ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ତେବେ ସଂଶୋଧନ ୨୫କୁ ଅସ୍ତ୍ର କରି ଟ୍ରମ୍ପ୍‌ଙ୍କୁ ପଦରୁ ହଟାଯିବାକୁ ସିନେଟ୍‌ ବାଚସ୍ପତି ଜୋର୍‌ ଦେଇଛନ୍ତି।
ଗତ ୬ ତାରିଖରେ ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ଅଧିବେଶନ ଚାଲିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଧସେଇ ପଶିବା ଓ ହିଂସାକାଣ୍ଡ ଘଟଣାରେ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି। ଏସବୁ ପାଇଁ ଟ୍ରମ୍ପ୍‌ ଲାକଙ୍କୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୋଧରେ ସିନେଟର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ଇଲହାନ ଓମାର ଏବଂ ଡେମୋକ୍ରାଟ ଜେମି ରସ୍କିନ ୨ଟି ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ନିମ୍ନ ସଦନରେ ଡେମୋକ୍ରାଟିକ୍‌ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ରହିଥିବାରୁ ମହାଭିଯୋଗ ପ୍ରସ୍ତାବ ସହଜରେ ପାସ୍‌ ହେବାରେ ଅସୁବିଧା ଉପୁଜି ନ ପାରେ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ରିପବ୍ଲିକ ପାର୍ଟିର କେତେଜଣ ସଦସ୍ୟ ମଧ୍ୟ ତାଙ୍କ ବିରୋଧରେ ଭୋଟିଂ କରିପାରନ୍ତି। ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ପଦରୁ ବିଦା କରିବାକୁ ସଂସଦର ଦୁଇ ତୃତୀୟାଂଶ ସଦସ୍ୟଙ୍କ ବହୁମତ ଆବଶ୍ୟକ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦ରେ ଶପଥ ନେବାକୁ ଥିବାବେଳେ ଏହା ପୂର୍ବରୁ ଟ୍ରମ୍ପ୍‌ଙ୍କୁ ହଟାଇବା ପାଇଁ ବାଚସ୍ପତି ନାନ୍ସି ପେଲୋସି ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସ ୨୫ ତମ ସଂଶୋଧନ ବ୍ୟବହାର କରିପାରିବେ। ପେଲୋସି ଓ ଡେମୋକ୍ରାଟିକ୍‌ ପାର୍ଟି ନେତା ଚକ୍‌ ଶୁମର ଏଥିପାଇଁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଏବଂ କ୍ୟାବିନେଟକୁ ଅନୁରୋଧ କରିଛନ୍ତି। ସଂଶୋଧନ ୨୫ ପାଇଁ ଉପରାଷ୍ଟ୍ରପତି ଏବଂ ଅତି କମ୍‌ରେ ୮ ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ। ଅନ୍ୟପକ୍ଷରେ ରିପବ୍ଲିକାନ ସିନେଟର ଷ୍ଟିଭ ଡାଇନ୍‌ସ ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ମନା କରିଛନ୍ତି। ସମସ୍ତେ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ହେବାରେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଡ଼ୁଆରେ ଫସିଥିବା ଟ୍ରମ୍ପ୍‌ ବୁଧବାର ହେବାକୁ ଥିବା ମହାଭିଯୋଗ ଭୋଟିଂକୁ ଅତ୍ୟନ୍ତ ହାସ୍ୟାସ୍ସଦ ଭାବେ ଅଭିହିତ କରି ଏଭଳି ପଦକ୍ଷେପ ଆମେରିକୀୟଙ୍କୁ କ୍ରୋଧିତ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?