ବଞ୍ଚିତଙ୍କୁ ଅଣଦେଖା

ନବରଙ୍ଗପୁର ଜିଲା ଉଦୟପୁର ଗ୍ରାମରେ ରାଜୀବ ପାତ୍ର ଓ ତାଙ୍କ ବଡ଼ ଭାଇ ଦେବ ପାତ୍ର ଉଭୟ ଦିବ୍ୟାଙ୍ଗ। ଦେବ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ରାଜୀବ ଶାରୀରିକ ଭିନ୍ନକ୍ଷମ। ସରକାରଙ୍କ ନିୟମ ଅନୁଯାୟୀ ଦେବ ମାସକୁ ୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ରାଜୀବ ୪୦୦ ଟଙ୍କା ପାଇଥାଆନ୍ତି। ତେବେ ଏତିକି ପରିମାଣର ଅର୍ଥ ପାଇବା ପାଇଁ ଦୁଇ ଭାଇ ୩ କିଲୋମିଟର ଟ୍ରାଇସାଇକେଲରେ ପ୍ରତି ମାସ ପଞ୍ଚାୟତ କାର୍ଯ୍ୟାଳୟକୁ ଅତି କଷ୍ଟରେ ଯାଇଥାଆନ୍ତି। ସେମାନଙ୍କ ଦୁର୍ଦ୍ଦଶା ଦେଖି ତେନ୍ତୁଲିଖୁଣ୍ଟି ବ୍ଲକର ସମ୍ପୃକ୍ତ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଘରେ ଦିବ୍ୟାଙ୍ଗ ପେନସନ୍‌ ଦେବା ଲାଗି ଦାବି କରିଛନ୍ତି।
ଖବରଟି ଏତିକିରେ ସରୁଛି। ତେବେ ପ୍ରଶ୍ନ ଉଠୁଛି ଓଡ଼ିଶା ପ୍ରଶାସନ ପ୍ରତି ମୁହୂର୍ତ୍ତରେ ଦାବି କରୁଛି ଯେ, ଡିଜିଟାଲ ଯୁଗରେ ଦିବ୍ୟାଙ୍ଗଙ୍କୁ ହଇରାଣହରକତ କରା ନ ଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପଠାଇ ଦିଆଯାଉଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବା ଡିବିଟି ଏ ଦିଗରେ ସହାୟକ ହେଉଛି। ହେଲେ ବାସ୍ତବ ସ୍ଥିତି ଦେବ ଓ ରାଜୀବଙ୍କ କଷ୍ଟ ଦେଖିଲେ ବୁଝିହେଉଛି। ଦିବ୍ୟାଙ୍ଗଙ୍କ ଘରେ ପ୍ରଶାସନ ପହଞ୍ଚତ୍ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାର ସରକାରୀ ନିର୍ଦ୍ଦେଶ ରହିଛି। ଅବଶ୍ୟ ଏହା ମଧ୍ୟ ଦେଖାଯାଉଛି ଯେ ଯେଉଁ ଦିବ୍ୟାଙ୍ଗମାନେ ଶାରୀରିକ ଦୃଷ୍ଟିରୁ ଭିନ୍ନକ୍ଷମ ଓ ସେମାନଙ୍କ ମଧ୍ୟରୁ ଯାହାଙ୍କର ଆଧାର କାର୍ଡ କରାଯାଇପାରି ନାହିଁ, ସେଭଳି କ୍ଷେତ୍ରରେ ସେମାନଙ୍କୁ ଡିବିଟି ସୁବିଧା ମିଳିପାରୁ ନାହିଁ। ତେଣୁ ପଞ୍ଚାୟତ ସ୍ତରର କର୍ମଚାରୀ ପ୍ରତି ମାସ ସମ୍ପୃକ୍ତ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ସେମାନଙ୍କୁ ପେନ୍‌ସନ ଅର୍ଥ ଦେବା କଥା। ସରକାର ବଞ୍ଚତ୍ତ ବର୍ଗଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା ଲାଗି ଯେତେ ଯୋଜନା କରୁଛନ୍ତି, ତାହାକୁ ପ୍ରଶାସନ ଠିକ୍‌ ଭାବେ କାର୍ଯ୍ୟକାରୀ ନ କଲେ ସେହି ଲୋକମାନେ ହଇରାଣ ହୋଇଯିବା ସ୍ବାଭାବିକ। ଯଦି ରାଜୀବ ଓ ଦେବଙ୍କ କଥା ଦେଖାଯାଏ, ଖରାବର୍ଷାରେ ଦୁଇ ଭାଇ ମାସକୁ ୯୦୦ ଟଙ୍କା ପାଇବା ପାଇଁ ୩ କିଲୋମିଟର ଯାତ୍ରା କରୁଛନ୍ତି। ଏଥିରୁ ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱହୀନତା ବୁଝାପଡ଼ୁଛି। ଏହି ଦୁଇ ଭାଇଙ୍କ ଉଦାହରଣ ‘ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା’ ଭଳି ପ୍ରତୀୟମାନ ହେଉଛି। ଅନ୍ୟପକ୍ଷରେ ଠିକାଦାରି କାର୍ଯ୍ୟଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପାଇଁ ଲାଭ ଦେଇପାରୁଥିବା ପ୍ରକଳ୍ପ କ୍ଷେତ୍ରରେ ତତ୍ପରତା ଅଧିକ ଦେଖିବାକୁ ମିଳୁଛି।
ଏଭଳି ଦୃଶ୍ୟ କେବଳ ଓଡ଼ିଶାରେ ସୀମିତ ନୁହେଁ। ଦେଶବ୍ୟାପୀ ଏପରି ଦୃଷ୍ଟାନ୍ତ ଦେଖାଯାଉଥିଲେ ମଧ୍ୟ କ୍ୱଚିତ୍‌ ଘଟଣା ପଦାକୁ ଆସୁଛି। ସରକାର କରଦାତାଙ୍କ ଅର୍ଥରୁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ସେଗୁଡ଼ିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କ ଉପରେ ନିର୍ଭର କରିଥାଏ ସେମାନେ ଜନସାଧାରଣଙ୍କୁ କିଭଳି ସେବା ଯୋଗାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ କାର୍ଯ୍ୟ ସୁରୁଖୁରୁରେ କରିବା ସକାଶେ ଯେଉଁ ତତ୍ପରତା ସରକାରୀ କର୍ମଚାରୀ ଦେଖାଇଥାଆନ୍ତି, ଗରିବଙ୍କ ମଙ୍ଗଳ ସେମାନଙ୍କୁ ଦୃଶ୍ୟମାନ ହୋଇ ନ ଥାଏ। ଯେତେବେଳେ ଗଣମାଧ୍ୟମରେ କୌଣସି ଅସଙ୍ଗତି ବିଷୟରେ ଖବର ପ୍ରକାଶ ପାଏ, ତା’ପରେ କିଛି ସମୟ ପାଇଁ ତତ୍ପରତା ଦେଖାଦିଏ। ପରେ ‘ପୋଲ ଯେଉଁଠି ଅଛି ସେଇଠି ଥାଏ’ ନ୍ୟାୟରେ କାର୍ଯ୍ୟ ହୁଏ। ଥିଲାବାଲା ଲୋକ ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ପାଇବା ସକାଶେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବା ଧରାଧରି କରି କାର୍ଯ୍ୟ କରି ନେଉଥିବା ବେଳେ ଯୋଜନା ବା କାର୍ଯ୍ୟକ୍ରମର ବାସ୍ତବ ହିତାଧିକାରୀ ତାହା ପାଇବାରୁ ବଞ୍ଚିତ୍ତ ହେଉଥିବା ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ରାଜୀବ ଓ ଦେବଙ୍କ ଭଳି ବ୍ୟକ୍ତି ଯେଉଁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି, ସେହିଭଳି ଘଟଣାକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ ଏବଂ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ବିଭାଗୀୟ ତାଗିଦ କରାଗଲେ ହୁଏତ ପରିବର୍ତ୍ତନ ଆସିପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?