ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ବଳାତ୍କାର : ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ,୨୧।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ବୟାନକୁ ନେଇ ସବୁବେଳେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ମହିଳାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମହିଳାଙ୍କ ପୋଷାକକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ବଳାତ୍କାର ମାମଲା ବୃଦ୍ଧି ପଛର କାରଣ ହେଉଛି  ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଛି। ଯାହାକୁ ନେଇ ଏବେ ଦେଶରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ଏଚ୍‌ବିଓ ପାଇଁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଯଦି ଜଣେ ମହିଳା ଛୋଟ ପୋଷାକ ପିନ୍ଧନ୍ତି, ତେବେ ଏହା ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ। ଯଦି ସେ କୌଣସି ରୋବଟ ନ ହୋଇଥିବ ତାହେଲେ କଥା ଅଲଗା। ଏହା ଏକ ସାଧାରଣ କଥା। ତେଣୁ ମହିଳାମାନେ ନିଜ ପୋଷାକ ପିନ୍ଧିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ସୋସିଆଲ ମିଡିଆରେ ନିନ୍ଦା କରାଯାଉଛି। ଏହାପୂର୍ବରୁ ବି ସେ ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ

ଓ୍ବାଶିଂଟନ୍‌, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ...

ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା,...

୨୪ ଘଣ୍ଟାରେ ୨୦୦୦ ବିମାନ ବାତିଲ

ଓ୍ବାଶିଂଟନ,୩ା୧: କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ବୃଦ୍ଧି ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨...

ଲଣ୍ଡନରେ ଚିହ୍ନଟ ହେଲେ ସର୍ବକନିଷ୍ଠ କରୋନା ସଂକ୍ରମିତ

ଲଣ୍ଡନ,୧୪।୩: ଉତ୍ତର-ପୂର୍ବ ଲଣ୍ଡନରେ ଜନ୍ମର ମାତ୍ର କେଇ ମିନିଟ୍‌ ପରେ ଜଣେ ଶିଶୁ କରୋନା ଭାଇରସରେ ପୀଡିତ ଥିବା କୁହାଯାଉଛି। ବିଶ୍ୱର ସେ ସର୍ବ କନିଷ୍ଠ...

ଚାଇନାକୁ ଘେରିବା ପାଇଁ ‘ଅକସ୍‌’

ଓ୍ବାଶିଂଟନ/ଲଣ୍ଡନ,୧୭ା୯ସେପ୍ଟେମ୍ବର ୧୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଫୋନ୍‌ରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ...

‘ଯୁଦ୍ଧକୁ ଇନ୍ଧନ ଦେଉଛି ଭାରତ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ୟୁକ୍ରେନ୍‌ ଆକ୍ରମଣ ପରେ ଆମେରିକା ଓ ୟୁରୋପୀୟ କ୍ରେତାମାନେ ମସ୍କୋଠାରୁ ତେଲ କିଣିବା ବନ୍ଦ କରିଦେବାରୁ ରୁଷିଆ ନୂଆ ବଜାର ଖୋଜୁଛି। ଏବେ ଏସିଆକୁ...

ଟୁଇଟରର ନୂଆ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୧୧: ଆଇଆଇଟି ବମ୍ବେରୁ ଗ୍ରାଜୁଏଶନ କରିଥିବା ପରାଗ ଅଗ୍ରଓ୍ବାଲ ଏବେ ଟୁଇଟରର ସିଇଓ ଜ୍ୟାକ ଡୋରସିଙ୍କ ପଦ ସମ୍ଭାଳିବାକୁ ଯାଉଛନ୍ତି। ଟୁଇଟରର ସହପ୍ରତିଷ୍ଠାତା ଡୋରସି ସୋମବାର...

ନୂଆ ଭାରିଆଣ୍ଟ ବିଶ୍ୱ ପାଇଁ ବଡ଼ ବିପଦ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୩।୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବର୍ତ୍ତମାନ ସୁଦ୍ଧା ୬୧ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ବିଶ୍ୱକୁ ବଡ଼ ବିପଦ...

Advertisement
Archives

Model This Week