ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ

ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍‌ର ଆବିଷ୍କାର କରାଯାଇଛି। ଏହି କିଟ୍‌ ଉନ୍ନତ ଧରଣର ହୋଇଥିବା ବେଳେ କରୋନା ଯାଞ୍ଚର ସଠିକ୍‌ ଫଳାଫଳ ମାତ୍ର ୩ଘଣ୍ଟାରେ ଉପଲବ୍ଧ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କିଟ୍‌ର ଦାମ୍‌ ମାତ୍ର ୬୫୦ଟଙ୍କା ରହିଛି। ବୁଧବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଅନ୍‌ଲାଇନ୍‌ ଜରିଆରେ ଏହି କିଟ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନିଶଙ୍କ ଏହାକୁ ଐତିହାସିକ ଶୁଭାରମ୍ଭ ବୋଲି କହିବା ସହ ଡାଇଗ୍ନୋଷ୍ଟିକ କିଟ୍‌ର ବିକାଶ ପାଇଁ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳକୁ ପ୍ରଶଂସା କରିଛନ୍ତି। ଏହି ଟେଷ୍ଟ କିଟ୍‌ର ନାଁ ‘କରୋସର୍‌’ ରଖାଯାଇଥିବା ଜଣାପଡିଛି। ଏହି କିଟ୍‌ ଖୁବ୍‌ଶୀଘ୍ର ସୁଲଭ ଦରରେ ବଜାରରେ ମିଳିପାରିବ। ଏହାକୁ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଓ ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜି) ଅନୁମୋଦନ କରିଥିବା ସୂଚନା ରହିଛି। ପୂର୍ବରୁ ଅନ୍ୟ ଦେଶରୁ ଆମଦାନୀ ହେଉଥିବା କୋଭିଡ-୧୯ ଟେଷ୍ଟ କିଟ୍‌ର ଦାମ୍‌ ଅପେକ୍ଷା ଏହା ବେଶ୍‌ ଶସ୍ତା ଅଟେ ବୋଲି ନିଶଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି...

ଶାହ ମିଛ କହୁଛନ୍ତି: ଫାରୁକ୍‌

ଶ୍ରୀନଗର/ନୂଆଦିଲ୍ଲୀ, ୭ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀନଗରସ୍ଥିତ ତାଙ୍କ...

ରୋହିତଙ୍କ ବିରୋଧରେ ହେବନି କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୭: ଘରୋଇ ଟିଭି ଚ୍ୟାନେଲ ଆଙ୍କର ରୋହିତ ରଞ୍ଜନଙ୍କ ବିରୋଧରେ କୌଣସି ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।...

ନୁସ୍‌ରତଙ୍କ ସମସ୍ୟା ବଢ଼ିଲା

ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍‌ସି ଏମ୍‌ପି ନୁସ୍‌ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ...

ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ: ଶିବସେନା

ମୁମ୍ବାଇ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା...

ରାଜୌରିରେ ପୁଣି ବିସ୍ଫୋରଣ: ଜଣେ ଶିଶୁ ମୃତ, ୪ ଆହତ

ଶ୍ରୀନଗର,୨।୧: ଜମ୍ମୁ ଡିଭିଜନର ରାଜୋରୀ ଜିଲାର ଡାଙ୍ଗ୍ରି ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଆହତ...

ଗୁଜରାଟ ନିର୍ବାଚନ: ଦ୍ୱିପ୍ରହର ୩ଟା ଯାଏ ୪୯% ଭୋଟିଂ, ତାପିରେ ରେକର୍ଡ ଭାଙ୍ଗିଲା ମତଦାନ

ଅହମ୍ମଦାବାଦ,୧।୧୨: ଗୁଜରାଟରେ ୮୯ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ଶେଷ ହେବାକୁ ଆଉ କିଛି ସମୟ ବାକି ରହିଛି।...

ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

Advertisement
Archives

Model This Week