ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ ଆମେରିକା ସରକାରଙ୍କୁ ଆର୍‌ଏସ୍‌ଏସ୍‌ ନେତାମାନଙ୍କୁ କୂଟନୈତିକ ସୌଜନ୍ୟ ନ ଦେଖାଇବାକୁ କିମ୍ବା ସେମାନଙ୍କ ସହ କୌଣସି ଉଚ୍ଚସ୍ତରୀୟ ବୈଠକ ନ କରିବାକୁ କହିଛନ୍ତି।
କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌)ର ଅଧ୍ୟକ୍ଷ ଆସିଫ୍‌ ମହମୁଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍‌ଏସ୍‌ଏସ୍‌ର ଜଣେ ସଦସ୍ୟ। ସେ ଆର୍‌ଏସ୍‌ଏସ୍‌କୁ ଏକ ପ୍ରମୁଖ ସଙ୍ଗଠନ ଭାବେ ବର୍ଣ୍ଣନା କରିଛନ୍ତି, ଯାହାର ଅନୁଗାମୀ ଗୋଷ୍ଠୀଗୁଡ଼ିକ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିଛନ୍ତି। ଅଗଷ୍ଟ ୨୯ରେ ନ୍ୟୁୟର୍କରେ ‘ଆମେରିକାନ୍‌ ହିନ୍ଦୁଜ୍‌ ଫର୍‌ ଏନ୍‌ଗେଜ୍‌ମେଣ୍ଟ ଆଣ୍ଡ୍‌ ଡାଇଲଗ୍‌’ (ଏଏଚ୍‌ଇଏଡି) ଦ୍ୱାରା ଆୟୋଜିତ ‘ୟୁନିଭର୍ସାଲ ୱାନନେସ୍‌ ସେଲିବ୍ରେଶନ୍‌’ରେ ଯୋଗଦେବା ପାଇଁ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ଆମେରିକା ଗସ୍ତର ମାତ୍ର କିଛି ସପ୍ତାହ ପୂର୍ବରୁ ମହମୁଦଙ୍କ ଏହି ମନ୍ତବ୍ୟ ଆସିଛି।
କମିଶନର ଜିନ୍‌ ମିଲ୍ସ କହିଛନ୍ତି ଯେ, ଆର୍‌ଏସ୍‌ଏସ୍‌ ନେତାମାନେ ଭାରତ ସରକାରଙ୍କ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚସ୍ତରୀୟ ବୈଠକ କିମ୍ବା କୂଟନୈତିକ ସୌଜନ୍ୟ ପ୍ରଦାନ କରି ସମ୍ମାନିତ କରାଯିବା ଉଚିତ ନୁହେଁ। ମିଲ୍ସ କହିଛନ୍ତି, ଏହା ବଦଳରେ ଆମେରିକା ସରକାର ଧାର୍ମିକ ବିଶ୍ୱାସର ସ୍ବାଧୀନତା ଉଲ୍ଲଂଘନ ପାଇଁ ଦାୟୀ ଥିବା ଆର୍‌ଏସ୍‌ଏସ୍‌ ସଦସ୍ୟମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଧ୍ୟାନ ଦେବା ଉଚିତ। ୟୁଏସ୍‌ସିଆଇଆର୍‌ଏଫ୍‌ ନିଜ ‘X’ ଆକାଉଣ୍ଟରେ ମହମୁଦ ଏବଂ ମିଲ୍ସଙ୍କ ଏହି ମନ୍ତବ୍ୟକୁ ପୋଷ୍ଟ କରିଛି।
ପାଇଁ ଓକିଲାତି କରୁଥିବା ସଙ୍ଗଠନ ‘ହିନ୍ଦୁଜ୍‌ ଫର୍‌ ହ୍ୟୁମାନ୍‌ ରାଇଟ୍ସ’ ‘X’ରେ ଏକ ପୋଷ୍ଟ କରି କହିଛି ଯେ, ‘ଏକତା’ର ଉତ୍ସବ କେବେହେଲେ ଧାର୍ମିକ ସର୍ବୋଚ୍ଚତାର ରାଜନୀତିକୁ ଲୁଚାଇ ପାରିବ ନାହିଁ। ଗତ ମାର୍ଚ୍ଚରେ ୟୁଏସ୍‌ସିଆଇଆର୍‌ଏଫ୍‌ର ବାର୍ଷିକ ରିପୋର୍ଟରେ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନ ଅଭିଯୋଗରେ ଭାରତକୁ ସମାଲୋଚନା କରାଯାଇଥିଲା। ନିଜ ସୁପାରିସରେ ୟୁଏସ୍‌ସିଆଇଆର୍‌ଏଫ୍‌ ଭାରତକୁ ବିଶେଷ ଚିନ୍ତାର ଦେଶ (ସିପିସି) ଭାବେ ନାମିତ କରିବାକୁ ମଧ୍ୟ ଆହ୍ବାନ ଦେଇଥିଲା। ‘ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଅଧିନିୟମ (ଆଇଆର୍‌ଏଫ୍‌ଏ)’ ଅନୁଯାୟୀ ଭାରତରେ ବ୍ୟବସ୍ଥିତ, ନିରନ୍ତର ଏବଂ ଗୁରୁତର ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକୁ ପ୍ରଶ୍ରୟ ଦିଆଯାଉଥିବା ସେମାନେ ଦର୍ଶାଇଥିଲେ।
ୟୁଏସ୍‌ସିଆଇଆର୍‌ଏଫ୍‌ର ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ଭାରତ କହିଛି ଯେ, ଉକ୍ତ ସଙ୍ଗଠନର ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଗତ ମାର୍ଚ୍ଚରେ ଏକ ବିବୃତିରେ କହିଥିଲେ ଯେ ୟୁଏସ୍‌ସିଆଇଆର୍‌ଏଫ୍‌କୁ ଏକ ‘ସନ୍ଦେହଜନକ ସଂସ୍ଥା’ ଭାବେ ନାମିତ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶର ଜୀବନ୍ତ ବହୁ ସାଂସ୍କୃତିକ ସମାଜ ଉପରେ ଆକ୍ଷେପ କରିବା ପାଇଁ ଏହାର କ୍ରମାଗତ ପ୍ରୟାସ ଧାର୍ମିକ ସ୍ବାଧୀନତା ପ୍ରତି ପ୍ରକୃତ ଚିନ୍ତା ନୁହେଁ, ବରଂ ଏକ ‘ଉଦ୍ଦେଶ୍ୟପ୍ରଣୋଦିତ’ ଏଜେଣ୍ଡାକୁ ଦର୍ଶାଉଛି। ଜୈସୱାଲ ପୁଣି କହିଥିଲେ ଯେ, ଉପରଲିଖିତ ସଂସ୍ଥା ଭାରତ ପ୍ରତି ମନଗଢ଼ା ସମାଲୋଚନା କରିବା ବଦଳରେ ଆମେରିକାରେ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ହେଉଥିବା ଭଙ୍ଗାରୁଜା ଓ ଆକ୍ରମଣ ଏବଂ ଆମେରିକାରେ ଭାରତୀୟ ପ୍ରବାସୀମାନଙ୍କ ପ୍ରତି ବଢ଼ୁଥିବା ଅସହିଷ୍ଣୁତା ଓ ଭୟଭୀତ କରିବା ଭଳି ଉଦ୍‌ବେଗଜନକ ଘଟଣାଗୁଡ଼ିକ ଉପରେ ଆତ୍ମସମୀକ୍ଷା କରିବା ଉଚିତ।
ୟୁଏସ୍‌ସିଆଇଆର୍‌ଏଫ୍‌ ହେଉଛି ଏକ ସ୍ବାଧୀନ, ଦ୍ୱିିପାକ୍ଷିକ ଆମେରିକୀୟ ସଂଘୀୟ ସରକାରୀ ସଂସ୍ଥା। ଏହା ଆମେରିକା ରାଷ୍ଟ୍ରପତି, ବୈଦେଶିକ ସଚିବ ଏବଂ କଂଗ୍ରେସକୁ ନୀତିଗତ ସୁପାରିସ ପ୍ରଦାନ କରେ ଏବଂ ଏହି ସୁପାରିସଗୁଡ଼ିକର କାର୍ଯ୍ୟକାରିତା ଉପରେ ନଜର ରଖେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?