କୋହ୍ଲାପୁରୀ ଚପଲ

ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ ରାଜ୍ୟରେ ନିଯୁକ୍ତ କେତେକ ରାଜ୍ୟପାଳ କେନ୍ଦ୍ରରେ ଶାସିତ ସରକାରଙ୍କ ରାଜନୈତିକ ଏଜେଣ୍ଟ ଭଳି କାମ କରିବାକୁ ‘ଅହୋ ଭାଗ୍ୟ’ ଭାବେ ଧରିନେଇଛନ୍ତି। ରାଜ୍ୟପାଳଙ୍କ ଦ୍ୱାରା ରାଜନୈତିକ ସ୍ବାର୍ଥସାଧନ କେବଳ ଭାଜପା ନୁହେଁ, ପୂର୍ବରୁ କଂଗ୍ରେସ ସରକାର ସମୟରେ ଅନେକ ଥର ଦେଖିବାକୁ ମିଳିଛି। ଓଡ଼ିଶା ମଧ୍ୟ ୭୦ ଦଶକରେ ଏହାକୁ ଦେଖିଛି। କିନ୍ତୁ ବର୍ତ୍ତମାନ ରାଜ୍ୟପାଳମାନେ ଅତ୍ୟଧିକ ମାତ୍ରାରେ ସରକାରଙ୍କ ଦ୍ୱାରା ଅସ୍ତ୍ର ଭାବେ ବ୍ୟବହାର ହେବା ସକାଶେ ଆଗଭର ହୋଇପଡ଼ୁଛନ୍ତି। ୨୯ ଜୁଲାଇରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଅନ୍ଧେରୀର ଜେକେ ରୋଡ୍‌ଠାରେ ଏକ ଛକର ନାମକରଣ ଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ, ମହାରାଷ୍ଟ୍ର ବିଶେଷକରି ମୁମ୍ବାଇ ଓ ଠାଣେରୁ ଗୁଜରାଟୀ ଓ ରାଜସ୍ଥାନୀମାନେ ପଳାଇଗଲେ ଏହାର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯିବ। ଅର୍ଥାତ୍‌ ଏହା ଘଟିଲେ ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିପାରିବ ନାହିଁ। କୋଶିୟାରୀ କେଉଁ ଉଦ୍ଦେଶ୍ୟ ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି, ତାହା ଯେଉଁମାନେ ମୁମ୍ବାଇ ସହ ଅଳ୍ପବହୁତେ ସମ୍ପୃକ୍ତ ସେମାନେ ବୁଝିପାରିବେ। ବାସ୍ତବ କ୍ଷେତ୍ରରେ ପୂର୍ବର ବମ୍ବେ ସମ୍ଭବତଃ ଭାରତର ଏକମାତ୍ର ନଗର ଯେଉଁଠାରେ ଏହି ଦେଶର ପ୍ରତ୍ୟେକ ଜିଲାରୁ ଲୋକ ଯାଇ ରହୁଛନ୍ତି। ସେହି ସହର, ଅନେକ ଅନ୍ତର୍ଦ୍ୱନ୍ଦ୍ୱ ସତ୍ତ୍ୱେ ସବୁ ପ୍ରାନ୍ତର ଓ ସବୁ ଧର୍ମର ଲୋକଙ୍କୁ କୋଳେଇ ନେଇପାରିଛି। ବାସ୍ତବରେ ମୁମ୍ବାଇ ହେଉଛି ଭାରତର ପ୍ରଥମ ‘କସ୍‌ମୋପଲିଟାନ ନଗର’।
ଏହି ପରିପ୍ରେକ୍ଷୀରେ ଦେଖିଲେ କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ମରାଠୀମାନେ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଏଭଳି ରାଜ୍ୟପାଳଙ୍କୁ ପ୍ରସିଦ୍ଧ କୋହ୍ଲାପୁରୀ ଚପଲ ଦେଖାଇ ଦିଆଯିବା ଉଚିତ। ସେହିପରି କଂଗ୍ରେସ ନେତା ମିଲିନ୍ଦ ଦେଓରା ଏକ ଟୁଇଟ୍‌ରେ କହିଛନ୍ତି, ତାଙ୍କ ପିତା ରାଜସ୍ଥାନୀ ହୋଇଥିବା ବେଳେ ମାତା କୋହ୍ଲାପୁରର। କିନ୍ତୁ ଉଭୟ ଏବେ ମୁମ୍ବାଇର। ଏହି ବିବିଧତା ମୁମ୍ବାଇକୁ ଶକ୍ତିଶାଳୀ କରି ରଖିଛି। ମରାଠୀମାନଙ୍କୁ କୋଶିୟାରୀ ଯେଭଳି ନୂ୍ୟନ କରି ଦେଖାଇଛନ୍ତି ତାହା ଦ୍ୱାରା ମହାରାଷ୍ଟ୍ର ଏପରିକି ଭାରତକୁ ଏକ ଭୁଲ ବାର୍ତ୍ତା ଯାଇଛି। କେବଳ ମୁମ୍ବାଇ ନୁହେଁ, ଭାରତୀୟ ସମାଜରେ ବିବିଧତା ସବୁବେଳେ ରହିଆସିଛି। କାହାକୁ ପସନ୍ଦ ହୋଇପାରେ କିମ୍ବା ନ ହୋଇପାରେ, କିନ୍ତୁ ଇତିହାସ ଦର୍ଶାଉଛି ଯେ ସହିପାରୁ ନ ଥିବା ଗୋଷ୍ଠୀ କେତେକ ସମୟରେ ଶକ୍ତିଶାଳୀ ହୋଇଥାଆନ୍ତି ଓ ଅଧିକାଂଶ ସମୟରେ ମୁହଁମାଡ଼ି ପଡ଼ନ୍ତି। ଆଜି ଯେଉଁ ଅସହିଷ୍ଣୁତାର ମଞ୍ଜି ପୋତାଯିବାର ବାରମ୍ବାର ଉଦ୍ୟମ ହେଉଛି, ତାହା କେତେଦୂର ସଫଳ ହେବ ସେ ବିଷୟରେ କେବଳ ଭାରତର ଜନସାଧାରଣ ଓ ସମୟ କହିବ; କୌଣସି ରାଜନୈତିକ ଦଳ ବା ନେତୃତ୍ୱର କର୍ତ୍ତୃତ୍ୱ ରହିବ ନାହିଁ।
ସାମ୍ପ୍ରତିକ ସମୟରେ ମରାଠୀ, ରାଜସ୍ଥାନୀ ଓ ଗୁଜରାଟୀ କହି ଭାଗଭାଗ କରିବାର ଚିନ୍ତାଧାରା ସୃଷ୍ଟି କରାଯିବା ଦ୍ୱାରା ବିଭିନ୍ନ ସମ୍ପ୍ରଦାୟ ବା ଗୋଷ୍ଠୀ ଭିତରେ ଅପ୍ରୀତିକର ସ୍ଥିତି ଉପୁଜାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିଦିଆଯାଉଛି। କୁହାଯାଉଛି, ଆଗକୁ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ନିର୍ବାଚନ ଆଗକୁ ଥିବାରୁ ରାଜ୍ୟପାଳ ଭାଜପା ଆଡ଼ିଆ ହୋଇ ଏଭଳି ମତ ଦେଇଛନ୍ତି। କିନ୍ତୁ ତାହା ଭାଜପାକୁ ସହାୟକ ହେବ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ। ବିଭିନ୍ନ ମହଲରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି, ସେଗୁଡ଼ିକରୁ ମନେହେଉଛି ମରାଠୀ ମାନୁଷ୍‌ର ଅହଂଭାବକୁ ଚୋଟ ବାଜିଛି। ଏହି ପରିସ୍ଥିତିରୁ ବୁଝିବାକୁ ହେଲେ ଓଡ଼ିଶାର ଉଦାହରଣ ଦେଖାଯାଇପାରେ। ଧରିନିଆଯାଇପାରେ କେହି ଯଦି ଅବାଞ୍ଛିତ ମତ ଦେଇ କହନ୍ତି, ସମ୍ବଲପୁରରେ ସ୍ଥାନୀୟ ବାସିନ୍ଦାଙ୍କର କାଟ୍‌ତି ନ ଥିବା ବେଳେ ହିନ୍ଦୀଭାଷୀ ଲୋକ ସେଠାକାର ବ୍ୟବସାୟକୁ ହାତମୁଠାରେ ରଖିଛନ୍ତି କିମ୍ବା ଗଞ୍ଜାମ, ଯେଉଁଠାରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାର ପ୍ରୟାସ ହୋଇଥିଲା ସେଠାରେ ତେଲୁଗୁଭାଷୀ ଲୋକ ଅଧିକ ଶକ୍ତିଶାଳୀ; ତେବେ ସ୍ଥାନୀୟ ବାସିନ୍ଦାଙ୍କ ଆତ୍ମାକୁ ଯେମିତି ବାଧିବ ସେମିତି କୋଶିୟାରୀଙ୍କ ମନ୍ତବ୍ୟ ମରାଠୀମାନଙ୍କୁ ନିଶ୍ଚିତ ଭାବେ ବାଧିଥିବ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri