ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ବିଶେଷ କରି ମହାନଦୀ ଅବବାହିକାରେ ଆଗାମୀ ବନ୍ୟାଜଳ ପରିଚାଳନା, ସମନ୍ୱୟ ରକ୍ଷା ଏବଂ ଉଭୟ ରାଜ୍ୟ ମଧ୍ୟରେ ବାର୍ଷିକ ସୂଚନା ତଥା ତଥ୍ୟର ଆଦାନପ୍ରଦାନକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବୈଠକରେ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀ ନାଗାମୋହନଙ୍କ ସମେତ ଛତିଶଗଡ଼ର ବହୁ ପ୍ରତିନିଧି ଓ ବୈଷୟିକ ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀଙ୍କ କହିବା ଅନୁଯାୟୀ, ମହାନଦୀ ବେସିନକୁ ମୋଟ ତିନୋଟି ବୃହତ ଭାଗରେ ବିଭକ୍ତ କରାଯାଇ ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରାଯାଉଛି। ଏଥିମଧ୍ୟରୁ ସିଷ୍ଟମ-୨ର ସଂପୂର୍ଣ୍ଣ କାର୍ଯ୍ୟକାରିତା ହୀରାକୁଦ ଡ୍ୟାମ ଅଞ୍ଚଳରେ ହେଉଥିବା ବେଳେ ଆସନ୍ତା ମାସରେ ଛତିଶଗଡ଼ର ରାୟପୁରଠାରେ ସିଷ୍ଟମ-୧କୁ ନେଇ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।
​ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ପ୍ରଦତ୍ତ ବର୍ଷାର ଆକଳନ, କ୍ୟାଚମେଣ୍ଟ ଏରିଆ ବା ଜଳଗ୍ରହଣ ଅଞ୍ଚଳରେ ବର୍ଷାର ପରିମାଣ ଏବଂ ଛତିଶଗଡ଼ର ବେଙ୍ଗୋ ଡ୍ୟାମ ତଥା ରବିଶଙ୍କର ସାଗର ଡ୍ୟାମ ଭଳି ଉପରମୁଣ୍ଡର ପ୍ରକଳ୍ପଗୁଡ଼ିକରୁ ଜଳ ନିଷ୍କାସନର ସୂଚନାକୁ ସଠିକ୍ ସମୟରେ ହୀରାକୁଦ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି। ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ସହ ବନ୍ୟା ସମୟରେ ଗେଟ୍ ପରିଚାଳନା ଅଧିକ ସୁଗମ ଓ ସଠିକ୍ ହୋଇପାରିବ ବୋଲି ଆଶା କରାଯାଇଛି।
​ତେବେ ବୈଠକ ଶେଷରେ ଏକ ବଡ଼ ବିବାଦୀୟ ସ୍ଥିତି ଦେଖିବାକୁ ମିଳିଥିଲା, ଯେତେବେଳେ ଅଣମୌସୁମୀ ଋତୁରେ ଛତିଶଗଡ଼ର ମନମାନୀ ଏବଂ ଓଡ଼ିଶାକୁ ପାଣି ପାଇଁ ହଇରାଣ କରିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠିଥିଲା। ଅଣମୌସୁମୀ ସମୟରେ ଉପରମୁଣ୍ଡରେ ବ୍ୟାରେଜ୍ ଗୁଡ଼ିକର ଗେଟ୍ ବନ୍ଦ କରି ଓଡ଼ିଶାକୁ ଜଳ ପ୍ରବାହ ସଙ୍କୁଚିତ କରାଯାଉଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାରୁ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ମୁହଁ ବନ୍ଦ କରିଦେଇଥିଲେ ଏବଂ କୌଣସି ଉତ୍ତର ନଦେଇ ଏଡ଼ାଇ ଯାଇଥିଲେ। ଅନ୍ୟପଟେ ବନ୍ୟା ପରିଚାଳନା କ୍ଷେତ୍ରରେ ଛତିଶଗଡ଼ ସରକାର ଓଡ଼ିଶାକୁ ସଠିକ୍ ସହଯୋଗ କରୁନଥିବା ନେଇ ହେଉଥିବା ଅଭିଯୋଗକୁ ସେଠାକାର ଅଧିକାରୀମାନେ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ଏବଂ ଉଭୟ ରାଜ୍ୟ ମିଳିତ ଭାବେ ବିପତ୍ତିର ମୁକାବିଲା କରୁଥିବା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?