ବଞ୍ଚିତଙ୍କୁ ଅଣଦେଖା

ନବରଙ୍ଗପୁର ଜିଲା ଉଦୟପୁର ଗ୍ରାମରେ ରାଜୀବ ପାତ୍ର ଓ ତାଙ୍କ ବଡ଼ ଭାଇ ଦେବ ପାତ୍ର ଉଭୟ ଦିବ୍ୟାଙ୍ଗ। ଦେବ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ରାଜୀବ ଶାରୀରିକ ଭିନ୍ନକ୍ଷମ। ସରକାରଙ୍କ ନିୟମ ଅନୁଯାୟୀ ଦେବ ମାସକୁ ୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ରାଜୀବ ୪୦୦ ଟଙ୍କା ପାଇଥାଆନ୍ତି। ତେବେ ଏତିକି ପରିମାଣର ଅର୍ଥ ପାଇବା ପାଇଁ ଦୁଇ ଭାଇ ୩ କିଲୋମିଟର ଟ୍ରାଇସାଇକେଲରେ ପ୍ରତି ମାସ ପଞ୍ଚାୟତ କାର୍ଯ୍ୟାଳୟକୁ ଅତି କଷ୍ଟରେ ଯାଇଥାଆନ୍ତି। ସେମାନଙ୍କ ଦୁର୍ଦ୍ଦଶା ଦେଖି ତେନ୍ତୁଲିଖୁଣ୍ଟି ବ୍ଲକର ସମ୍ପୃକ୍ତ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଘରେ ଦିବ୍ୟାଙ୍ଗ ପେନସନ୍‌ ଦେବା ଲାଗି ଦାବି କରିଛନ୍ତି।
ଖବରଟି ଏତିକିରେ ସରୁଛି। ତେବେ ପ୍ରଶ୍ନ ଉଠୁଛି ଓଡ଼ିଶା ପ୍ରଶାସନ ପ୍ରତି ମୁହୂର୍ତ୍ତରେ ଦାବି କରୁଛି ଯେ, ଡିଜିଟାଲ ଯୁଗରେ ଦିବ୍ୟାଙ୍ଗଙ୍କୁ ହଇରାଣହରକତ କରା ନ ଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପଠାଇ ଦିଆଯାଉଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବା ଡିବିଟି ଏ ଦିଗରେ ସହାୟକ ହେଉଛି। ହେଲେ ବାସ୍ତବ ସ୍ଥିତି ଦେବ ଓ ରାଜୀବଙ୍କ କଷ୍ଟ ଦେଖିଲେ ବୁଝିହେଉଛି। ଦିବ୍ୟାଙ୍ଗଙ୍କ ଘରେ ପ୍ରଶାସନ ପହଞ୍ଚତ୍ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାର ସରକାରୀ ନିର୍ଦ୍ଦେଶ ରହିଛି। ଅବଶ୍ୟ ଏହା ମଧ୍ୟ ଦେଖାଯାଉଛି ଯେ ଯେଉଁ ଦିବ୍ୟାଙ୍ଗମାନେ ଶାରୀରିକ ଦୃଷ୍ଟିରୁ ଭିନ୍ନକ୍ଷମ ଓ ସେମାନଙ୍କ ମଧ୍ୟରୁ ଯାହାଙ୍କର ଆଧାର କାର୍ଡ କରାଯାଇପାରି ନାହିଁ, ସେଭଳି କ୍ଷେତ୍ରରେ ସେମାନଙ୍କୁ ଡିବିଟି ସୁବିଧା ମିଳିପାରୁ ନାହିଁ। ତେଣୁ ପଞ୍ଚାୟତ ସ୍ତରର କର୍ମଚାରୀ ପ୍ରତି ମାସ ସମ୍ପୃକ୍ତ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ସେମାନଙ୍କୁ ପେନ୍‌ସନ ଅର୍ଥ ଦେବା କଥା। ସରକାର ବଞ୍ଚତ୍ତ ବର୍ଗଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା ଲାଗି ଯେତେ ଯୋଜନା କରୁଛନ୍ତି, ତାହାକୁ ପ୍ରଶାସନ ଠିକ୍‌ ଭାବେ କାର୍ଯ୍ୟକାରୀ ନ କଲେ ସେହି ଲୋକମାନେ ହଇରାଣ ହୋଇଯିବା ସ୍ବାଭାବିକ। ଯଦି ରାଜୀବ ଓ ଦେବଙ୍କ କଥା ଦେଖାଯାଏ, ଖରାବର୍ଷାରେ ଦୁଇ ଭାଇ ମାସକୁ ୯୦୦ ଟଙ୍କା ପାଇବା ପାଇଁ ୩ କିଲୋମିଟର ଯାତ୍ରା କରୁଛନ୍ତି। ଏଥିରୁ ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱହୀନତା ବୁଝାପଡ଼ୁଛି। ଏହି ଦୁଇ ଭାଇଙ୍କ ଉଦାହରଣ ‘ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା’ ଭଳି ପ୍ରତୀୟମାନ ହେଉଛି। ଅନ୍ୟପକ୍ଷରେ ଠିକାଦାରି କାର୍ଯ୍ୟଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପାଇଁ ଲାଭ ଦେଇପାରୁଥିବା ପ୍ରକଳ୍ପ କ୍ଷେତ୍ରରେ ତତ୍ପରତା ଅଧିକ ଦେଖିବାକୁ ମିଳୁଛି।
ଏଭଳି ଦୃଶ୍ୟ କେବଳ ଓଡ଼ିଶାରେ ସୀମିତ ନୁହେଁ। ଦେଶବ୍ୟାପୀ ଏପରି ଦୃଷ୍ଟାନ୍ତ ଦେଖାଯାଉଥିଲେ ମଧ୍ୟ କ୍ୱଚିତ୍‌ ଘଟଣା ପଦାକୁ ଆସୁଛି। ସରକାର କରଦାତାଙ୍କ ଅର୍ଥରୁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ସେଗୁଡ଼ିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କ ଉପରେ ନିର୍ଭର କରିଥାଏ ସେମାନେ ଜନସାଧାରଣଙ୍କୁ କିଭଳି ସେବା ଯୋଗାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ କାର୍ଯ୍ୟ ସୁରୁଖୁରୁରେ କରିବା ସକାଶେ ଯେଉଁ ତତ୍ପରତା ସରକାରୀ କର୍ମଚାରୀ ଦେଖାଇଥାଆନ୍ତି, ଗରିବଙ୍କ ମଙ୍ଗଳ ସେମାନଙ୍କୁ ଦୃଶ୍ୟମାନ ହୋଇ ନ ଥାଏ। ଯେତେବେଳେ ଗଣମାଧ୍ୟମରେ କୌଣସି ଅସଙ୍ଗତି ବିଷୟରେ ଖବର ପ୍ରକାଶ ପାଏ, ତା’ପରେ କିଛି ସମୟ ପାଇଁ ତତ୍ପରତା ଦେଖାଦିଏ। ପରେ ‘ପୋଲ ଯେଉଁଠି ଅଛି ସେଇଠି ଥାଏ’ ନ୍ୟାୟରେ କାର୍ଯ୍ୟ ହୁଏ। ଥିଲାବାଲା ଲୋକ ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ପାଇବା ସକାଶେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବା ଧରାଧରି କରି କାର୍ଯ୍ୟ କରି ନେଉଥିବା ବେଳେ ଯୋଜନା ବା କାର୍ଯ୍ୟକ୍ରମର ବାସ୍ତବ ହିତାଧିକାରୀ ତାହା ପାଇବାରୁ ବଞ୍ଚିତ୍ତ ହେଉଥିବା ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ରାଜୀବ ଓ ଦେବଙ୍କ ଭଳି ବ୍ୟକ୍ତି ଯେଉଁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି, ସେହିଭଳି ଘଟଣାକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ ଏବଂ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ବିଭାଗୀୟ ତାଗିଦ କରାଗଲେ ହୁଏତ ପରିବର୍ତ୍ତନ ଆସିପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri