ଅଚଳାବସ୍ଥା ଜାରି, ୨୨ ଶୁଣାଣି ପରେ ପରିବର୍ତ୍ତନ ଆଶା

ସମ୍ବଲପୁର,୨୧ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିଙ୍କୁ ବାହାର କରିଦେବା ଭଳି ଘଟଣା ପରେ ସ୍ଥିତି ଅଣାୟତ୍ତ ହୋଇପଡିଥିଲା। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି କୋର୍ଟ କାର୍ଯ୍ୟ ସ୍ବାଭାବିକ କରିବା ସହ ଲୋକଙ୍କ ସମସ୍ୟା ଯେଭଳି ନ ହେବ ସେ ନେଇ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପାଳନ କରିବାକୁ ଯାଇ କୋର୍ଟ, ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସତ୍ତ୍ୱେ ମଙ୍ଗଳବାର ଅଚଳାବସ୍ଥା ଜାରି ରହିଥିବା ଦେଖିବାକୁ ମିଳିଛି। ବିଚାରପତି, କର୍ମଚାରୀ ଓ ଅଧିକାରୀମାନେ ଆସି କୋର୍ଟ କାର୍ଯ୍ୟ କରୁଛନ୍ତି। କିନ୍ତୁ ଓକିଲ ନ ଥିବାରୁ ମହକିଲମାନେ ଫେରି ଯାଉଛନ୍ତି। ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ଓକିଲମାନଙ୍କ ଜାମିନର ଶୁଣାଣି ଆସନ୍ତା ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଶୁଣାଣିକୁ ଓକିଲମାନେ ଅପେକ୍ଷା କରିଛନ୍ତି। କେବଳ ଓକିଲ ନୁହନ୍ତି, ଆନ୍ଦୋଳନକୁ ସମର୍ଥନ କରୁଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ କୋର୍ଟ ରାୟକୁ ଅପେକ୍ଷା କରିଛନ୍ତି।
ଅଭିଯୁକ୍ତ ଓକିଲମାନଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ଶର୍ମା କହିଛନ୍ତି, ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ ଜିଲାଜଜ୍‌ କୋର୍ଟରେ ଆବେଦନ କରାଯାଇଛି। ମହକିଲଙ୍କ ପକ୍ଷରୁ ସମସ୍ତ ଦସ୍ତାବିଜ ଦେଇ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ୨୨ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଜାମିନ ଦେବା କୋର୍ଟଙ୍କ ହାତରେ ରହିଥାଏ। ଅନ୍ୟ ୮ ଜଣଙ୍କ ଜାମିନ ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଖାରଜ ହୋଇଥିଲା। ସେମାନଙ୍କ ଜାମିନ ପାଇଁ ଉପରକୋର୍ଟରେ ଆବେଦନ କରାଯିବ ବୋଲି କହିଥିଲେ। ଅନ୍ୟପଟେ ପୂର୍ବତନ ଜିଲାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଥିବା ଜିଲା ଓକିଲସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲା ସିଏସି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କୁ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ୧୪୪ ଧାରା ଲାଗୁ ହୋଇଥିବାରୁ ମଙ୍ଗଳବାର କୋର୍ଟ ପରିସର ଖାଁ ଖାଁ ଲାଗୁଥିଲା। ପୋଲିସ ଛାଉଣିର ଭୟ ଓ ଓକିଲଙ୍କ ଅନୁପସ୍ଥିତି ଯୋଗୁ ଲୋକମାନେ ଆସୁ ନ ଥିଲେ। ଅଳ୍ପକିଛି ଲୋକ ଆସୁଥିଲେ ମଧ୍ୟ ଫେରି ଯାଉଥିଲେ। ଘଟଣାରେ ଜିଲା ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କୁ ବିସିଆଇ ପକ୍ଷରୁ ନିଲମ୍ବନ କରାଯାଇଥିଲା। ପରେ ୫୪ ଜଣଙ୍କୁ ବାଦ୍‌ଦେଇ ଅନ୍ୟ ଓକିଲମାନଙ୍କ ନିଲମ୍ବନ ଆଦେଶକୁ ଗତ ୧୪ ତାରିଖରେ ପ୍ରତ୍ୟାହୃତ କରାଯାଇଥିଲା। ଏହା ପରେ ମଧ୍ୟ ଜିଲା ଓକିଲ ସଂଘର ଅନ୍ୟ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି। ଓକିଲମାନେ ଜେଲରେ ଅଛନ୍ତି। ସେମାନେ ବାହାରକୁ ଆସିବା ପରେ ବୈଠକରେ ଆଲୋଚନା କରି ସ୍ଥିର ନ ହେବା ପର୍ଯ୍ୟନ୍ତ ବାର୍‌ର କୌଣସି ସଦସ୍ୟ ଯୋଗ ଦେବେ ନାହିିଁ ବୋଲି ସେମାନେ କହୁଛନ୍ତି। ଅନ୍ୟପଟେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୩୭ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୮ଜଣ କିନ୍ନର, ଜଣେ ସାଧାରଣ ଲୋକ ଓ ୨୮ଜଣ ଓକିଲ ଅଛନ୍ତି। ଭିଡିଓ ଓ ତଥ୍ୟ ପ୍ରମାଣ ସଂଗ୍ରହ କରି ପୋଲିସ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ସମ୍ବଲପୁର କଚେରି ଛକରେ ଆନ୍ଦୋଳନ ଚାଲିଥିଲା। ବିଚାରପତିମାନେ କୋର୍ଟ ଭିତରେ ଥିବା ଜାଣି ଆନ୍ଦୋଳନକାରୀ ଭିତରକୁ ଧସେଇ ପଶିଥିଲେ। କୋର୍ଟରେ ଭଙ୍ଗାରୁଜା କରିବା, ବିଚାରପତିମାନଙ୍କୁ ବାହାର କରିବା ସହ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ଓ ଧନୁପାଲି ଥାନାରେ କେସ୍‌ ନଂ.୪୬୦, ୪୮୦, ୭୭୯ ଓ ୮୮୧/୨୨ରେ ମୋଟ ୪ ଗୋଟି ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?