Posted inଜାତୀୟ

୨୦୨୧ରେ ବିଭିନ୍ନ ରାଜ୍ୟର ବିଧାନସଭାରେ ହାରାହାରି ୨୧ ଦିନର କାର୍ଯ୍ୟ ଦିବସ, ୫୦୦ରୁ ଅଧିକ ବିଧେୟକ ହୋଇଛି ପାରିତ…

ନୂଆଦିଲ୍ଲୀ,୧।୮ : ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ୨୦୨୧ରେହାରାହାର କେବଳ ୨୧ ଦିନର କାର୍ଯ୍ୟ ଦିବସ ରହିଥିଲା। ଏହି ସମୟ ମଧ୍ୟରେ ୫୦୦ରୁ ଅଧିକ ବିଧେୟକ ପାରିତ ହୋଇଛି। ସେଥି ମଧ୍ୟରେ ଉଚ୍ଚଶିକ୍ଷାର ନିୟନ୍ତ୍ରଣ, ଅନଲାଇନ ଖେଳ, ଧାର୍ମିକ ରୂପାନ୍ତର, ଗୋ ସୁରକ୍ଷା ସହିତ ଜଡିତ ବିଲ ଅନ୍ତର୍ଭୁକ୍ତ ରହିଛି। ଏହି ବିଲ ଗୁଡିକର ପ୍ରାୟ ଅଧା ସର୍ବନିମ୍ନ ବିଧାନସଭା ଯାଞ୍ଚ ବିନା ପାରିତ ହୋଇଛି। ଅର୍ଥାତ ଯେଉଁ ଦିନ ଏହାକୁ ଆଗତ କରାଯାଇଥିଲା ସେହି ଦିନ ଏସବୁ ପାରିତ ହୋଇଛି। ୮ଟି ରାଜ୍ୟରେ ବିଲ ଆଗତ ହୋଇଥିବା ଦିନ ହିଁ ପାରିତ ହୋଇଛି। ଏକ ଥିଙ୍କ ଟ୍ୟାଙ୍କର ପିଆରଏସ୍‌ ଲେଜିସଲେଟିଭ୍‌ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଗତ ବର୍ଷ କର୍ନାଟକ ବିଧାନସଭାରେ ସର୍ବାଧିକ ୪୮ ଟି ବିଲ ପାରିତ ହୋଇଥିଲା। ଏହାପୂର୍ବରୁ ୨୦୨୦ରେ ମଧ୍ୟ କର୍ନାଟକ ସର୍ବାଧିକ ୫୫ ବିଲ ପାରିତ କରିଥିଲା। ଗତ ବର୍ଷ ଦିଲ୍ଲୀ ବିଧାନସଭା ଦ୍ୱାରା ସବୁଠାରୁ କମରେ ଦୁଇଟି ବିଲ ପାରିତ ହୋଇଥିଲା। ସେହିପରି ପୁଡୁଚେରୀରେ ୩ ଏବଂ ମିଜୋରାମରେ ୫ ବିଲ୍‌ ପାରିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

କର୍ନାଟକ, କେରଳ, ମେଘାଳୟ, ଓଡିଶା ଏବଂ ରାଜସ୍ଥାନ ବିଧାନସଭା ୫୦ ପ୍ରତିଶତ ବିଲ ପାରିତ କରିବାକୁ ୫ ଦିନରୁ ଅଧିକ ସମୟ ନେଇଛି। କେରଳରେ ୯୪ ପ୍ରତିଶତ ବିଲ ବିତର୍କ ଏବଂ ବିଚାର ବିମର୍ଷ ପରେ ଅତି କମରେ ପାଞ୍ଚ ଦିନ ପରେ ପାରିତ ହୋଇଛି। ଏହି ପ୍ରତିଶତ କର୍ନାଟକରେ ୭୦ ଏବଂ ମେଘାଳୟରେ ୮୦ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ୩୪.୭୪% ଭୋଟିଂ: ୧୦୦ ବର୍ଷୀୟ ହୀରାବେନ ମଧ୍ୟ କଲେ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ଭୋଟିଂ ଜାରି...

ଲକ୍‌ଡାଉନ ୪.୦: ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ କର୍ଫ୍ୟୁ

କୋଲକାତା,୧୮।୫: କରୋନା ଭାଇରସ୍‌ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୪.୦ର ସୋମବାର ହେଉଛି ପ୍ରଥମ ଦିନ। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ...

ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ଡେରାବିଶର ଶୁଭାଶିଷ

ଡେରାବିଶ,୧୬।୭(ବେବର୍ତା ଅଜୟ ଦାସ)ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ୍‌-୩’ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆସନ୍ତା ଅଗଷ୍ଟ...

ମୋଦିଙ୍କ ଶାସନରେ ବେକାର ସମସ୍ୟା, ମହଙ୍ଗା ଦର ଏବଂ ଛଟେଇ ବଢ଼ି ଚାଲିଛି: ପ୍ରିୟଙ୍କା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ବଚାଓ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କ ଶାସନରେ...

କଂଗ୍ରେସ ବିନା ବିରୋଧୀଙ୍କୁ ଏକଜୁଟ ଯୋଜନା କରୁଛନ୍ତି କେସିଆର…

ହାଇଦ୍ରାବାଦ, ୧୨।୯ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତାଙ୍କର ରାଜନୈତିକ ଗତି ବୃଦ୍ଧି କରୁଥିବା ଦେଖାଯାଉଛି। ସେ ରବିବାର କର୍ନାଟକର ପୂର୍ବତନ ସିଏମ...

ସିଡିଏସ ବିପିନ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ

ନୂଆଦିଲ୍ଲୀ,୧୦।୧୨: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୩ ଜଣଙ୍କୁ ଶୁକ୍ରବାର ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ତିମ ବିଦାୟ ଦିଆଯାଉଛି। ଏହାପୂର୍ବରୁ ଜେନେରାଲ...

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି...

ଝିଅ ହେଲା ବୋଲି ମାଗଣାରେ ଗୁପଚୁପ ବାଣ୍ଟିଲେ ପିତା

ଭୋପାଳ,୧୪ ।୯: ବର୍ତ୍ତମାନ ସମୟରେ ସରକାର କହୁଛନ୍ତି କନ୍ୟା ଭ୍ରୁଣ ହତ୍ୟା କରନ୍ତୁ ନାହିଁ । ଏମାନେ ଦେଶର ଭବିଷ୍ୟତ । ଏହାପରେ ବି ଅନେକ...

Advertisement
Archives

Model This Week