ପୁରୀ-କୋଣାର୍କ ରେଳପଥକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

ପୁରୀ ଅଫିସ,୩।୨: ଚଳିତବର୍ଷର ରେଳ ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ହୋଇ ନାହିଁ। ତେଣୁ ପୁରୀ ଜିଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତଟ ରେଳପଥ ଏନେଇ ଚୂଡ଼ାନ୍ତ ସର୍ଭେ ରିପୋର୍ଟ ଦାଖଲ କରିସାରିଥିଲା। ରେଲଓ୍ବେ ବୋର୍ଡ ପାଖରେ ଏହି ରିପୋର୍ଟ ଦାଖଲ ହୋଇସାରିଥିଲା। କିଛି ଦିନ ତଳେ ପୁରୀ ଗସ୍ତରେ ଆସି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ-କୋଣାର୍କ ରେଳପଥ ନିର୍ମାଣ କରାଯିବ ବୋଲି କହିଥିଲେ। ପ୍ରକଳ୍ପ ସର୍ଭେ ରିପୋର୍ଟ ଦାଖଲ ହୋଇସାରିଥିବା ବେଳେ ରେଳପଥ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ଜଙ୍ଗଲ ବିଭାଗର ଆପତ୍ତି ପରେ ସାନି ସର୍ଭେ କରି ରିପୋର୍ଟ ଦାଖଲ ହେଲା। ମାତ୍ର ରେଳପଥ ନିର୍ମାଣ ନେଇ ଅର୍ଥ ମଞ୍ଜୁର ନ ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ। ସେ କହିଛନ୍ତି, ପୁରୀ ଓ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ହେଲେ ପର୍ଯ୍ୟଟନର ବିକାଶ ହୋଇପାରିବ। ପୁରୀ ଓ କୋଣାର୍କକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେବ। ପର୍ଯ୍ୟଟକମାନେ ବାଲୁଖଣ୍ଡ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇପାରିବେ। ପୁରୀ-କୋଣାର୍କ ରେଳପଥ ହେଉଛି ପୁରୀ ଜିଲାର ଏକ ଦୀର୍ଘ ବର୍ଷର ଦାବି। କୋଣାର୍କ ପର୍ଯ୍ୟଟନ ଦୃଷ୍ଟିରୁ ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏହାକୁ ରେଳପଥ ସଂଯୋଗୀକରଣ କରାଯିବାର ନିହାତି ଆବଶ୍ୟକତା ରହିଛି। ଏପରି କି ୨୦୧୭ ଏପ୍ରିଲ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳପଥ ନିର୍ମାଣର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ଏହା ସତ୍ତ୍ବେ ରେଳପଥ ପାଇଁ ଅର୍ଥ ମଞ୍ଜୁର ନ ହେବା ଦୁଃଖଦାୟକ। ଏହି ରେଳପଥ ପ୍ରସଙ୍ଗରେ ରେଳମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ବଜେଟ୍‌ରେ ପ୍ରତିଫଳିତ ହୋଇନାହିଁ। ଏହା ମହାପ୍ରଭୁଙ୍କ ସହ ଛଳନା ବୋଲି ପୁରୀ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଆଇନଜୀବୀ ଭଗବାନ ପଢ଼ିହାରୀ କହିଛନ୍ତି, ପୁରୀକୁ ଐତିହ୍ୟ ସହର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଚାଲିଥିବା ବେଳେ ପୁରୀ-କୋଣାର୍କ ରେଳ ସଂଯୋଗୀକରଣ ଆବଶ୍ୟକତା ଥିଲା। ମାତ୍ର କେନ୍ଦ୍ର ସରକାର ଏହି ଦିଗରେ ଧ୍ୟାନ ନ ଦେବା ପୁରୀର ନାଯ୍ୟ ଦାବି ପ୍ରତି ଅନ୍ୟାୟ। ସେହିଭଳି ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ବିଶ୍ୱ ଐତିହ୍ୟ ସହର ଶ୍ରୀକ୍ଷେତ୍ର ପୁରୀକୁ ଏକ ନମ୍ବର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଦେଇ ଚାଲିପାରୁନାହାନ୍ତି। ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ନହେବା ପୁରୀ ପ୍ରତି ଅନ୍ୟାୟ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri