ୍ତିଙ୍କୁ ୭୯ ପ୍ରତିଶତ, ୧୫ରୁ ୧୭ ବର୍ଷ ପିଲାଙ୍କୁ ୯୦ ପ୍ରତିଶତ ଏବଂ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ୭୩ ପ୍ରତିଶତ ଦ୍ବିତୀୟ ଡୋଜ ଟିକାକରଣ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ପ୍ରିକସନ ଡୋଜ ୪୫,୯୧୯ ଜଣଙ୍କୁ ଦିଆଯାଇଛି, ଯାହା କି ୧୭ ପ୍ରତିଶତ । ସର୍ବପ୍ରଥମେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଥିବା ନିମନ୍ତେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଖୋଡାସିଙ୍ଗି ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉତ୍ତରମୁଖୀଙ୍କୁ ଜିଲାପାଳ ପ୍ରମାଣ ପତ୍ର ପ୍ରଦାନ କରି ସେମାନେ ଯୋଗାଇ ଦେଉଥିବା ସ୍ବାସ୍ଥ୍ୟସେବାକୁ ଭୂୟସୀ ପ୍ରଶଂସା କରିଥିଲେ। ବୈଠକରେ ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇଂ ଇ. ବିବେକ ରେଡ୍ଡୀ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର କମିଶନର ଜେ. ସୋନାଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଜିଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମସୁନ୍ଦର ତ୍ରିପାଠୀ, ଡା. ମନୋଜ କୁମାର ପଣ୍ଡା, ମେଡିକାଲ ଅଫିସର (ଭାରପ୍ରାପ୍ତ) ଡା. ସତ୍ୟ
ନାରାୟଣ ଦାଶ ଓ ଅନ୍ୟାନ୍ୟ ଅଧିକାରୀ,
କର୍ମଚାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri