Posted inଖେଳ

କରୋନା ମୁକ୍ତ ହକି ଖେଳାଳିଙ୍କ ଫିଟ୍‌ନେସ୍‌ ସ୍ତରରେ ଉନ୍ନତି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)- ଗତ ମାସରେ କୋଭିଡ୍‌-୧୯ରେ ସଂକ୍ରମିତ ଭାରତର ୬ ଜଣ ପୁରୁଷ ହକି ଖେଳାଳି ଆରୋଗ୍ୟ ଲାଭ କରିବା ପରେ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଟ୍ରେନିଂର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ ପ୍ରକାଶ କରିଛନ୍ତି। ଅଧିନାୟକ ମନପ୍ରୀତ ସିଂ, ସୁରେନ୍ଦର କୁମାର, ଯଶକରନ ସିଂ, ବରୁଣ କୁମାର, କ୍ରିଷନ ବାହାଦୁର ପାଠକ ଓ ମନଦୀପ ସିଂ ଅଗଷ୍ଟ ୧୭ରେ ବାଙ୍ଗାଲୋରର ଏକ ହସ୍ପିଟାଲରୁ ଛାଡ଼ ପାଇଥିଲେ। ଦଳ ସହିତ ଯୋଗଦେବା ପୂର୍ବରୁ ସେମାନଙ୍କୁ ଆଉ କିଛି ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନେ ୨ରୁ ୩ ସପ୍ତାହ ହେଲା ଦଳ ସହିତ ମିଶି ଅନ୍ୟମାନଙ୍କ ଭଳି ଟ୍ରେନିଂ ନେଉଛନ୍ତି। କରୋନା ମୁକ୍ତ ଖେଳାଳିଙ୍କ ଧୀରେ ଧୀରେ ଟ୍ରେନିଂ ଆରମ୍ଭ କରିଥିଲେ। କ୍ରମେ ସେମାନଙ୍କ ଫିଟ୍‌ନେସ୍‌ ସ୍ତରରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ ଓ୍ବେବିନାରରେ ଅଂଶଗ୍ରହଣ ପୂର୍ବକ ରିଡ୍‌ କହିଛନ୍ତି। କରୋନା ଏକ ସଂଘାତିକ ରୋଗ। କେତେକ କ୍ଷେତ୍ରରେ ନିଜେ ସୁସ୍ଥ ମନେ କରୁଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ତାହା ଜଣାପଡ଼ି ନ ଥାଏ। ରୋଗକୁ ଚିହ୍ନଟ କରାଯାଇ ଆବଶ୍ୟକ ଚିକିତ୍ସା କରାଯାଇପାରିଥିବାରୁ ମୁଁ ଖୁସି। ସମ୍ପୂର୍ଣ୍ଣ ଫିଟ୍‌ନେସ୍‌ ସ୍ତର ଫେରି ପାଇବା ଲାଗି କରୋନାମୁକ୍ତ ଖେଳାଳିଙ୍କୁ ଆହୁରି କିଛି ଦିନ ଲାଗିବ। ପରବର୍ତ୍ତୀ ୪-୫ ସପ୍ତାହରେ ସମସ୍ତ ଖେଳାଳିଙ୍କର ପୂରାମାତ୍ରାରେ ଟ୍ରେନିଂ ହେବ ବୋଲି ଅଷ୍ଟ୍ରେଲୀୟ ରିଡ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର କୋଚ୍‌ ହେଲେ ଟ୍ରେଭର ବାଇଲିସ

ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ୍‌...

କ୍ରିକେଟ୍‌ ପଡିଆରେ ବିଶ୍ୱରେକର୍ଡ କରିଥିଲେ ମେକାନିକଙ୍କ ପୁଅ

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କାମ୍ବଲି ୧୮ ଜାନୁଆରୀ ୧୯୭୨ ରେ ମୁମ୍ବାଇର କଞ୍ଜୁରମର୍ଗର ଇନ୍ଦିରା...

୧୫୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ଟସ ଜିତିଲା ଡିସି, ପ୍ରଥମେ ବ୍ୟାଟିଂ…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଗୁଜରାଟର ନରେନ୍ଦ୍ର...

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ...

ଟେଷ୍ଟ ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ; ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ହେଲେ ଶୁକ୍ରବାର ବିସିସିଆଇ ଅଷ୍ଟ୍ରେଲିଆ ସିରିଜ ଲାଗି ଦଳ ଘୋଷଣା କରିଛି। ଦୁଇ...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

ଶେଷକୁ ମିଳିଲା ସବୁଠୁ ବଡ଼ ଉଇକେଟ

କେପ୍‌ ଟାଉନ,୧୩।୧: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଅନ୍ତିମ ମୋଢ଼ରେ ପହଞ୍ଚିଛି। ମ୍ୟାଚ୍‌ରେ ଦୁଇ...

Advertisement
Archives

Model This Week