ହୀରାକୁଦର ଆବଦ୍ଧ ମାଛଚାଷ ସଫଳ ମଡେଲ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛଚାଷ ବା କେଜ୍‌ ଫିସ୍‌ କଲ୍‌ଚର ଏକ ସଫଳ ମଡେଲ୍‌। ଏହା ଖୁବ୍‌ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ଏହି ଅବସରରେ ସେ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍‌ଗୁଡ଼ିକରେ ମାଛ ଚାଷ ସ୍ଥିତି ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କ୍ଷେତ୍ରସ୍ତରୀୟ ମାଛଚାଷର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ମହାପାତ୍ର କମନ୍‌ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଦ୍ଧ ମାଛ ଚାଷ ବିକାଶ ନିମନ୍ତେ ସରକାର ଆବଶ୍ୟକ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ। କମନ୍‌ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ ଓ ପ୍ରସ୍ତୁତ କରିପାରିବେ। ଏଠାରେ ଚାଷୀଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ। ମାଛ ଚାଷୀମାନେ କେଜ୍‌ରେ ବଢ଼ୁଥିବା ମାଛଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମକମାନର ଉତ୍ପାଦନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇପାରିବେ। ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଞ୍ଚଳରେ ଏହି କେଜ୍‌ କଲ୍ଚର ସୀମିତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହୀରାକୁଦ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଉପନିର୍ଦ୍ଦେଶକ ବିରଜା ପ୍ରକାଶ ଦ୍ୱିବେଦୀ ଜଣାଇଥିଲେ ଯେ, ଜାତୀୟ ନିୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍‌ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ କେଜ୍‌ ମାଛଚାଷ ଜୋନ୍‌ ଏବଂ ୬୨୫ ସବ୍‌ ଜୋନ ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ୧୦୧ ସବ୍‌- ଜୋନକୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍‌ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ଜଣ ଉଦ୍ୟୋଗୀ ବିଭାଗ ସହ ବୁଝାମଣାପତ୍ର ସ୍ବାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି। ୩୦ ସବ୍‌-ଜୋନ୍‌ରେ କେଜ୍‌ ସ୍ଥାପନ କାର୍ଯ୍ୟ ସରିଛି। ତେବେ ଉଦ୍ୟୋଗୀଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସମ୍ପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆସନ୍ତା ୬ ମାସରେ ଅବଶିଷ୍ଟ ସବ୍‌-ଜୋନ୍‌ରେ କେଜ୍‌ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସମ୍ବଲପୁର ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧,୮୭୫ଟି ଗୋଲାକାର କେଜ୍‌ କିମ୍ବା ୧୫୦୦୦ ଆୟତଘନାକାର କେଜ୍‌ ପ୍ରତିଷ୍ଠା କରାଯାଇପାରିବ। ଏସବୁରୁ ଥରକେ ପ୍ରାୟ ୪୫ ହଜାର ଟନ୍‌ରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri