କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଡିପୋ; ପୋଲିସ, ପ୍ରଶାସନକୁ ହାତ କରି…

ଯାଜପୁର ଅଫିସ,୨୦ା୧: ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଭୂତଳ ଖଣି କାର୍ଯ୍ୟରେ ଏବେ ପ୍ରଚୁର ପରିମାଣରେ ବାଲିର ଆବଶ୍ୟକ ପଡୁଛି। ଏଥିଯୋଗୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ କେତେଜଣ ବିଭାଗୀୟ ଅଧିକାରୀଙ୍କ ସୁରକ୍ଷାରେ ଅଣାୟତ ହୋଇଛି। କାଳିଆପାଣି ଖଣି ଅଞ୍ଚଳର ବିଭିନ୍ନ ଜଙ୍ଗଲ ଜମି ଓ ଓଡ଼ିଶା ଖଣି ନିଗମର ଜମିକୁ ବାଛି ପାହାଡ଼ ଭଳି ବାଲି ଗଦା କରି ରଖିଥିବା ଦେଖିବାକୁ ମିଳୁଛି। ସେଠାରେ ପୋଲିସ, ପ୍ରଶାସନକୁ ହାତ କରି ଏହି ବେଆଇନ କାର୍ଯ୍ୟ ଆଇନ ସଙ୍ଗତ ହେଉଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଖଣିରେ କ୍ରୋମାଇଟ ଉତ୍ତୋଳନ ଅନୁଯାୟୀ ସମ ପରିମାଣର ବାଲିର ଆବଶ୍ୟକ ହେଉଥିବାରୁ ନକଲି କିମ୍ବା ବିନା ଟିପି(ଟ୍ରାନଜିଟ ପାସ୍‌)ରେ ବିଭିନ୍ନ ଖଣିକୁ ବାଲି ପରିବହନ ହେଉଛି। ଢେଙ୍କାନାଳ ଜିଲା ଭୁବନ ବ୍ରାହ୍ମଣୀ ନଦୀରୁ ଦୈନିକ ଏକାଧିକ ଟ୍ରିପ୍‌ ବାଲି ହାଇୱା ଯୋଗେ ବୁହା ଯାଉଥିବାବେଳେ ଦିନକୁ ଗୋଟିଏ ଟ୍ରିପ୍‌ର ରୟାଲଟି ପେପର କାଟି ବାକି ରୟାଲଟି ଅର୍ଥକୁ ଫାଙ୍କି ଦେଉଥିବା ଅଭିଯୋଗ ହେଉଛି। ଟ୍ରକ ମୁଖ୍ୟରାସ୍ତା ଭୁବନଠାରୁ ଭାୟା ମଙ୍ଗଳପୁର ଖଣି ଅଞ୍ଚଳକୁ ଆସିବା ନିୟମ ଥିବାବେଳେ ଓଭର ଲୋଡ଼ ଟ୍ରକ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟତ କରୁଛି ା ଫଳରେ ସେହି ରାସ୍ତା ନଷ୍ଟ ହେବା ସହ ସରୁ ରାସ୍ତା ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦୀର୍ଘଦିନ ଧରି ଏହି ବେଆଇନ କାର୍ଯ୍ୟ ଚାଲୁ ରହିଥିବା ବେଳେ ସମ୍ପୃକ୍ତ ଆରଟିଓ କିମ୍ବା ସୁକିନ୍ଦା ତହସିଲଦାର ଜାଣି ଆଖିବୁଜି ଦେଉଛନ୍ତି। ଏନେଇ ସୁକିନ୍ଦା ତହସିଲଦାର କାବେରୀ ମୁଦୁଲିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଏପରି ବେଆଇନ ଭାବେ ବାଲି ଡିପୋ ହେଉଥିବା ଖବର ନାହିଁ। ଅଭିଯୋଗ ହେଲେ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ବର, ୧୩/୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ...

ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ

ଅନୁଗୋଳ ଅଫିସ, ୨୬।୯: ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ...

ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ...

ରାସ୍ତା ମଝିରେ ଜଳିଗଲା ହାଇଓ୍ବା

ଆନନ୍ଦପୁର,୨୯ା୧(ସ୍ବ.ପ୍ର.): ୫୩ ନଂ ଜାତୀୟ ରାଜପଥର ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଭଦ୍ରକ-କରଞ୍ଜିଆ ରାସ୍ତାର ଗୋହିରାବଣି ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବାରେ ଶନିବାର...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ମାନସିକ ଚାପଗ୍ରସ୍ତଙ୍କୁ ଫୋନ୍‌ରେ କାଉନ୍‌ସେଲିଂ କରୁଛନ୍ତି ୧୫ ମନସ୍ତତ୍ୱବିତ୍‌

ଛତ୍ରପୁର,୨୫।୪(ଡି.ଏନ୍‌.ଏ.): କରୋନା ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରିରହିଛି। ଏହିକ୍ରମରେ ଗଞ୍ଜାମ ଜ଼ିଲାରେ ଲକ୍‌ଡାଉନ ଯୋଗୁ ଅନେକଙ୍କୁ କରୋନା ଚିନ୍ତା ଘାରିଥିବା ବେଳେ ଆଉ କେତେକ...

ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ...

ଥାନା ହାଜତରେ ମୃତ୍ୟୁ ଘଟଣା: କେ.ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ୧୬ କ୍ଷତଚିହ୍ନ

ପୁରୀ ଅଫିସ,୬ା୧୨: ପୁରୀ ବାସେଳିସାହି ଥାନା ହାଜତରେ ନଭେମ୍ବର ୧୯ରେ କେ. ରମେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ହେପାଜତରେ ଏହି ଘଟଣା...

ଅମ୍ଫନ୍‌ ଯୋଗୁ ଲାଗି ରହିଛି ବର୍ଷା: କାନ୍ଥ ଭୁଶୁଡ଼ି ଶିଶୁପୁତ୍ରର ଜୀବନ ଗଲା

ଭଦ୍ରକ ଅଫିସ,୨୦।୫ – ଭଦ୍ରକ ଜିଲା ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମାଟି କାନ୍ଥ ଭୁଶୁଡି ଜଣେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି।...

Advertisement
Archives

Model This Week