ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି ପାଇଲେ ସେଠାରେ ଖୋଳି ଚାଲିଛନ୍ତି। କେତେକ କ୍ଷେତ୍ରରେ ଲିଜ୍‌ଧାରୀମାନେ ନିର୍ଦ୍ଧାରିତ ସ୍ଥାନ ଛାଡ଼ି ଅନ୍ୟତ୍ର ମାଙ୍କଡ଼ାପଥର, ମୋରମ ଖୋଳୁଛନ୍ତି ତ ଆଉ କେତେକ କ୍ଷେତ୍ରରେ ଧାର୍ଯ୍ୟ ପରିମାଣଠାରୁ ଶତାଧିକ ଗୁଣ ଖୋଳୁଛନ୍ତି। ଏପରି କି ବିଶାଳକାୟ ଗଛମାନ କାଟି ପଦା କରି ପକାଉଛନ୍ତି। ଏଥିଯୋଗୁ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାକୁ ନେଇ ପୂର୍ବରୁ ଜାତୀୟ ନ୍ୟାୟିକ ପ୍ରାଧିକରଣ(ଏନ୍‌ଜିଟି)ଙ୍କ ପକ୍ଷରୁ ବହୁ ନିର୍ଦ୍ଦେଶନାମା ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ ଶାଖା-ଭୁବନେଶ୍ୱର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ସ୍ଥାନୀୟ ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଗଷ୍ଟ ୧୭ରେ ପୁଣି ଏକ ତଦନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଖୋର୍ଦ୍ଧାର ଓଳସିଂହ ଅଞ୍ଚଳରେ ବେଆଇନ ଗଛକଟା ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଖନନ ନେଇ ୧ମାସ ମଧ୍ୟରେ ଯୁଗ୍ମ କମିଟି ରିପୋର୍ଟ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଜିଟିଙ୍କ ପକ୍ଷରୁ ବିଚାରପତି ଅରୁଣ କୁମାର ତ୍ୟାଗୀ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଅଭିଯୋଗ ଅନୁଯାୟୀ,ଖୋର୍ଦ୍ଧା ଜିଲା ଟାଙ୍ଗୀ ଅନ୍ତର୍ଗତ ଓଳସିଂହର ଏକ ଲିଜ୍‌ ଅଞ୍ଚଳରେ ପରିବେଶ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଗଛ କଟାଯିିବା ସହିତ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣର ଲଘୁଖଣିଜ ସମ୍ପଦ ଲୁଟ୍‌ ହୋଇଛି। ବର୍ଷକୁ ୨ହଜାର କ୍ୟୁବିକ୍‌ ମିଟର କରି ୫ବର୍ଷରେ ୧୦ହଜାର କ୍ୟୁବିକ୍‌ ମିଟର ଖୋଳିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିବାବେଳେ ସେଠାରେ ୧ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ କ୍ୟୁବିକ୍‌ ମିଟର ଖୋଳାଯାଇଛି। ଏଥିଯୋଗୁ ଗାଁର ରାସ୍ତା ନଷ୍ଟ ହେବା ସହିତ ପରିବେଶ ପ୍ରତି ଆହ୍ବାନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଲିଜ୍‌ଧାରୀ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଲିଜ୍‌ ଅଞ୍ଚଳ, ଆପ୍ରୋଚ୍‌ ରୋଡ୍‌, ସେଫ୍ଟି ଜୋନ୍‌ ଓ ସମ୍ପ୍ରଦାୟ ଅଞ୍ଚଳରେ ଗଛ ଲଗାଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଗୋଟିଏ ଗଛ ଲଗାଯାଇ ନ ଥିବା ଅଭିଯୋଗକାରୀ ସର୍ବେଶ୍ୱର ଭୋଳ ଦର୍ଶାଇଛନ୍ତି। ଅପରପକ୍ଷେ, ଲିଜ୍‌ ଅଞ୍ଚଳ ଓ ଏହାର ଆଖପାଖରେ ଥିବା ଗଛଗୁଡ଼ିକୁ ଖୋର୍ଦ୍ଧା ଡିଏଫ୍‌ଓଙ୍କ ପୂର୍ବ ଅନୁମତି ବିନା ବେଆଇନ ଭାବେ କଟାଯାଉଥିବା ଅଭିଯୋଗ ରହିଛି। ଆବେଦନକାରୀଙ୍କ ପକ୍ଷରୁ ଜୁନ୍‌ ୧୦ରେ ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ଏନ୍‌ଜିଟିଙ୍କ ପକ୍ଷରୁ ଯୁଗ୍ମ କମିଟି ଗଠନ
କରି ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଉପଯୁକ୍ତ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ ପାଇଁ କୁହାଯାଇଛି। ଉକ୍ତ କମିଟିରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ ପ୍ରତିନିଧି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ଖୋର୍ଦ୍ଧା ଜିଲାପାଳ/ଡେପୁଟି କମିଶନର ଉକ୍ତ କମିଟିରେ ସାମିଲ ରହିବେ। କମିଟି ଘଟଣାସ୍ଥଳ ପରିଦର୍ଶନ କରି ଆବେଦନକାରୀ ଓ ସମ୍ପୃକ୍ତ ପ୍ରକଳ୍ପ ପ୍ରସ୍ତାବକଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ସହ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବ। ଏକ ମାସ ମଧ୍ୟରେ ରିପୋର୍ଟ
ପ୍ରଦାନ କରିବାକୁ ଖୋର୍ଦ୍ଧା ଜିଲାପାଳ, ଡେପୁଟି କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୬ ଅକ୍ଟୋବରରେ ହେବାକୁ ରହିଛି। ତେବେ ରାଜଧାନୀ ଉପକଣ୍ଠରେ ଯଦି ଏଭଳି ଭାବେ ବେଆଇନ ଗଛକଟା ସାଙ୍ଗକୁ ଲଘୁ ଖଣିଜ ସମ୍ପଦର ଲୁଟ୍‌ ହେଉଛି ତେବେ ଦୁର୍ଗମ ଅଞ୍ଚଳରେ ପରିସ୍ଥିତି କ’ଣ ହେଉଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri